୯୯% ଲୋକ ଜାଣି ନାହାଁନ୍ତି କି ଭଗବାନ ରାମ ଓ ସୀତାଙ୍କ ମଧ୍ୟରେ କେତେ ବର୍ଷ ଅନ୍ତର ଥିଲା, କଣ ଆପଣ ଜାଣିଛନ୍ତି?

ଭଗବାନ ରାମ ଓ ସୀତାଙ୍କ ଜୀବନ ଆଜି ବି ଲୋକଙ୍କ ପାଇଁ ପ୍ରେରଣା ଦେଇଥାଏ । ଲୋକଙ୍କୁ ରାମଙ୍କ ଭଳି ଜୀବନ ବଞ୍ଚିବା ପାଇଁ ଉପଦେଶ ଦିଆଯାଏ । ଭଗବାନ ରାମ ଓ ସୀତା କୋଟି କୋଟି ଲୋକଙ୍କର ଆରାଧ୍ୟ ଦେବା ଦେବୀ ଅଟନ୍ତି । ପିଲାଦିନରୁ ବୁଢା ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ମଣିଷ ରାମାୟଣ ଦେଖିଥାଏ ବା ଶୁଣିଥାଏ । ରାମାୟଣରେ ଭଗବାନ ରାମ ଓ ସୀତାଙ୍କ ଜୀବନର ବାଖ୍ୟା କରାଯାଇଛି । ରାମାୟଣ ଏକ ଧାର୍ମିକ ପୁସ୍ତକ ଅଟେ, ଯାହାକୁ ଆଧାର କରି ଲୋକ ଭଗବାନ ରାମ ଓ ସୀତାଙ୍କ ଜୀବନର ସମସ୍ୟା ସହିତ ଅବଗତ ହୋଇଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ରାମାୟଣ ସମ୍ବନ୍ଧିତ ଏକ ଏମିତିକା ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଆଜି ବି ଆପଣଙ୍କ ପାଇଁ ଅଜଣା ଅଛି । ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ଭଗବାନ ରାମ ଓ ସୀତାଙ୍କ ମଧ୍ୟରେ ବୟସର ଅନ୍ତର

ରାମାୟଣରେ ଭଗବାନ ରାମ ଓ ସୀତାଙ୍କ ମଧ୍ୟରେ ବୟସର ଅନ୍ତର ବିଷୟରେ କୁହା ଯାଇଛି । ଯେତେବେଳେ ରାମାୟଣର ପ୍ରସାରଣ କରାଯାଇଥିଲା, ସେତେବେଳେ ବୟସ ବିଷୟରେ କୁହାଯାଇ ନଥିଲା, କିନ୍ତୁ ରାମାୟଣରେ ଉଲ୍ଲେଖିତ ଏକ ଦୋହାରୁ ଜଣାପଡେ କି ଭଗବାନ ରାମ ଓ ସୀତାଙ୍କ ମଧ୍ୟରେ କେତେ ବୟସ ଅନ୍ତର ଥିଲା ? ପ୍ରକୃତରେ ହିନ୍ଦୁ ଧର୍ମରେ ପୁଅ ଓ ଝିଅଙ୍କର ବିବାହ ଯେତେବେଳେ ହୋଇଥାଏ, ତେବେ ପ୍ରଥମେ ବୟସ ଦେଖା ଯାଇଥାଏ ଓ ପୁଣି ସେହି ହିସାବରେ କଥା ଆଗକୁ ବଢେ ।

ଦୋହା – ‘ ବର୍ଷ ଅଠରା କି ସିୟା, ସତାଇଶ କେ ରାମ । କିହ୍ନୋ ମନ ଅଭିଳାଷ ତବ, କରନୋ ହେ ସୂର କାମ ।।

ଦୋହାର ଅର୍ଥ – ଏହି ଦୋହା ର ଅର୍ଥ ହେଲା ଭଗବାନ ରାମ ଓ ସୀତାଙ୍କ ମଧ୍ୟରେ ୯ ବର୍ଷର ଅନ୍ତର ଥିଲା । ବାଲ୍ମୀକି ରାମାୟଣ ଅନୁସାରେ, ଭଗବାନ ରାମ ଓ ସୀତାଙ୍କ ମଧ୍ୟରେ ୯ ବର୍ଷର ଅନ୍ତର ଥିଲା। ରାମଙ୍କ ବୟସ ସେତେବେଳେ ୨୭ ଥିଲା ଓ ସୀତା ମା’ ଙ୍କର ବୟସ ୧୮ ବର୍ଷ ଥିଲା । ଏମିତିରେ ଭଗବାନ ରାମ ସେହି ସମୟରେ ସୀତା ମା’ଙ୍କ ଠାରୁ ୯ ବର୍ଷ ଏକ ମାସ ବଡ ଥିଲେ । ଜଣାଇ ଦେଉଛୁ କି ଭଗବାନ ରାମଙ୍କୁ ପ୍ରସନ୍ନ କରିବା ପାଇଁ ଦେବୀ ସୀତା ବ୍ରତ କରିଥିଲେ, ଯାହା ସ୍ତ୍ରୀ ମାନଙ୍କ ପାଇଁ ଏକ ପ୍ରେରଣା ଅଟେ ।

ସ୍ତ୍ରୀ ମାନଙ୍କ ପାଇଁ ମା’ ସୀତା ପ୍ରେରଣା ଅଟନ୍ତି

ମାତା ସୀତାଙ୍କ ଜୀବନ ସ୍ତ୍ରୀ ମାନଙ୍କ ପାଇଁ ପ୍ରେରଣା ଅଟେ । ମାତା ସୀତା ଭଗବାନ ରାମଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ କରିଥିଲେ । ଏହି ବ୍ରତକୁ ସୀତା ନବମୀ ଦିନ କରିଥିଲେ । ଏହି ବ୍ରତକୁ ଯେଉଁ ସ୍ତ୍ରୀ କରିଥାଏ, ତାର ଘର ପରିବାର ସବୁଦିନ ପାଇଁ ସାଥିରେ ରୁହେ । ଏତିକି ନୁହେଁ, ଏହି ବ୍ରତରେ ଘରେ ସୁଖ ଶାନ୍ତି ଆସିଥାଏ ଓ କୌଣସି ପ୍ରକାରର ଅଶାନ୍ତି ସୃଷ୍ଟି ହୋଇନଥାଏ ।

ଲେଖାଟି ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଏମିତି ଅନେକ ଆଧ୍ୟାତ୍ମିକ ଲେଖା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।