ପୂଜା ପାଠ କରିବା ସତ୍ତ୍ୱେ ବି ଦରିଦ୍ରତା ଯଦି ପଛ ଛାଡୁ ନାହିଁ, ତେବ ଏହି ସବୁ କଥା ପ୍ରତି ଧ୍ୟାନ ରଖନ୍ତୁ

ହିନ୍ଦୁ ଧର୍ମରେ ପୂଜା ପାଠର ବିଶେଷ ମହତ୍ଵ ଅଛି । ସବୁଦିନ ଲୋକମାନେ ସକାଳେ ଏବଂ ସନ୍ଧ୍ୟାରେ ପୂଜା କରିଥାନ୍ତି । କିନ୍ତୁ କେତେକେ ଲୋକମାନେ ସବୁଦିନ ପୂଜା ପାଠ କରିବା ସତ୍ବେ ବି ତାଙ୍କୁ ଜୀବନରେ ଅସଫଳତା ହିଁ ମିଳିଥାଏ । ଏବଂ ଦରିଦ୍ରତା ତାଙ୍କ ପାଖ ଛାଡି ନଥାଏ । କିନ୍ତୁ କେବେ ଆପଣ ଭାବିଛନ୍ତି ଏହା କାହିଁକି ହୋଇଥାଏ ?

ଏହା ଏଥିପାଇଁ ହୁଏ କାରଣ ଜାଣିଶୁଣି କିମ୍ବା ଅଜଣାତାରେ ଆପଣମାନେ ପୂଜା ପାଠରେ କିଛି ଏମିତି ଭୁଲ କରିଦିଅନ୍ତି ଯାହାର ଫଳ ଆମକୁ ମିଳେ ନାହିଁ । ଏବଂ ଆପଣଙ୍କର ଭକ୍ତିକୁ ଭଗବାନ ଗ୍ରହଣ କରନ୍ତି ନାହିଁ । ଏଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି କିଛି ଜରୁରୀ କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଧ୍ୟାନ ରଖିବେ ତେବେ ଆପଣଙ୍କର ପୂଜା ପାଠ ନିଶ୍ଚିତ ସଫଳ ହେବ ।

ଆସନ୍ତୁ ଜାଣିବା ପୂଜା ପାଠରେ କେଉଁ କଥା ପ୍ରତି ରଖିବା ଧ୍ୟାନ

·    ପୂଜା କରିବା ସମୟରେ ଭଗବାନଙ୍କର ମୂର୍ତିକୁ ଫୁଲ କିମ୍ବା ମାଲା ଅର୍ପଣ କରନ୍ତୁ । କିନ୍ତୁ ପ୍ରାୟତଃ ଲୋକମାନେ ଫୁଲ ଅର୍ପଣ କରିବା ସମୟରେ ଭଗବାନଙ୍କର ମୂର୍ତିର ମୁହଁକୁ ଘୋଡାଇ ରଖିଥାନ୍ତି । ଏହା ଏକ ବଡ ଭୁଲ ଅଟେ । ସେଥିପାଇଁ ଆପଣ ଏହି କଥାକୁ ପ୍ରତି ଧ୍ୟାନ ରଖିବେ ।

·    ବହୁତ ଲୋକମାନଙ୍କୁ ଦେଖାଯାଇଛି କି ଯେତେବେଳେ ସେମାନେ ନିଜ ଘରେ ମନ୍ଦିରର ସ୍ଥାପନ କରିଥାନ୍ତି ସେତେବେଳେ ସେମାନେ ଯେ କୌଣସି ଦିଗରେ ବି କରିଦିଅନ୍ତି । ଏହିଭଳି କରିବା ସମ୍ପୂର୍ଣ ରୂପେ ଭୁଲ ଅଟେ । ମନ୍ଦିର ପାଇଁ ସବୁଠୁ ଉତ୍ତମ ସ୍ଥାନ ହେଉଛି ଉତ୍ତର ଦିଗ, ପୂର୍ବ ଦିଗ କିମ୍ବା ଉତ୍ତର ପୂର୍ବ ଦିଗ ବୋଲି କୁହାଯାଏ । ସେଥିପାଇଁ ଆପଣ ନିଜର ଘର ତିଆରି କରିବା ସମୟରେ ଏହି କଥାକୁ ଧ୍ୟାନରେ ରଖି କରିବେ ।

·    କେତେକ ଘରେ ଦେଖାଯାଇଛି କି ପୂଜା ସ୍ଥାନ ନଥିବାରୁ ସେମାନେ ଭଗବାନଙ୍କୁ ରୋଷେଇଘରେ ରଖିଥାନ୍ତି । ପରନ୍ତୁ ବାସ୍ତୁ ଅନୁସାରେ ରୋଷେଇ ଘରେ ମନ୍ଦିର କରିବା ଅଶୁଭ ବୋଲି କୁହା ଯାଇଛି । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଆପଣ ବହୁତ ବଡ ଅସୁବିଧାରେ ପଡି ପାରନ୍ତି ।

·    ଆପଣଙ୍କୁ ଏହି କଥା ପ୍ରତି ଧ୍ୟାନ ରଖିବାକୁ ପଡିବ ଯେତେବେଳେ ଆପଣ ନିଜର ମନ୍ଦିର ତିଆରି କରୁଛନ୍ତି ତେବେ ବାଥରୁମ ଏବଂ ମନ୍ଦିର କାନ୍ଥ ଗୋଟିଏ ହେବା ଉଚିତ ନୁହେଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।