ପୁଟିନ ନିଜେ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ… କହିଲେ – ମୋଦୀ ଜୀ, ମୁଁ ଆପଣଙ୍କର ସହିତ ଅଛି, ଆହୁରି କହିଲେ କି …

ଦୁନିଆ ସାରା ଆତଙ୍କିସ୍ଥାନ ନାମରେ ପ୍ରସିଦ୍ଧ ଥିବା ପାକିସ୍ତାନର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପାକିସ୍ତାନର ଆତଙ୍କବାଦ ବିରୁଦ୍ଧରେ ଭାରତର ଅଭିୟାନକୁ ଦୁନିଆର ସମସ୍ତ ଦେଶରୁ ଲଗାତର ସମର୍ଥନ ମିଳୁଛି । ପାକିସ୍ତାନ ଆତଙ୍କି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦ୍ଵାରା ଭାରତ ସହିତ ରୁସ ମଧ୍ୟ ମିଶି ଯାଇଛି ।

ରୁଷି ରାଷ୍ଟ୍ରପତି ବ୍ଲାଦିମିର ପୁତିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଆତଙ୍କବାଦୀ ବିରୁଦ୍ଧରେ ଏହି ଯୁଧ୍ୟରେ ସବୁ ସମ୍ଭବ ସାହାର୍ଯ୍ୟ କରିବାର ବିଶ୍ଵାସ ଦେଇଛନ୍ତି । ରୁଷି ରାଷ୍ଟ୍ରପତି ବ୍ଲାଦିମିର ପୁତିନ ମୋଦୀଙ୍କୁ ଫୋନ କରି ପୁଲୱାମାରେ ସିଆରପିଏଫଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଖ ପ୍ରକାଶ କରିଛନ୍ତି ।

ମୋଦୀଙ୍କର ଆତଙ୍କି ଆକ୍ରମଣ ବିରୁଦ୍ଧରେ ଭାରତର ସବୁ ପ୍ରୟାସକୁ ସମର୍ଥନ କରି ରୁଷର ରାଷ୍ଟ୍ରପତିକୁ ଧନ୍ୟବାଦ ଦେଇଛନ୍ତି । କଥାବାର୍ତ୍ତା ସମୟରେ ଦୁଇଜଣ ନେତାଙ୍କ ମଧ୍ୟରେ ସମସ୍ତ ପ୍ରକାରର ଆତଙ୍କବାଦକୁ ଶେଷ କରିବା ଉପରେ ସହମତି ହୋଇଛି । ମୋଦୀ ଏବଂ ପୁତିନ ଦୁଇ ଦେଶ ମଧ୍ୟରେ ରଣନୀତି ସାହାର୍ଯ୍ୟକୁ ବଢାଇବା ଉପରେ ବି ସହମତ ହୋଇଛି ।

ପିଏମଙ୍କର ତରଫରୁ ଆସିଥିବା ଏକ ବୟାନ ଅନୁସାରେ, ମୋଦୀ ସୀମାପାର ଆତଙ୍କବାଦୀ ଆକ୍ରମଣରୁ ନିଜ ଦେଶକୁ ରକ୍ଷା କରିବା ପାଇଁ ଭାରତ ଦ୍ଵାରା ପ୍ରୟାସ ପ୍ରତି ସମର୍ଥନ ଦେବା ପାଇଁ ପୁତିନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କଥାବାର୍ତ୍ତା ସମୟରେ ରାଷ୍ଟ୍ରପତି ପୁତିନ ଆତଙ୍କବାଦ ସହ ଯୁଧ୍ୟରେ ଦ୍ୱିପକ୍ଷୀଯ ସହଯୋଗକୁ ମଜବୁତ କରିବାର ପ୍ରତିବଦ୍ଧତା କଥାକୁ ବି ପୁଣିଥରେ କହିଛନ୍ତି ।

ଏହା ସହିତ ହିଁ ରୁଷୀ ରାଷ୍ଟ୍ରପତି ଏହି ବର୍ଷ ୱ୍ଲାଦିୱୋସ୍ତୋକରେ ହେବାକୁ ଥିବା ‘ଈସ୍ଟର୍ନ ଇକୋନାମିକ ଫୋରମ’ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହା ପାଇଁ ସହମତି ଦେଇଛନ୍ତି ଏବଂ ରୁଷ ସହିତ ବଢୁଥିବା ଆର୍ଥିକ ସହଯୋଗର ମହତ୍ଵ ଉପରେ ବି ଚର୍ଚା କରିଛନ୍ତି ।

ଲେଖାଟିକୁ ଅନ୍ୟମାନକ ସହିତ ସେଆର କରିବେ ଓ ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।