Jyotish Shastra- P ଓ S ନାମର ଯୋଡ଼ିଙ୍କ ମଧ୍ୟରେ କିପରି ରହିଥାଏ ସମ୍ପର୍କ ? ଜାଣନ୍ତୁ ସେମାନଙ୍କ ଅଭ୍ଯାସ, ସ୍ଵଭାବ ଓ ମାସଞ୍ଜସ୍ୟ

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ କିଛି ନାମର ପ୍ରଥମ ଅକ୍ଷରରୁ ଜଣା ପଡିଥାଏ ଯେ ସେହି ବ୍ୟକ୍ତି କେଉଁ ସ୍ଵଭାବର ହୋଇଥାଏ । କିଛି ନାମର ବ୍ୟକ୍ତି ଭଲ ସ୍ଵଭାବର ହୋଇଥାନ୍ତି ତ ଆକୁ କିଛି ନାମର ବ୍ୟକ୍ତି ଜିଦି ପ୍ରକୃତିର ହୋଇଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ P ଓ S ନାମର ବ୍ୟକ୍ତିଙ୍କର ସ୍ଵଭାବ କିପରି ହୋଇଥାଏ ଓ ଏମାନଙ୍କ ଯୋଡି କିପରି ରହିବ ସେହି ବିଷୟରେ କହିବାକୁ ଯାଉଛୁ । “S” ନାମର ବ୍ୟକ୍ତି ମାନେ : ଏହି ନାମର ବ୍ୟକ୍ତି ମାନେ ବହୁତ ଶାନ୍ତ ସ୍ବଭାବର ହୋଇଥାନ୍ତି । ଏମାନେ ସିଧା, ସ୍ପଷ୍ଟ ଓ ନ୍ୟାୟ ଥିବା କଥା କହିବାକୁ ପସନ୍ଦ କରନ୍ତି । ସେ ଯାହା ବୁଝନ୍ତି ତାହା ସିଧାସଳଖ କହିବାକୁ ପସନ୍ଦ କରନ୍ତି । ନ୍ୟୟ ପାଇଁ ଏମାନେ ନିଜ ପରିବାର ସହ ମଧ୍ୟ ଲଢିଥାନ୍ତି । ଏମନାନେ ନିଜକୁ ଭଲ ଦେଖାଇବାକୁ କେବେ ବି ମିଛ କହି ନ ଥାନ୍ତି ।

ଅନ୍ୟକୁ ସାହାଜ୍ଯ କରିବାକୁ ଏମାନେ ଆଗେଇ ଆସିଥାନ୍ତି । ଯେଉଁ ମାନେ ଧୋକା ଦେଇଥାନ୍ତି ସେମାନଙ୍କୁ ଏମାନେ ଘୃଣା କରିଥାନ୍ତି । ଏହି ନାମର ବ୍ୟକ୍ତିଙ୍କର ସିକ୍ସସେନ୍ସ ବହୁତ ତେଜ ହୋଇଥିବାରୁ ଏମାନଙ୍କର କିଏ ମିଟର ଓ ଶତ୍ରୁ ଜାଣି ପାରନ୍ତି । ଏମାନେ ଭଗବାନଙ୍କ ଅଧିକ ବିଶ୍ଵାସ ରଖିଥାନ୍ତି । ଧାର୍ମିକ କାର୍ଯ୍ୟରେ ଏମାନେ ଅଧିକ ରୁଚି ରଖିଥାନ୍ତି ।

“P” ନାମର ବ୍ୟକ୍ତି ମାନେ : ଏହି ନାମର ବ୍ୟକ୍ତି ମାନେ ବହୁତ ଭାବୁକ ହୋଇଥିବାରୁ ନିଜ ମନ କଥା ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହି । ଏମାନେ ଚଞ୍ଚଳ ଓ ଛୋଟ ଛୋଟ କଥାକୁ ମାଇନ୍ଡରେ ନେଇଥାନ୍ତି । କେବେ ବି ନିଜର କୌଣସି ଗୁପ୍ତ କଥା ଅନ୍ୟ ଆଗରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରିଥାନ୍ତି ।

ଏହି P ଓ S ନାମର ସମାନତା ଦେଖିବାକୁ ଗଲେ ଦୁହେଁ ନ୍ୟାୟପ୍ରିୟ ଅଟନ୍ତି । ଏମାନେ ସର୍ବଦା ଠିକ କଥାର ସାଥ ଦେଇଥାନ୍ତି । ଧନ ସମ୍ଭଧୀୟ ମାମଲାରେ ମଧ୍ୟ ଏହି ଦୁଇ ନାମର ବ୍ୟକ୍ତି ମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି । ଏହି ଦୁଇ ନାମର ବ୍ୟକ୍ତି ମାନେ ଅଯଥା ଖର୍ଚ୍ଚ ନ କରି ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିଥାନ୍ତି । ଅନ୍ୟକୁ ସାହାଜ୍ୟ କରିବା ସହ ସମାଜରେ ମଧ୍ୟ ଏମାନେ ଆଗରେ ରହିଥାନ୍ତି ।

ଯେବେ P ନାମର ବ୍ୟକ୍ତି ଭାବୁକ ହୋଇଥିବେ ତେବେ S ନାମର ବ୍ୟକ୍ତି ତାଙ୍କୁ ସାହାରା ଦେବେ । S ନାମର ବ୍ୟକ୍ତି ଅଧିକ ଜିଦି ସ୍ଵଭାବର ହୋଇଥାନ୍ତି ତ P ନାମର ବ୍ୟକ୍ତି ସଙ୍କୋଚ କରିଥାନ୍ତି । ତେଣୁ P ନାଁର ବ୍ୟକ୍ତି ସର୍ବଦା S ନାମର ବ୍ୟକ୍ତି ଉପରେ ଭରସା କରି ରହିବେ ।

ଏହି ଦୁଇ ନାମର ଯୋଡିଙ୍କର କିଛି ଭଲ ଓ ଖରାପ ସମ୍ପର୍କ ରହିବ । ଏହି ଦୁଇ ନାମର ଯୋଡି ନିଜ ଜୀବନରେ ପରସ୍ପର ସହ ଖାପଖୁଆଇ ଚାଲିବାରେ ପରସ୍ପରକୁ ସାହାଜ୍ୟର ହାତ ବଢାଇବେ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।