ପାକିସ୍ତାନରୁ ଆସିଲା ଡାକୁ ଙ୍କ ଧମକ । ସୀମା ହାଇଦର କୁ ଜଲ୍ଦି ଫେରାଇ ଦିଅ ନ ହେଲେ ଧ୍ଵଂସ କରିଦେବୁ ହିନ୍ଦୁଙ୍କ ମନ୍ଦିର । ପବଜି ଖେଳରୁ ପ୍ରେମ ଆରମ୍ଭ ହୋଇଥିବା ଓ ହିନ୍ଦୁ ଯୁବକଙ୍କୁ ବାହା ହେବା ପାଇଁ ପାକିସ୍ତାନ ଛାଡି ଭାରତ ଆସିଥିବା ସୀମା ହାଇଦର କୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ନିଜ ଠାରେ ବୟସରେ ଛୋଟ ଗ୍ରେଟର ନୋଏଡା ର ସଚିନ ଙ୍କ ପ୍ରେମରେ ପଡିଥିବା ନିଜର 4 ପିଲାଙ୍କ ସହ ସୀମା ପାକିସ୍ତାନ ଛାଡି ଭାରତ ଚାଲି ଆସିଛନ୍ତି ।
ଆଉ ବେଇଆନ ଭାବେ ଭାରତ ପ୍ରବେଶରେ 4 ଦିନ ଜେଲରେ ଅହିବା ପରେ ଜାମିନରେ ଆସି ଏବେ ପ୍ରେମିକ ସଚିନ ଙ୍କ ସହ ତାଙ୍କ ଘରେ ରହୁଛନ୍ତି । ତେବେ ଏହି ଘଟଣା ପରେ ପାକିସ୍ତାନରେ ର ରହୁଥିବା ହିନ୍ଦୁ ମାନେ ଭୟଭୀତ ହୋଇ ଉଠିଛନ୍ତି । କାରଣ ଗତ କାଲି ପାକିସ୍ତାନର ଏକ ଡାକୁ ଦଳ ଏକ ଭିଡିଓ ଜାରି କରି କହିଛନ୍ତି ସୀମା ହାଇଦର କୁ ତୁରନ୍ତ ପାକିସ୍ତାନ କୁ ଫେରାଇ ଦିଅ ଚେତ ପରିଣାମ ଭୟଙ୍କର ହେବ ।
ହିନ୍ଦୁ ମାନଙ୍କ ମନ୍ଦିର ଓ ଘର ଉପରେ ଆକ୍ରମଣ କରାଯିବ ବୋଲି ଡାକୁ ଦଳ କହିଛନ୍ତି । ପାକିସ୍ତାନର ସିଲକ ପ୍ରଦେଶରେ କିଛି ଡାକୁ ଦଳ ସକ୍ରିୟ ଅଛନ୍ତି ଯାହା ଏକ ରିପୋର୍ଟ ରେ ସ୍ପଷ୍ଟ ହୋଇଛି । ସିନ୍ଧୁ ନଦୀର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହି ସେମାନେ ଡକାୟତ ଚଳାଇ ଆସୁଛନ୍ତି । ଏହି ଡାକୁ ଦଳ ମଧ୍ୟରୁ ଘୋଟକି ଜଙ୍ଗଲରେ ସକ୍ରିୟ ହିବା ଡକାୟତ ଙ୍କ ମୁଖିଆ ର ରାନୁ ସାର୍କ ଏହି ଭିଡିଓ ଜାରି କରିଛି ।
ପାକିସ୍ତାନ ସରକାରଙ୍କ ଉଦ୍ଦେଶ୍ୟରେ ଏହି ଭିଡିଓ ରେ ରାନୁ କହିଛି ଏହି ମହିଳା ନିଜ 4 ପିଲାଙ୍କ ସହ ନେପାଳ ଗଲା । ଆଉ ସେଠାରୁ ଭାରତ ଚାଲିଗଲା । ସେଠାରେ ହିନ୍ଦୁ ଧର୍ମ ଗ୍ରହଣ କରି ନେଲା । ଆମେ ଜଖାନି ଜନ ଜାତିର ସରକାରଙ୍କୁ ନିବେଦନ କରୁଛୁ କି ତାକୁ ଜଲ୍ଦି ପାକିସ୍ତାନ କୁ ଫେରାଇ ଅଣାଯାଉ । ଯଦି ସୀମା ହାଇଦର କୁ ଭାରତରୁ ପାକିସ୍ତାନ କୁ ନ ପଠାଯାଏ ତେବେ ତୁମର ହିନ୍ଦୁ ଲୋକଙ୍କୁ ଯେଉଁଠି ଦେଖିବୁ ମାରିବୁ ।
ପାକିସ୍ତାନରେ ରହୁଥିବା ହିନ୍ଦୁ ମାନେ ନିଜ ସୁରକ୍ଷା ପାଇଁ ନିଜେ ଦାୟୀ ରହିବେ । ଆମେ ରହର୍କି ଦରବାରରେ ବୋମା ଫୁଟାଇବୁ । ଏଭଳି କିଛି କଥା କହି ନିଜ ସାଥି ଡାକୁଙ୍କ ସହ ପାକିସ୍ତାନ ଜିନ୍ଦାବାଦ ବୋଲି ନାରା ଲଗାଇଛି ଏହି ଡାକୁ ସରଦାର । ତେବେ ଡାକୁ ସର୍ଦାରଙ୍କ ଏଭଳି ଧମକ ପରେ ପାକିସ୍ତାନରେ ରହୁଥିବା ହିନ୍ଦୁ ମାନେ ଭୟଭୀତ ହୋଇପଡିଛନ୍ତି ।
ଗଣମାଧ୍ୟମ ସାମନାରେ ସେମାନେ ମୁହଁ ଖୋଲିବାକୁ ଭୟ କରୁଛନ୍ତି । ତେବେ ଏ ବାବଦରେ ଶକର ଡିଆଇଜି ଯଶକାନି କହିଛନ୍ତି ଧମକ ଦେଇଥିବା ଡାକୁ ଦଳକୁ ଆମେ ଧରିବାକୁ ଚେଷ୍ଟା କରୁଛି । କିନ୍ତୁ ସେମାନେ ଆତଙ୍କବଦୀ ସଂଘଠନ ସହ ମିଶିଗଲେ ସମସ୍ଯା ବଢିଯିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।