ପୁରୀରେ ଖୋଦେଇ ରୁ ବାହାରିଲା ପ୍ରାଚୀନ ଗୁମ୍ଫା, ଜାଣନ୍ତୁ ଏମାର ମଠରେ ଥିବା ଏହି ଗୁମ୍ଫାର ଗୂଢ ରହସ୍ୟ

ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ । କାଳିଆ କରୁଛି ଲୀଳା । ପୁରୀ ଧାମରେ ଜୋର ସୋର ରେ ଚାଲିଛି ଉଚ୍ଛେଦ କାର୍ଯ୍ୟ । ବଡ ବଡ କୋଠା ମଠ ଯାହା ବହୁତ ଦିନରୁ କାଳିଆର ସୌନ୍ଦର୍ଜ୍ୟକୁ ବା ବଡ ଦେଉଳର ସୌନ୍ଦର୍ଜ୍ୟର ଚତୁର୍ପାର୍ଶ୍ୱକୁ ଲୁକାୟିତ ଅବସ୍ଥାରେ ରଖିଛି, ସେ ସବୁକୁ ବର୍ତ୍ତମାନ ରାଜ୍ୟ ସରକାର କରୁଛନ୍ତି ଉଚ୍ଛେଦ । ରାଜ୍ୟର ସର୍ବ ପୁରାତନ ବା ସବୁଠୁ ଧନୀ ଏମାର ମଠର ଚାଲିଛି ଉଚ୍ଛେଦ କାର୍ଯ୍ୟ ।

ଏମାର ମଠରେ ପ୍ରବଳ ଧନ ସମ୍ପତ୍ତି ରହିଥିବାର କିମ୍ବଦନ୍ତୀ ରହିଛି ଏବଂ ଏହି ମଠର ଗୁପ୍ତ କୋଠରୀରେ ଧନ ସମ୍ପତ୍ତି ଲୁଚାଇ ରଖାଯାଇଥିବାର ଚର୍ଚ୍ଚା ଚାଲିଛି । ରାଜ୍ୟରେ ନଅଙ୍କ ଦୁର୍ଭିକ୍ଷ ପରେ ଏହି ମଠର ମହନ୍ତ ସହାୟତା ପ୍ରଦାନ କରିଥିଲେ । ପୁରୀ ଓ ପୁରୀ ବାହାରେ ଥିବା ଅନ୍ୟ ମଠ ଓ ମନ୍ଦିରର ବିକାଶ ପାଇଁ ଏମାର ମଠ ସହାୟତା ଦେଇଥିବାର ପୁରୁଖା ଲୋକମାନେ କୁହନ୍ତି ।

ପାଖା ପାଖି ୯୨ କୋଟିର ରୂପା ଇଟାକୁ ନେଇ ଏକଦା ଚର୍ଚ୍ଚିତ ଥିବା ଏମାର ମଠ ପୁଣି ଥରେ ଗୁପ୍ତ ଧନକୁ ନେଇ ଚର୍ଚ୍ଚାକୁ ଆସିଛି । ଯଦିଓ ଏହାର ସତ୍ୟତା ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ କିନ୍ତୁ ମଠ ଯେତିକି ଭାଙ୍ଗୁଛି ଜନମାନସରେ ଉତ୍କଣ୍ଠା ସେତିକି ବଢୁଛି । କାଲି ମହନ୍ତଙ୍କ ଘରର ପଛପାର୍ଶ୍ଵକୁ ଲାଗି ଏକ ପରିତ୍ୟକ୍ତ କୋଠା ଭଙ୍ଗା ଯିବାବେଳେ ରହସ୍ୟମୟ ଗମ୍ଭୀରା ଘର ଦେଖିବାକୁ ମିଳିଛି । ଯାହା ଏକ ଗୁମ୍ଫା ସଦୃଶ ।

ତେବେ ଏହି ଗୁପ୍ତା ଘରର ରହସ୍ୟ କଣ ହୋଇପାରେ ? ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଗୁପ୍ତା କୋଠରୀଟି ୧୦ ଫୁଟ ଗଭୀର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବାବେଳେ ଏହାର ଉପରି ଭାଗରେ ତାଳ କାଠ ପଡିଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ଗୁପ୍ତ କୋଠରୀଟି ଭିତରକୁ ପାହାଚ ରହିଛି । ତେବେ ଅନ୍ଧାର ଯୋଗୁ କୋଠରି ଭିତରେ କଣ ରହିଛି ତାହା ଜଣାପଡି ନାହିଁ ।

ପୁରୁଖା ଲୋକଙ୍କ କହିବା ଅନୁସାରେ ଏହା କୌଣସି ଗୁପ୍ତ ସୁଡଙ୍ଗ । ମଠର ଧାନ ଅମାର । ପୂର୍ବରୁ ଏମାର ମଠରେ ପ୍ରଚୁର ପରିମାଣରେ ଧାନ ଏବଂ ଖାଦ୍ଯ ଶସ୍ଯ ସଂରକ୍ଷିତ ହେଉଥିଲା । ବିପତ୍ତି ସମୟରେ ଏମାର ମଠ ଲୋକଙ୍କୁ ଖାଦ୍ଯ ଯୋଗାଇବା ସହ ଅନ୍ନ ଛତ୍ର ମଧ୍ୟ ଖୋଲୁଥିଲା । ନଅଙ୍କ ଦୁର୍ଭିକ୍ଷ ସମୟରେ ଏମାର ମଠ ବହୁତ ସହାୟତା କରିଛି । ବହୁ ଲୋକଙ୍କ ଜୀବନ ବଞ୍ଚାଇଛି । ଖାଦ୍ଯ ଶସ୍ଯ ମହଜୁଦ ରଖିବା ପାଇଁ ଏହା ନିର୍ମାଣ ହୋଇଥିବାର କୁହାଯାଇଛି ।

ଏହି ମଠରେ ପୂର୍ବରୁ ସୁନା ରୂପା ସହ ବହୁ ମୂଲ୍ୟର ପଥରମାନ ମଧ୍ୟ ଥିଲା । ଖାଦ୍ଯ ଶସ୍ଯ ସହ ବହୁ ମୂଲ୍ୟ ଅଳଙ୍କାର ଏଠାରେ ଲୁଚାଇ ରଖା ଯାଇଥିବାର ଚର୍ଚ୍ଚା ହେଉଛି । ତେବେ କଣ ଏହି ଗୁମ୍ଫା ମଧ୍ୟରେ ରହିଛି । ତେବେ ଏମାର ମଠ ସଂପୂର୍ଣ୍ଣ ଭଙ୍ଗା ହେବା ପରେ ଜଣା ପଡିବ ଏହାର ଗୂଢ ରହସ୍ୟ ।

ଆଜି ଚତୁର୍ଥ ଦିନରେ ପହଞ୍ଚିଛି ଏମାର ମଠ ଉଚ୍ଛେଦ ଅଭିଯାନ, ମହନ୍ତଙ୍କ ଉପରେ ରହିଛି ସମସ୍ତଙ୍କ ନଜର, କିନ୍ତୁ ମଠ ଛାଡିବାକୁ ନାରାଜ ମହନ୍ତ । ମଠ ଛାଡିବା ପାଇଁ ମହନ୍ତଙ୍କୁ ଚାଲିଛି ବୁଝାସୁଝା, ସେପଟେ ବଡ ଆଖଡା ମଠ ଭାଂଗିବାକୁ ସଜବାଜ, ପ୍ରଶାସନ ତରଫରୁ ଅପରାହ୍ନ ସୁଦ୍ଧା ଘର ଖାଲି ପାଇଁ ଦିଆଯାଇଛି ନିର୍ଦ୍ଦେଶ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।