ପୁରୀରେ ଆତଙ୍କ ଖେଳାଉଛି ଭୂତ ! ସିସିଟିଭିରେ ଏହି ଦୃଶ୍ୟ କଏଦ ହେବା ପରେ ଲୋକେ ଏବେ ଭୟରେ ଥରୁଛନ୍ତି, ଦେଖନ୍ତୁ ଏହି video

ପୁରୀରେ ଭୂତ ବୁଲୁଛି । ଏହା ଶୁଣି ବିଶ୍ବାସ ହେଉ ନଥିଲେ ମଧ୍ୟ ଏହାର ଭିଜୁଆଲ ଦେଖିବେ ଆପଣ ବି ବିଶ୍ବାସ କରିବାକୁ ବାଧ୍ୟ ହେବେ । ଏହି ଭିଜୁଆଲକୁ ଭଲରେ ଥରେ ଦେଖି ନିଅନ୍ତୁ । ସିସିଟିଭିରେ କଏଦ ହୋଇଥିବା ଏହି ଭିଜୁଆଲଟିକୁ ଦେଖିଲେ ଆପଣ ବି ଚିନ୍ତାରେ ପଡିଯିବେ । ଏହି ଦୃଶ୍ୟଟି ହେଉଛି ପୁରୀ ସଦର ମୁକୁନ୍ଦ ମିଶ୍ର ନଗରର । ପୁରୀର ମୁକୁନ୍ଦ ମିଶ୍ର ନଗରରେ ଦେଖିବାକୁ ମିଳିଛି ଏଭଳି ଏକ ଅବିଶ୍ଵସନୀୟ ଦୃଶ୍ୟ । ଯାହା ସମସ୍ତଙ୍କୁ ବେଶ ଭୟଭୀତ କରାଇ ଦେଇଛି ।

ଗତ ସୋମବାର ଦିନ ବିଳମ୍ବିତ ରାତିରେ ଏହି ଭୟଭୀତ କରିବା ଭଳି ଦୃଶ୍ୟଟି ସିସିଟିଭିରେ କଏଦ ହୋଇଛି । ଆଉ କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟକୁ ଯିଏ ଦେଖୁଛି ତା’ ଛାତି ଥରି ଯାଉଛି । ଆଉ ଏହା ଦେଖି ସମସ୍ତଙ୍କ ପାତିରୁ ବାହାରି ଯାଉଛି କି ପୁରୀରେ ଭୂତ ବୁଲୁଛି । ଆପଣ ଦେଖୁଥିବା ଏହି ସିସିଟିଭି ଭିଜୁଆଲରରେ ଏକ ଧଳା ରଙ୍ଗର ଛାଇ ଭଳି କିଛି ଦ୍ରୁତଗତିରେ ରାସ୍ତାର ବାମ ପଟରୁ ବାହାରି ଡାହାଣ ପାଖକୁ ଯାଉଛି ।

ଆଉ ସିଧା ଯାଇ ବୁଦା ଭିତରକୁ ପଶି ଯାଉଛି ଏହି ଛାଇଟି । ଆଉ ଏହାପରେ କୁଆଡେ ଉଭାନ ହୋଇଯାଉଛି ଏହି ଆଶ୍ଚର୍ଯ୍ୟଜନକ ଛାଇଟି । ଏଇ କେଇ ସେକେଣ୍ଡର ଦୃଶ୍ୟଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ଏହି ଦୃଶ୍ୟକୁ ଯିଏ ଦେଖୁଛି ସେ ଡରି ଯାଉଛି । ଆଉ ଆପେ ଆପେ ପାଟିରୁ ବାହାରି ଯାଉଛି କି, ହଁ ପୁରୀରେ ଭୂତ ବୁଲୁଛି ।

ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟଟି ସ୍ଥାନୀୟ ଲୋକେ କେଶ ଭୟଭୀତ ହୋଇ ଯାଇଥିବା ବେଳେ ଏହା ନିଶ୍ଚିତ ଭାବେ ଭୁତ ହୋଇଥିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହିଭଳି କିଛି ଭୂତ ବା ପ୍ରେତାତ୍ମାର ଦୃଶ୍ୟ ଆପଣ ଆନେକ ଫିଲ୍ମ ମାନଙ୍କରେ ଦେଖିଥିବେ । ଆଜିର ବିଜ୍ଞାନ ଯୁଗରେ ଭୂତ ପ୍ରେତଙ୍କୁ ଅନେକ ଲୋକ ବିଶ୍ବାସ ମଧ୍ୟ କରନ୍ତି ନାହିଁ । କିନ୍ତୁ ଏଭଳି ଦୃଶ୍ୟର କୌଣସି ସଠିକ ପ୍ରମାଣ ମଧ୍ୟ ମିଳେନାହିଁ ।

ଏହା ପ୍ରକୃତରେ କଣ ହୋଇଥିବ ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଅଧିକାଂଶ ଲୋକ ଏହାକୁ ଭୂତ ବୋଲି ବିଶ୍ବାସ କରି ନେଉଛନ୍ତି । ତେବେ ଆପଣଙ୍କ ମତରେ ଏହା କଣ ହୋଇ ଥାଇପାରେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।