ନମସ୍କାର ବନ୍ଧୁଗଣ । ଚକୁଳି ଆଳୁଦମ କାହାର ବା ପ୍ରିୟ ହୋଇ ନ ଥିବ । ଏହା ସମସ୍ତଙ୍କର ପ୍ରିୟ ଖାଦ୍ଯ ହୋଇଥାଏ । କଟକ ହେଉ କି ଭୁବନେଶ୍ଵର ହେଉ ସବୁଥି ଚକୁଳି ଆଳୁଦମ ଖାଇବାକୁ ଲୋକେ ଭଲ ପାଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜେଣ ବେପାରୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ସ୍ଵାମୀ ସ୍ତ୍ରୀ ଅଟନ୍ତି । ଆଉ ଦୁଇ ଦମ୍ପତି ମିଶି ଚକୁଳି ଆଳୁଦମ ବିକ୍ରି କରି ନିଜର ଜୀବିକା ନିର୍ବାହ କରୁଛନ୍ତି । ଆସନ୍ତୁ ନଜର ପକାଇବା ପୁରା ଖବର ବିଷୟରେ ।
ମହିଳା ଜଣକ କହୁଛନ୍ତି ଯେ “12 ବର୍ଷ ହେବ ଆମେ ଦୋକାନ କରି ଆସୁଛୁ । ବହୁତ କଷ୍ଟ ହେଉଛି ତଥାପି ପିଲାଙ୍କ ପେଟ ପୋଷିବା ଲାଗି ଏ ସବୁ କରିବାକୁ ପଡୁଛି । ମୋର ମେରୁଦଣ୍ଡ ହାଡ ଖସି ଯାଇଛି ତଥାପି ମୁଁ ଦୋକାନ କୁ ଆସୁଛି । ଚକୁଳି ତିଆରି କରି ଲୋକଙ୍କୁ ଖାଇବାକୁ ଦେଉଛି । ମୋର ଲଭ ମ୍ୟାରେଜ ବୋଲି ମୁଁ ଆଜି ଏଠି ଅଛି । ଭଲ ପାଇ ମୁଁ ବାହା ହୋଇଥିଲି ।
ଦୋକାନ ତୁ ଯାହା ବେପାର ହେଉଛି ଘର ଖର୍ଚ୍ଚ ଓ ପିଲାଙ୍କ ଖର୍ଚ୍ଚ ଉଠି ଯାଉଛି । ତଥାପି ଦେହ ଖରାପ କାରଣରୁ ମୁଁ ଆଉ ଅଧିକ ପାରୁନି । ଲୋକ ରଖିଲେ ବି ସେମାନେ ଠିକ ଭାବେ କରିପାରୁ ନାହାନ୍ତି । ଆମେ ନୟାଗଡ ରୁ ଆସି ଭୁବନେଶ୍ଵର ରେ ଦୋକାନ କରିଛୁ । ଯେତେ କଷ୍ଟ ହେଲେ ବି ପିଲାଙ୍କ ପାଇଁ ଖଟିବାକୁ ପଡୁଛି । ମୋର ଲାଭ ମ୍ୟାରେଜ ହୋଇଥିବାରୁ ମୋର ସ୍ଥିତି ଭଲ ନାହିଁ ।
ଆଉ ସମସ୍ତେ ବହୁତ ଭଲରେ ଅଛନ୍ତି ” । ମହିଳା ଙ୍କ ଶ୍ଵାମୀ ସୁଶାନ୍ତ ମହାନ୍ତି କହିଛନ୍ତି ଯେ “ଦୁଃଖ ଥିବାରୁ ସମସ୍ତେ କଷ୍ଟ କରନ୍ତି । ଘର ସ୍ଥିତି ଭଲ ନ ଥିବାରୁ ଆମେ ନୟାଗଡ ରୁ ଭୁବନେଶ୍ଵର ପଳାଇ ଆସିଲୁ । ପ୍ରଥମେ ମୁଁ ଦହିବରା ଶିଖି କି ସାଇକେଲରେ ଧରି ବିକ୍ରି କରିଲି । ତା ପରେ ଏଠାରେ ମୁଁ ଷ୍ଟାଣ୍ଡ କରିଲି । ମୁଁ ବେପାର ବଢାଇବାକୁ ଚିନ୍ତା କରିଲେ ବି ମୋ ପାଖରେ ସମ୍ବଳ ନାହିଁ କି ଲୋକ ନାହାନ୍ତି ।
ମୋ ସ୍ତ୍ରୀ ପର ଘରେ ବାସନ ମାଜିବାକୁ କହିଲେ କିନ୍ତୁ ମୁଁ ମନା କରିଲି । ଆଉ ଦୋକାନ କରିବାକୁ କହିଲି । ମନ ଦୁଃଖ କରିଲେ କଣ ସବୁ କିଛି ଠିକ ହୋଇଯିବ । ତେଣୁ ମୁଁ ସବୁବେଳେ ହସେ । ହସ ହସ ମୁହଁ ରହିଲେ ଭଗବାନ କେଉଁ ବାଟେ ନା କେଉଁ ବାଟେ ଆମକୁ ଦେବେ । ଗୋଟେ ଝିଅ ବାହା ହୋଇ ସାରିଛି, ଆଉ ଦୁଇ ଜଣ ପାଠ ପଢୁଛନ୍ତି । ଆଉ ଗୋଟେ ଛୋଟ ପୁଅ ଟି ଅଛି” । ବନ୍ଧୁଗଣ ଆପଣ ମାନେ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।