ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରେ ବି ଲୁହ ଆସିଥାଏ, ତେବେ କଣ ଅଟେ ଏହାର ରହସ୍ୟ

ଆମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ପ୍ରଥମରୁ ଏହି ବ୍ରାହ୍ମାଣ୍ଡ ଖାଲି ଥିଲା । ସବୁଆଡେ କେବଳ ଅନ୍ଧକାର ଥିଲା । ଏହା ପରେ ଅଚାନକ ଏକ ବିଶାଳକାୟ ଶିବଲିଙ୍ଗ ପ୍ରକଟ ହେଲା । ଯାହା ଦ୍ଵାରା ଏହି ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ଊର୍ଜାରେ ଭରିଗଲା । ଏହା ପରେ ବ୍ରହ୍ମାଣ୍ଡରେ ପଦାର୍ଥର ନିର୍ମାଣ ହେଲା ଯେଉଁଥିରେ ଜଳ, ଧାତୁ, ବାୟୁ, ଅଗ୍ନି ଭଳି ଅନେକ ଜିନିଷର ନିର୍ମାଣ ହେଲା । ଏହି କାରଣରୁ କୁହାଯାଏ କି ଏହି ବ୍ରହ୍ମାଣ୍ଡରେ ଭଗବାନ ଶିବ ଶଙ୍କରଙ୍କର ବାସ ଅଟେ । ଶିବ ହିଁ ଆଦି ଓ ଶିବ ହିଁ ଅନ୍ତ ଅଟନ୍ତି । ଯେତେବେଳେ ଆପଣ ପୂଜା କରିବାକୁ ବସନ୍ତି ବା ଧ୍ୟାନ କରିବାକୁ ବସନ୍ତି ତେବେ ଆପଣଙ୍କ ଆତ୍ମାର କନେକ୍ସନ ଈଶ୍ବରଙ୍କ ସହିତ ହୋଇଥାଏ ।

ସମସ୍ତ ସଜୀବ ଓ ନିର୍ଜୀବ ଜିନିଷରେ ତାଙ୍କର ବାସ ହୋଇଥାଏ । ଏହି କାରଣରୁ ଯେତେବେଳେ ଆପଣଙ୍କ ଅନ୍ତର ଆତ୍ମା ଓ ଈଶ୍ବରଙ୍କ ମଧ୍ୟରେ ସମ୍ପର୍କ ହୋଇଥାଏ ତେବେ ଇଶ୍ଵର ଆପଣଙ୍କୁ କିଛି ସଙ୍କେତ ଦେଇଥାନ୍ତି । ଏହି ସଙ୍କେତ ବହୁତ ସାଧାରଣ ହୋଇଥାଏ । ଏହାକୁ ଆମେ ବୁଝି ନପାରି ନଜର ଅନ୍ଦାଜ କରିଦେଉ । ଯେତେବେଳେ ଆପଣ ପୂଜାପାଠ କରିଥାନ୍ତି ତେବେ ଆପଣଙ୍କ ଆଖାପାଖର ବାତାବରଣ ସକରାତ୍ମକ ଊର୍ଜାରେ ଭରିଯାଏ ଓ ଏହି କାରଣରୁ ଆମକୁ ପ୍ରସନ୍ନତା ଅନୁଭବ ହୋଇଥାଏ । ଦୁଃଖ ବି ଖୁସିରେ ବଦଳିଯାଇଥାଏ । ଚାଲନ୍ତୁ ଜାଣିବା ଏମିତି ହିଁ କିଛି ସଙ୍କେତ ବିଷୟରେ ଯାହା ଭଗବାନ ଆମକୁ ଦେଇଥାନ୍ତି ।

ପୂଜା କରିବା ସମୟରେ ଆଖିରେ ଲୁହ ଆସିବା

ଯଦି ଆପଣ ଈଶ୍ଵରଙ୍କ ଆରାଧନାରେ ଧ୍ୟାନ ଲଗାଇ ବସିଛନ୍ତି ଓ ଅଚାନକ ଆଖିରେ ଲୁହ ଆସିଯାଏ ତେବେ ଏହା ଈଶ୍ବରଙ୍କ ସଙ୍କେତ ଅଟେ କି ଆପଣଙ୍କ ଆତ୍ମାର ଈଶ୍ବରୀୟ ଶକ୍ତି ସହିତ ମିଳନ ହେଇସାରିଛି । ଏମିତି ସମୟରେ ଈଶ୍ଵରଙ୍କୁ ନିଜ ମନୋକାମନା ଅବଶ୍ୟ କୁହନ୍ତୁ । ଏହି ସମୟରେ ଈଶ୍ଵରଙ୍କୁ କରିଥିବା ସବୁ ପ୍ରାର୍ଥନାର ଫଳ ମିଳିଥାଏ । ଏହା ଈଶ୍ଵରଙ୍କୁ କିଛି ମାଗିବାର ସର୍ବୋତ୍ତମ ସମୟ ହୋଇଥାଏ ।

ଏହା ସହିତ ପୂଜା ସମୟରେ ଆଖିରେ ଲୁହ ଆସିବାର କାରଣ ଏହା ହୋଇଥାଏ କି ଆପଣଙ୍କ ଭିତରେ ଖରାପ ଗୁଣ ଶେଷ ହେଉଛି ଓ ଆପଣଙ୍କ ଆତ୍ମା ଶୁଦ୍ଧ ହେଉଛି ।

ଦୀପର ଜ୍ୟୋତି

ଅଗ୍ନି ପଞ୍ଚତତ୍ତ୍ଵ ମଧ୍ୟରୁ ଗୋଟିଏ ଅଟେ । ଏଥିରେ ଭଗବାନ ଶିବ ଶଙ୍କରଙ୍କର ବାସ ହୋଇଥାଏ । ଯଦି ଆପଣ ପୂଜା କରୁଛନ୍ତି ଓ ଆପଣଙ୍କ ସାମ୍ନାରେ ଥିବା ଦୀପର ଜ୍ଯୋତି ଅଚାନକ ବଢିଯାଏ, ତେବେ ଏହା ଈଶ୍ବରଙ୍କ ସଙ୍କେତ ଅଟେ କି ସେ ଆପଣଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ଅଟନ୍ତି । ଏମିତି ସମୟରେ ଆମକୁ ଈଶ୍ବରଙ୍କ ପ୍ରାର୍ଥନା କରିବା ଆବଶ୍ୟକ ଓ ନିଜର ମନୋକାମନା କହିବା ଆବଶ୍ୟକ ।

ଧୂପବତୀର ଧୂଆଁ

ଯଦି ଆପଣ ପୂଜା କରିବା ସମୟରେ ଆପଣଙ୍କୁ ନଜର ଆସେ କି ଆପଣ ଲଗାଇଥିବା ଅଗରବତୀର ଧୂଆଁ ଈଶ୍ବରଙ୍କ ପ୍ରତିମା ଆଡକୁ ଯାଉଛି ତେବେ ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ପୂଜାକୁ ଇଶ୍ଵର ସ୍ଵୀକାର କରିଛନ୍ତି ।

ଫୁଲ ପଡିବା

ଯଦି ଆପଣ ପୂଜା ଓ ଧ୍ୟାନ କରିବା ପୂର୍ବରୁ ଈଶ୍ବରଙ୍କ ପ୍ରତିମା ଉପରେ ଫୁଲ ଚଢାଇଛନ୍ତି ଓ ଧ୍ୟାନ କରିବା ସମୟରେ ଏହା ଆପଣଙ୍କ ଆଡକୁ ଗଳି ପଡିଥାଏ ତେବେ ଏହାକୁ ବହୁତ ଶୁଭ କୁହାଯାଇଥାଏ । ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ଆରାଧନାକୁ ଇଶ୍ଵର ସ୍ଵୀକାର କରି ନେଇଛନ୍ତି ଓ ଏହାର ଉଚିତ ଫଳ ଆପଣଙ୍କୁ ନିଶ୍ଚୟ ମିଳିବ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଏମିତି ଅନେକ ସୁନ୍ଦର ପୋସ୍ଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।