ପୁଅକୁ ହେଲା କ୍ୟାନ୍ସର ତ ୨ ବର୍ଷ ପର୍ଯ୍ୟନ୍ତ କରିଲେ ନାହିଁ ଗୋଟିଏ ବି ଫିଲ୍ମ, ଏବେ ପୁଅକୁ ଖୁସି କରିବା ପାଇଁ ନେଇ ଆସିଲେ ମଲ

୪୦ ବର୍ଷୀୟ ଇମରାନଙ୍କ ଜୀବନରେ ଯେତେବେଳେ ତାଙ୍କ ପୁଅ ଅୟାନ ଏଣ୍ଟ୍ରି କରିଲା ତ ସେହି ସମୟରୁ ହିଁ ଇମରାନ ବହୁତ ବଦଳି ଯାଇଛନ୍ତି । ଏହା ପର ଠାରୁ ସେ ଫିଲ୍ମରେ କିସିଙ୍ଗ ସିନ ଦେବା ବି ବନ୍ଦ କରି ଦେଲେ । କହିବାକୁ ଗଲେ ତାଙ୍କ ପୁଅ ଅୟାନ କ୍ୟାନ୍ସର ସମୟରେ ବହୁତ ହିଁ କଷ୍ଟ ସହିଛି । କିନ୍ତୁ ବର୍ତ୍ତମାନ ଅୟାନର କ୍ୟାନ୍ସର ଭଲ ହୋଇ ଯାଇଛି । ବର୍ତ୍ତମାନ କିଛି ତଳେ ହିଁ ଇମରାନ ନିଜର ପୁଅକୁ ଖୁସି କରିବା ପାଇଁ ମଲ ବୁଲେଇବାକୁ ନେଇ ଯାଇଥିଲେ । ଯାହା ଦ୍ଵାରା ସେ ନିଜ ମନ ପସନ୍ଦର ଆକ୍ଟିବିଟୀ କରି ପାରିବ ।

ଇମରାନ ନିଜର ପୁଅକୁ ନେଇ ଏକ ମଲରେ ପହଞ୍ଚିଲେ, ଯେଉଁଠି ତାଙ୍କ ପଛରେ ତାଙ୍କର ପତ୍ନୀ ପରଵିନ ସାହନୀ ବି ନଜର ଆସିଲେ । ଯାହା ପରେ ଇମରାନ ନିଜର ପୁଅକୁ ନେଇ ମଲ ଆସିଲେ, ଏହି ସମୟରେ ଅୟାନ ବହୁତ ଖୁସି ବି ନଜର ଆସୁଥିଲେ । ଅନ୍ୟ ପଟେ ଇମରାନଙ୍କ କଥା କହିବା ତ ସେ ଏକ ନୂଆ ଲୁକରେ ନଜର ଆସିଲେ ଓ ତାଙ୍କ ପୁଅ କ୍ୟାନ୍ସର ଫ୍ରୀ ହେବା ପରେ ତାଙ୍କ ଖୁସିର ଠିକଣା ହିଁ ନାହିଁ ।

ଇମରାନଙ୍କୁ ଯେତେବେଳେ ଜଣା ପଡିଲା କି ତାଙ୍କ ପୁଅକୁ କିଡନୀ କ୍ୟାନ୍ସର ହୋଇଛି ତେବେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେତେବେଳେ ଅୟାନ ମାତ୍ର ୩ ବର୍ଷର ଥିଲେ ଓ ତାଙ୍କର ଜୀବନ ଉପରେ ଆଞ୍ଚ ଆସିଥିଲା । ତେବେ ସେହି ସମୟରୁ ଇମରାନ ଫିଲ୍ମ କରିବା ପାଇଁ ମନା କରି ଦେଲେ । ତାଙ୍କ ପୁଅକୁ ୪ ବର୍ଷ ପର୍ଯ୍ୟନ୍ତ କ୍ୟାନ୍ସରର କଷ୍ଟ ସହିବାକୁ ପଡିଲା ଓ ଇମରାନ ଏହି କାରଣରୁ ୨ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବି ଫିଲ୍ମ କରି ନ ଥିଲେ ।

ସେ ବର୍ଷ ୨୦୧୭ରେ ଫିଲ୍ମ ବାଦଶାହୋ କରିଥିଲେ । ଯେତେବେଳେ ତାଙ୍କ ପୁଅ ଅୟାନ କ୍ୟାନ୍ସର ଫ୍ରୀ ହୋଇଗଲେ ତେବେ ଇମରାନ ଠିକ ୨ ବର୍ଷ ପରେ ଫିଲ୍ମ ‘ଚିଟ ଇଣ୍ଡିଆ’ ଦ୍ଵାରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିଲେ । ଯାହାର ରିଲିଜ ସମୟରେ ଇମରାନ ନିଜର ପୁଅକୁ ନେଇ ବହୁତ ହିଁ ଭାବୁକ ହୋଇଯାଇଥିଲେ ଓ ତାଙ୍କ ଆଖିରେ ଲୁହ ଚାଲି ଆସିଥିଲା । କହିଦେଉଛୁ କି ଏହି ବର୍ଷ ଇମରାନ ଗ୍ୟାଙ୍ଗସ୍ଟର ଫିଲ୍ମ “ମୁଂବଈ ସାଗା”ରେ ନଜର ଆସିବେ ।