ପୁରୀ ସମୁଦ୍ରରେ ହଠାତ ବୁଲିଲା ବଡ ଖଣ୍ଡିଆଭୂତ, ଦୃଶ୍ୟ ଦେଖି ସମସ୍ତେ ହେଲେ ଭୟଭୀତ, ଦେଖନ୍ତୁ video

ପୁରୀ ସମୁଦ୍ରରେ ହଠାତ ଏଭଳି ଦୃଶ୍ୟ ଦେଖି ଲୋକମାନେ ଆଚମ୍ବିତ ହେବା ସହ ଭୟଭୀତ ହୋଇ ଯାଇଥିଲେ । ଚାହୁଁ ଚାହୁଁ ଆକାଶରେ କଳା ବାଦଲ ଘୋଟି ଆସିଥିଲା । ଆଉ ଏହାପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରର ଜଳରାଶିଙ୍କୁ ଛୁଇଁଥିଲା । ଏହାପରେ ଆରମ୍ଭ ହୋଇ ଯାଇଥିଲା ପ୍ରବଳ ବର୍ଷା । ଆଜ୍ଞା ହଁ, ଚାହୁଁ ଚାହୁଁ କଳା ବାଦଲ ଆକାଶରେ ଘୋଟି ଯାଇଥିଲା । ପୁରୀରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଖୁବ ଆଚମ୍ବିତ ହୋଇ ପଡିଥିଲେ । ଅଚାନକ ଏମିତି ଦୃଶ୍ୟ ଦେଖି ଲୋକମାନେ କିଛି ବି ବୁଝି ପାରି ନଥିଲେ ।

ସମସ୍ତେ ଏକଦମ ଭୟଭୀତ ହୋଇ ଯାଇଥିଲେ । ପୁରୀ ଜିଲ୍ଲା ପାନ୍ଥ ଭବନ ସମୁଖରେ ଦେଖିବାକୁ ମିଳିଥିଲା ଏଭଳି ଏକ ଦୃଶ୍ୟ । ସମସ୍ତେ କହୁଥିଲେ କି ସମୁଦ୍ର ମଝିରେ ବଡ ଖଣ୍ଡିଆଭୂତ ବୁଲୁଛି । ଯାହାକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ସହ କିଛି ପର୍ଯ୍ୟଟକ ମଧ୍ୟ ବେଶ ଭୟଭୀତ ହୋଇ ଯାଇଥିଲେ । ଆଉ କିଛି ଲୋକ କ୍ୟାମେରାରେ ଏହି ଭୟଙ୍କର ଦୃଶ୍ୟକୁ କଏଦ ମଧ୍ୟ କରିଥିଲେ । କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟକୁ ଭଲ ଭାବେ ଟିକେ ଦେଖନ୍ତୁ ।

ଯେତେବଳେ ଏକ ବଡ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରର ଜଳରାଶିକୁ ଏହା ଛୁଇଁଥିଲା ଏହି ଦୃଶ୍ୟ ସେହି ସମୟର । ଏହି ଦୃଶ୍ୟ ଦେଖି ଅନେକ ଲୋକ କହୁଛନ୍ତି କି, ପୁରୀ ସମୁଦ୍ରରେ ବୁଲିଲା ଖଣ୍ଡିଆଭୂତ । ଏହି ଖଣ୍ଡିଆଭୂତ ବା ଘୂର୍ଣ୍ଣିବଳୟ ଶେଉଷ୍ଟି ହେବା ପରେ ପୁରୀରେ ପ୍ରବଳ ବର୍ଷା ଲାଗି ରହିଥିଲା ।

ଏପରିକି ଶ୍ରୀମନ୍ଦିରରେ ମଧ୍ୟ ବିଷମ ପରିସ୍ଥିତି ଉପୁଜିଥିଲା । ଶ୍ରୀମନ୍ଦିରର ବାଇଶି ପାହାଚରୁ ଜୋରସୋରରେ ପାଣି ମାଡି ଆସି ସିଂହଦ୍ଵାରା ଗୁମୁଟରେ ଭର୍ତ୍ତି ହୋଇ ଯାଇଥିଲା । ଫଳରେ ଏହି ସମୟରେ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ସମସ୍ଯା ଦେଖା ଦେଇଥିଲା । ପ୍ରାୟ ଆଣ୍ଠୁଏ ଲେଖାଏଁ ପାଣିରେ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା ।

ଅନେକ ଲୋକ ପ୍ରବେଶ କରି ନପାରି ଠିଆ ହୋଇ ରହୁଥିଲେ । ଏଭଳି ଏକ ପରିସ୍ଥିତି ବା ଦୃଶ୍ୟକୁ ସାମ୍ନାସାମ୍ନି ଦେଖିବାକୁ ଲୋକ ଖୁବ ଭୟଭୀତ ହୋଇ ଯାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।