କରୋନାରେ ମୃତ୍ୟୁପରେ ପୁଅର ଅନ୍ତିମ ସଂସ୍କାର କରିବାକୁ ଗଲେ ପିତା, ମୁହଁରୁ କପଡା ହଟାଇବା ପରେ ଉଡିଗଲା ହୋଶ

ବର୍ତ୍ତମାନ ସାରା ଦୁନିଆରେ କରୋନା ଭାଇରସ ସଂକ୍ରମଣ ହେବାରେ ଲାଗିଛି । ଏହା ଦିନକୁ ଦିନ ବଢିବରେ ମଧ୍ୟ ଲାଗିଛି । ଏହି କରୋନା ମହାମାରୀ ସମୟରେ ଅନେକ ଘଟଣା ଆମ ସାମନାକୁ ଆସୁଛି । ସେହିପରି ଉତ୍ତରପ୍ରଦେଶର ସନ୍ତକବୀରନଗର ରେ ଗୋଟିଏ ମେଡିକାଲର ଅବହେଳା ସାମନାକୁ ଆସିଛି । ଡାକ୍ତରଖାନାରୁ ଫୋନ କରି ଜଣେ ବ୍ୟକ୍ତିଙ୍କୁ ଖବର ଦିଆଗଲା କି ତାଙ୍କର ୨୭ବର୍ଷର ପୁଅର କୋଭିଡ-୧୯ରେ ମୃତ୍ୟୁହୋଇ ଯାଇଛି ।

ପୁଅର ମୃତ୍ୟୁଖବର ଶୁଣିବା ପରେ ଘରେ ଶୋକର ଛାୟା ଖେଳିଗଲା । ଏହି ଖବର ପାଇ ପରିବାର ଲୋକ ବହୁତ କାନ୍ଦିଥିଲେ । ମଙ୍ଗଳବାର ଦିନ ମେଡିକାଲ ଆମ୍ବୁଲାନ୍ସରେ ଶବ ଘରକୁ ପଠାଇ ଦେଲା । ପୋଲିସର ଉପସ୍ଥିତିରେ ଶବକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନିଆଗଲା, ସେଠାରେ ଶବର ଚେହେରା ଦେଖିବା ପରେ ପିତାଙ୍କ ହୋସ ଉଡିଗଲା । ସେ ଏମିତି କଥା କହିଲେ ଯାହାକୁ ଶୁଣି ସେଠାରେ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ।

ବଞ୍ଚିଥିବା ପୁଅକୁ କହିଲେ ମୃତ, ବସ୍ତିର କେଲି ମେଡିକାଲରେ ଭର୍ତି ହୋଇଥିବା ଯୁବକ ବଞ୍ଚିଛନ୍ତି ଏବଂ ତାଙ୍କ ମୃତ୍ୟୁରଖବର ପରିବାର ଲୋକଙ୍କୁ ଦେଇ ମଙ୍ଗଳବାର ଭୋର ସମୟରେ ଆମ୍ବୁଲାନ୍ସରେ ଶବ ପଠା ଯାଇଥିଲା । କୁଆନେ ନଦୀର ମୁଖଲିସପୁର ଘାଟରେ ପୋଲିସର ଉପସ୍ଥିତିରେ ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଗଲା, ସେଠାରେ ପିତା ସେହି ଶବର ଚେହେରା ଦେଖିବା ପରେ ତାହା ତାଙ୍କ ପୁଅର ଶବ ନୁହେଁ ବୋଲି ମନାକରି ଦେଲେ । ବ୍ୟକ୍ତିଙ୍କ କଥା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ପ୍ରକୃତରେ ସେହି ଶବଟି ଧର୍ମସିଂହବା ଅଞ୍ଚଳର ମହାଦେବ ନାନାକାର ୪୭ ବର୍ଷର କୋଭିଡ-୧୯ ପଜିଟିଭ ବ୍ୟକ୍ତିଙ୍କର ଥିଲା । ସେହି ବ୍ୟକ୍ତି ମଧ୍ୟ କେଲି ମେଡିକାଲରେ ଚିକିତ୍ସିତ ହେଉଥିଲେ ଏବଂ ସୋମବାର ଦିନ ରାତିରେ ତାଙ୍କର ମୃତ୍ୟୁହୋଇଥିଲା ।

ଡ଼ିଏମ କହିଲେ ଭୁଲ ସୂଚନା କାରଣରୁ ହେଲା ଭୁଲ ଧାରଣା, ଡ଼ିଏମ ରବୀଶ ଗୁପ୍ତାଙ୍କ ଅନୁସାରେ ମହୁଲୀ ଅଞ୍ଚଳର ମଥୁରାପୁର ଗାଁର ୨୫ବର୍ଷର ଯୁବକ ବସ୍ତି କେଲିରେ ରୁମ ନମ୍ବର ୨୨୯ରେ ବେଡ ନମ୍ବର ୫ରେ ଭର୍ତି ହୋଇଛନ୍ତି ଏବଂ ଜୀବିତ ମଧ୍ୟ ଅଛନ୍ତି । ସେଇଠି ଧର୍ମସିଂହବାର ମହାଦେବ ନାନକାର ଙ୍କର ସେଠାରେ ମୃତ୍ୟୁହୋଇଥିଲା । ସେ କହିଛନ୍ତି କି ଫୋନରେ ଭୁଲ ସୂଚନା ଦିଆଯିବା ଦ୍ଵାରା ଭୁଲ ଧାରଣା ହୋଇଛି । ମଥୁରାପୁର ଯୁବକଙ୍କ ରିପୋର୍ଟ ବର୍ତ୍ତମାନ ଆସିନାହିଁ । ମହାଦେବ ନାନକାରଙ୍କ ଶବର ଅନ୍ତିମ ସଂସ୍କାର କୋଭିଡର ପ୍ରୋଟୋକଲ ଅନୁସାରେ ହେବ ଏବଂ ସବୁର ଯାଞ୍ଚ ମଧ୍ୟ କରାଯିବ ।