ପ୍ରେମିକ ସହିତ ପଳାଇଥିବା ଗର୍ଭବତୀ ଲକଡାଉନରେ ଘରେ ପହଞ୍ଚିଲା, ତ ଘରଲୋକ ଘରେ ପୁରେଇଲେ ନାହିଁ, ଆଉ ତା ପରେ…

କରୋନା ଭାଇରସ ସଂକ୍ରମଣ ସମୟରେ ହୋଇଥିବା ଲକଡାଉନରେ ଅନେକ ଘଟଣା ଘଟୁଛି । ଗୁରୁବାର ଦିନ ମଟିହାନି ପ୍ରଖଣ୍ଡରୁ ଏକ ମାମଲା ସାମନାକୁ ଆସିଛି । ବାଗଡ଼ୋବ ଗାଁରୁ ଅନ୍ୟ ଏକ ଗାଁର ପ୍ରେମିକ ସହିତ ଦୁଇ ତିନି ବର୍ଷ ତଳେ ପଳାଇ ଯାଇଥିବା ଯୁବତୀ ଗୁରୁବାର ଦିନ ରାତିରେ ଚେନ୍ନାଇରୁ ନିଜ ଘରେ ପହଞ୍ଚିଲେ । ତାର ପ୍ରେମିକ ତା ସହିତ ନ ଆସି ତାକୁ ଏକା ଟ୍ରେନରେ ପଠାଇ ଦେଇଥିଲା । ଘରେ ପହଞ୍ଚିବା ପରେ ଘର ଲୋକ ତାକୁ ଘରେ ପଶିବା ପାଇଁ ଅନୁମତି ଦେଲେ ନାହିଁ । ଗୁରୁବାର ଦିନ ରାତିରେ ସେ ବ୍ଲକ ମୁଖ୍ୟାଳୟରେ ପହଞ୍ଚିଲା ଏବଂ ସେଠାରେ ତାକୁ ବ୍ଲକ ସ୍ତରୀୟ କ୍ଵାରେଣ୍ଟାଇନ ସେଣ୍ଟରରେ ରଖାଗଲା ।

ଚିକିତ୍ସା ବଦଳରେ କରିଦେଲେ ପାଟନା ରେଫର

ପ୍ରାୟ ସାତ ଆଠ ମାସର ଗର୍ଭବତୀ ହେବା ସହିତ ଚେନ୍ନାଇ ଠାରୁ ବହୁତ ଦୂରରୁ ଟ୍ରେନରେ ବେଗୁସରାୟ ପହଞ୍ଚିବା କାରଣରୁ ଶୁକ୍ରବାର ଦିନ ସକାଳେ ପ୍ରସବର ନିର୍ଦ୍ଧାରିତ ସମୟ ପୂର୍ବରୁ ତାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯେଉଁ କାରଣରୁ ତାଙ୍କୁ ଶୀଘ୍ର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଟିହାନି ଅଣାଗଲା ଏବଂ ତାଙ୍କର ଗମ୍ଭୀର ସ୍ଥିତିକୁ ଦେଖି ତାଙ୍କୁ ସଦର ମେଡିକାଲକୁ ପଠାଇ ଦିଆଗଲା । ସକାଳୁ ସଦର ମେଡିକାଲରେ ପହଞ୍ଚିବା ପରେ ବହୁତ ଡେରିରେ ଜଣେ ମହିଳା ଡାକ୍ତର ତାଙ୍କୁ ଦେଖିଲେ ଏବଂ ଚିକିତ୍ସା କରିବା ବଦଳରେ ତାଙ୍କୁ ପାଟନା ପଠାଇଦେଲେ । ତାଙ୍କ ସହିତ କେହି ସମ୍ପର୍କୀୟ ନଥିବାରୁ ପାଟନା ଯାଇପାରିଲେ ନାହିଁ ଏବଂ ପୁଣି ଥରେ ତାଙ୍କୁ ମଟିହାନୀ ପହଞ୍ଚାଇ ଦିଆଗଲା ।

ସମ୍ପର୍କୀୟଙ୍କୁ ବୁଝାଇଲେ ତାଙ୍କୁ ଘରକୁ ପଠାଇଲେ

ଯୁବତୀ ମଟିହାନୀ ପହଞ୍ଚିବା ପରେ ବିଡିଓ ଭୁବନେଶ ମିଶ୍ର, ସିଓ ଉପେନ୍ଦ୍ର କୁମାର ଏବଂ ଥାନାଅଧ୍ୟକ୍ଷ ଯୁବତୀଙ୍କ ସମ୍ପର୍କୀୟଙ୍କୁ ବୁଝାଇ ଯୁବତୀଙ୍କୁ ଘରକୁ ପଠାଇଲେ । କିନ୍ତୁ ଚିକିତ୍ସା ନହେବା କାରଣରୁ ଶୁକ୍ରବାର ଦିନ ମଧ୍ୟାହ୍ନରେ ତାଙ୍କୁ ପୁଣିଥରେ ପ୍ରସବ ପୀଡା ହେବା ସହିତ ରକ୍ତସ୍ରାବ ହେବାକୁ ଲାଗିଲା । ତାଙ୍କୁ ପୁଣି ମଟିହାନୀ ମେଡିକାଲ ନିଆଗଲା ଏବଂ ସେଠାରୁ ସଦର ମେଡିକାଲ ପଠାଗଲା । ସେଠାରେ ଅଧିକାରୀଙ୍କ ପ୍ରୟାସ ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇପାରିଲା ।

ଡ଼ିଏମ କହିଲେ

ସଦର ମେଡିକାଲ ଅଧିକ୍ଷକ ଡା. ଆନନ୍ଦ କୁମାର ଶର୍ମା କହିଲେ କି ସମୟ ଆଗରୁ ପ୍ରସବରେ ହେବାକୁ ଥିବା ବିପଦକୁ ଦେଖି ତାଙ୍କୁ ରେଫର କରାଯାଇଥିଲା କିନ୍ତୁ ସେ ନଯାଇ ଘରକୁ ଚାଲିଗଲେ । ବର୍ତ୍ତମାନ ପୁଣି ସଦର ମେଡିକାଲ ଆସିଛନ୍ତି ଏବଂ ସେଠାରେ ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି । ମାମଲା ବିଷୟରେ ସୂଚନା ଦେବା ସହିତ ଡ଼ିଏମ ଅରବିନ୍ଦ କୁମାର ବର୍ମା କହିଛନ୍ତି କି ତାଙ୍କ ଚିକିତ୍ସାର ସମ୍ପୂର୍ଣ ବ୍ୟବସ୍ଥା କରାଯିବ ଏବଂ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।

ବିଡିଓ କହିଲେ

ବିଡିଓ ଭୁବନେଶ ମିଶ୍ର କହିଛନ୍ତି କି ଯଦି ତାଙ୍କର ସେମିତି କିଛି ଆବଶ୍ୟକତା ପଡେ ତାହେଲେ ଆମେ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଅଛୁ । କୌଣସି ଅସୁବିଧା ହେବ ନାହିଁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।