ଇଏ ହେଉଛି ପୁନର୍ଜନ୍ମର ୩ଟି ସତ ଘଟଣା, ଗୋଟିଏ ତ ଭାରତରେ ହିଁ ଦେଖିବାକୁ ମିଳିଥିଲା ! ଦେଖନ୍ତୁ

ଆମ ସମସ୍ତେ ପିଲାବେଳ ଠାରୁ ଆଜି ପର୍ଯ୍ୟନ୍ତ ପୁନର୍ଜନ୍ମ ବିଷୟରେ ବିଭିନ୍ନ କାହାଣୀ ଶୁଣିଛୁ । କିନ୍ତୁ ଆମେ କେବେ ବି ସେହି କଥା ଉପରେ ବିଶ୍ଵାସ କରି ନାହୁଁ । କିନ୍ତୁ ଆଜି ଆମେ ଆପଣଙ୍କୁ ପୁନର୍ଜନ୍ମ ନେଇଥିବା ସେହି ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ଜନ୍ମ ଦ୍ଵିତୀୟ ଥର ଏହି ପୃଥିବୀରେ ହୋଇଛି । ଯେଉଁମାନେ ନିଜର ପୂର୍ବ ଜୀବନର ସମସ୍ତ କଥା କହିଛନ୍ତି । ସୂତ୍ର ଅନୁସାରେ ସମସ୍ତ କଥା ସତ ଅଟେ, ଯାହା ସେମାନେ ଲୋକମାନଙ୍କୁ କହିଛନ୍ତି ।

୧. ଶାନ୍ତି ଦେବୀ

ଶାନ୍ତି ଦେବୀଙ୍କର ଜନ୍ମ ଦିଲ୍ଲୀରେ ହୋଇଥିଲା । ଯିଏକି ୪ ବର୍ଷ ବୟସରେ ହିଁ ନିଜର ମାତା – ପିତାଙ୍କୁ ନିଜର ପୂର୍ବ ଜନ୍ମର ସ୍ଵାମୀ ବିଷୟରେ କହିଥିଲେ ଓ କହିଥିଲେ କି ତାଙ୍କର ଅସଲ ଘର ମଥୁରା ଅଟେ । ଯାହାକି ଏହି ସ୍ଥାନରୁ ୧୪୫ କିଲୋମିଟର ଦୂରରେ ଅବସ୍ଥିତ । କହିବାକୁ ଗଲେ ୪ ବର୍ଷ ଶିଶୁର ମୁହଁରୁ ଏହି ସବୁ କଥା ଉପରେ ବିଶ୍ଵାସ କରିବା ବହୁତ କଷ୍ଟ ଥିଲା । ଏହା ପରେ ନିଜ ସ୍ଵାମୀ ସହ ଦେଖା କରିବା ପାଇଁ ସେ ୬ ବର୍ଷ ବୟସରେ ଘର ଛାଡି ଚାଲି ଯାଇଥିଲେ । କିନ୍ତୁ ସନ୍ଧ୍ୟା ସମୟରେ ସେ ଫେରି ଆସିଲେ ।

ଯେତେବେଳେ ଶାନ୍ତି ଦେବୀ ସ୍କୁଲ ଯାଉଥିଲେ ସେତେବେଳେ ସେ ସେଠି ନିଜର ଟିଚରମାନଙ୍କୁ ନିଜର ଦୋକାନଦାର ସ୍ଵାମୀ କେଦାରନାଥଙ୍କ ବିଷୟରେ କହୁଥିଲେ । ଏହା ପରେ ସେହି ଟିଚରମାନଙ୍କ ମଧ୍ୟରୁ ଜଣେ ଟିଚର ମଥୁରା ଯାଇ ଏହି କଥାର ସତ୍ୟତା ଜାଣିବାକୁ ଚେଷ୍ଟା କରିଲେ । ଅସଲରେ ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଥିଲା କି ମଥୁରାରେ ସେହି ଛୋଟ ଝିଅଟି କହିଥିବା ଠିକଣାରେ କେଦାରନାଥ ନାମକ ବ୍ୟକ୍ତିର ଦୋକାନ ଥିଲା ।

ଯିଏକି ନିଜ ପୁଅ ସହିତ ଜୀବନ ଯାପନ କରୁଥିଲା । ଅସଲରେ କେଦାରନାଥର ପତ୍ନୀ ନିଜର ପୁଅକୁ ଜନ୍ମ ଦେଇ ହିଁ ମରି ଯାଇଥିଲେ । ଯାହାଙ୍କର ନାମ ଲୋଧୀ ଦେବୀ ଥିଲା । ଏହା ପରେ ଯେତେବେଳେ କେଦାରନାଥଙ୍କୁ ଶାନ୍ତି ଦେବୀଙ୍କ ବିଷୟରେ ଜଣା ପଡିଲା ତେବେ ସଙ୍ଗେ ସଙ୍ଗେ ଦିଲ୍ଲୀ ଚାଲି ଆସିଲେ ।

ଯାହାଙ୍କୁ ଦେଖି ଶାନ୍ତି ଦେବୀ ସଙ୍ଗେ ସଙ୍ଗେ ଚିହ୍ନି ଗଲେ ଓ ଏହା ପରେ ତାଙ୍କର ଓ ଲୋଧୀ ଦେବୀ ମଧ୍ୟରେ ହୋଇଥିବା ସମସ୍ତ କଥା ଲୋକମାନଙ୍କ ସାମ୍ନାରେ କହିଲେ । ଯାହା ଦ୍ଵାରା ଏହା ପ୍ରମାଣିତ ହୋଇଗଲା କି ଲୋଧୀ ଦେବୀ, ଯିଏକି କେଦାରନାଥର ପତ୍ନୀ ଥିଲେ ସେ ଶାନ୍ତି ଦେବୀ ରୂପରେ ପୁନର୍ଜନ୍ମ ନେଇଥିଲେ ।

୨. ରୟାନ

ମିଡୱେ ସହରର ଏକ ଯୁବକ ଅଟେ, ଯିଏକି ୧୦ ବର୍ଷ ବୟସରେ ନିଜର ମାତା – ପିତାଙ୍କୁ ନିଜର ଆସୁଥିବା ସ୍ଵପ୍ନ ବିଷୟରେ କହିଲା ଓ କହିଲା କି ତାକୁ ହଲିଉଡ ଯିବାର ଅଛି । ଏହା ପରେ ରୟାନ ହଲିଉଡ ପହଞ୍ଚି ଏକ ଫଟୋ ଆଡକୁ ଇସାରା କରିଲା, ଯେଉଁ ଫଟୋରେ ମାର୍ଟ ମାର୍ଟିନ ଏକ ଫିଲ୍ମର ପୋଷ୍ଟରରେ ଥିଲେ । ଏହା ପରେ ରୟାନ ମାର୍ଟ ମାର୍ଟିନର ସମସ୍ତ ପର୍ସନଲ କଥା ଲୋକମାନଙ୍କ ସାମ୍ନାରେ ରଖିଲା ।

ଯେଉଁ କଥା ବିଷୟରେ କେବଳ ମାର୍ଟିନ ଓ ତାଙ୍କର ପରିବାର ଲୋକମାନଙ୍କୁ ହିଁ ଜଣା ଥିଲା । ଏହି ସମସ୍ତ କଥା ଆଧାରରେ ମାର୍ଟ ମାର୍ଟିନ ରୟାନ ରୂପରେ ପୁନର୍ଜନ୍ମ ନେଇଛନ୍ତି ବୋଲି ମାନି ନିଆଗଲା ।

୩. ଜେମ୍ସ ଲେନିଂଗର

ଜେମ୍ସ ଲେନିଂଗର କେବଳ ୨ ବର୍ଷ ବୟସରେ ହିଁ ନିଜର ମାତା – ପିତାଙ୍କ ଦ୍ଵାରା ଦିଆଯାଇଥିବା ଉପହାରକୁ ଦେଖି ତାକୁ ଡ୍ରୋପ ଟ୍ୟାଙ୍କ କହିବା ଆରମ୍ଭ କରି ଦେଇଥିଲେ । ଯାହା ବିଷୟରେ ତାଙ୍କର ମାତା – ପିତାଙ୍କୁ ଜଣା ନ ଥିଲା । ଏହା ପରେ ସେମାନେ ଇଣ୍ଟର୍ନେଟ ଦ୍ଵାରା ଜାଣି ପାରିଲେ କି ଡ୍ରୋପ ଟ୍ୟାଙ୍କ ପ୍ଲେନରେ ଦିଆ ଯାଉଥିବା ଏକ୍ସଟ୍ରା ଫ୍ୟୁଏଲ ଟ୍ୟାଙ୍କକୁ କୁହାଯାଏ ।

ଏହା ପରେ ଜେମ୍ସ କହିଲେ କି ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ସେ ନିଜର ପୂର୍ବ ଜନ୍ମରେ ଆମେରିକାର ବାୟୁ – ସେନାର ପାଇଲଟ ଥିଲେ ଓ ଜାପାନୀ ଲୋକମାନଙ୍କ ଦ୍ଵାରା ତାଙ୍କ ପ୍ଲେନରେ କରାଯାଇଥିବା ଆକ୍ରମଣରେ ସେ ମୁର୍ତ୍ୟୁ ବରଣ କରିଥିଲେ । ତାଙ୍କର ପୁନର୍ଜନ୍ମ ହୋଇଛି ଓ ସେ ନିଜର ମାତା ପିତାଙ୍କୁ ଏକ ଆର୍ମୀର ସମସ୍ତ ଗୁପ୍ତ କଥା ବିଷୟରେ କହିଲେ ।

ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଥିଲା କି ଜେମ୍ସ ନିଜ ଇଚ୍ଛାରେ ନିଜର ମାତା ପିତାଙ୍କୁ ବାଛିଥିଲେ । ଯେତେବେଳେ ଜେମ୍ସର ମାତା ପିତା ହନିମୁନ ଯାଇଥିଲେ ସେହି ସମୟରେ ତାହାର ଆତ୍ମା ସେହି ଦୁଇ ଜଣଙ୍କର ପୁଅ ହେବା ପାଇଁ ବାଛି ଥିଲା ଓ ଏହି ସମସ୍ତ କଥା ଜେମ୍ସ ନିଜେ ୨ ବର୍ଷ ବୟସରେ ନିଜର ମାତା ପିତାଙ୍କୁ କହିଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।