ପୁତ୍ର ପ୍ରାପ୍ତି ଆଶାରେ ୬୦ ବର୍ଷର ବୃଦ୍ଧବ୍ୟକ୍ତି କରିଲେ ୨୩ ବର୍ଷ ସାନ ଝିଅ ସହିତ ଦ୍ଵିତୀୟ ବିବାହ

ଆଜି କଲି ବିବାହ ପାଇଁ ବହୁତ କଥା ଚର୍ଚ୍ଚାର ବିଷୟ ହୋଇଛି । ସାଧାରଣତଃ ବିବାହ ପାଇଁ ପୁଅ ଝିଅ ମଧ୍ୟରେ ସଠିକ ବୟସ, ଜାତି ପ୍ରଥା ଓ ଯୋଗ୍ୟତା ଦେଖାଯାଉଥିଲା, ହେଲେ ବର୍ତ୍ତମାନ ଯୁଗ ବଦଳିଗଲାଣି । ବିବାହ ଉପରେ ଏହି ପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଦିନକୁ ଦିନ ଭାଇରାଲ ହେବାକୁ ଲାଗିଛି ଓ ବହୁତ ଚର୍ଚ୍ଚାରେ ଅଛି । ଏହି ଘଟଣାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆସନ୍ତୁ ଜାଣିବା ଏହି ଘଟଣାଟି । ଜିଲ୍ଲାର ରାଜନଗର ପ୍ରଖଣ୍ଡରେ ୬୦ ବର୍ଷର ବୃଦ୍ଧ ଲୋକ ପୁତ୍ର ପ୍ରାପ୍ତି ପାଇଁ ୩୫ ବର୍ଷର ମହିଳାଙ୍କ ସହ ବିବାହ କରିଥିଲେ ।

ନିଜର ପ୍ରଥମ ପତ୍ନୀଙ୍କର ଅନୁମତିରେ ୬୦ ବର୍ଷର ବୃଦ୍ଧ ଲାଲ ମୋହନ ମହତୋ ପୁରା ପରିବାର ସହିତ ମନ୍ଦିର ପହଞ୍ଚିଥିଲେ ଓ ତାଙ୍କ ଠାରୁ ୨୩ ବର୍ଷ ସାନ ଚୈତି ମହତୋଙ୍କ ସହ ବିବାହ କରିଥିଲେ । ରାଜନଗରରେ ଚାବର ବାନ୍ଧି ନିବାସୀ ଲାଲ ମୋହନ ମହତୋ ୩୦ ବର୍ଷ ପୂର୍ବେ ସରଳା ମହତୋଙ୍କୁ ବିବାହ କରିଥିଲେ । ଯାହା ଫଳରେ ତାଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲେ । ଦୁଇ ଝିଅଙ୍କ ମଧ୍ୟରୁ ବଡ ଝିଅର ବିବାହ ହୋଇସାରିଛି । ପୁତ୍ର ପ୍ରାପ୍ତି ପାଇଁ ସେ ପୁଣି ୩୫ ବର୍ଷର ମହିଳାଙ୍କ ସହ ବିବାହ କରିଛନ୍ତି ।

ଏହି ବିବାହ ଦେଖିବା ପାଇଁ ବହୁତ ଦୂରରୁ ଲୋକ ମାନେ ଆସିଥିଲେ । ଏଥିପାଇଁ ଅନ୍ୟ ଦିନ ତୁଳନାରେ ମନ୍ଦିରରେ ବହୁତ ଭିଡ ଥିଲା । ବିବାହ ସମାରୋହରେ ଲାଲ ମୋହନ ମହତୋଙ୍କ ପ୍ରଥମ ପତ୍ନୀ ମଧ୍ୟ ନିଜର ଯୋଗଦାନ ଦେଇଥିଲେ । ଦୁଇ ପରିବାରଙ୍କର ସହମତିରେ ଏହି ବିବାହ ହୋଇଥିଲା ।

ପୁତ୍ର ପ୍ରାପ୍ତି ନହେବାରୁ ଦୁଇଜଣ ଅନ୍ୟ ଏକ ବିବାହ ପାଇଁ ନିର୍ଣ୍ଣୟ ନେଇଥିଲେ । ସେଥିପାଇଁ ସେ ନିଜ ଠାରୁ ୨୩ ବର୍ଷ ସାନ ଚୈତି ମହତୋଙ୍କ ସହ କରିଥିଲେ ବିବାହ । ଏହି ବିବାହ ମଧ୍ୟ ଦୁଇ ପରିବାରର ସହମତିରେ ହୋଇଥିଲା । ଚୈତି ମହତୋ ମଧ୍ୟ ଖୁସିରେ କହିଲେ ସେ ତାଙ୍କର ପାରିବାରିକ ଜୀବନ ଖୁସିରେ ଅତିବାହିତ କରିବେ ।