ପ୍ରେମୀ ଯୁଗଳ ସମସ୍ତଙ୍କ ସାମନ୍ନାରେ କରୁଥିଲେ ଅଶ୍ଳୀଳ କାର୍ଯ୍ୟ, ଯେବେ ପୋଲିସ ଧରିଲା ତ ପୁଣି…

କଲେଜ ବାହାରେ ରାସ୍ତା କଡରେ ଅଶ୍ଳୀଳ କାର୍ଯ୍ୟ କରୁଥିବା କିଛି ପ୍ରେମୀ ଯୁଗଳଙ୍କୁ ପୋଲିସ ଧରିଥିଲା । ଯୁଗଳ ପ୍ରେମୀଙ୍କୁ ପୋଲିସ କଡା ଚେତାବନୀ ଦେଇ ଛାଡି ଦେଇଥିଲା । ଏହା ପରେ ଦ୍ଵିତୀୟ ଥର ଧରା ପଡିବା ପରେ ପୋଲିସ ତାଙ୍କ ପିତା ମାତାଙ୍କୁ ସୂଚନା ଦେବାର ଚେତାବନୀ ଦେଇଥିଲେ । ଯାହାଫଳରେ ସେମାନେ ନିୟନ୍ତ୍ରିତ ହୋଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଶକ୍କରଦରା ଚୌକ ପାଖରେ କମଲା ନେହେରୁ କଲେଜ ଅଛି । ଏହି କଲେଜର କେତେଜଣ ଛାତ୍ର ଛାତ୍ରୀ ସବୁବେଳେ କଲେଜ ବାହାରେ ଏକ ଗଳିରେ ବସୁଥିଲେ । ଏହି ଯୁବକମାନଙ୍କୁ ବହୁତ ଥର ମଦ୍ୟ ଓ ସିଗାରେଟ ଆଦି ନିଶା ଦ୍ରବ୍ୟ ସେବନ କରୁଥିବାର ଦେଖାଯାଇଛି । ନିଶାରେ ଅଭଦ୍ର ଭାଷା କହିବା ଓ ଯୁଗଳମାନଙ୍କର ଅଶ୍ଳୀଳ କାର୍ଯ୍ୟ ଏହି ସ୍ଥାନରେ ସାଧାରଣ ଥିଲା । ହେଲେ ପାଖରେ କିଛି ଲୋକ ନିଜ ପରିବାର ସହ ରହୁଥିଲେ ।

ସ୍ଥାନୀୟ ଲୋକମାନେ ଏହି ବିଶୃଙ୍ଖଳାକୁ ରୋକିବା ପାଇଁ ବହୁତ ଚେଷ୍ଟା କରିଥିଲେ ଓ ଏଥି ପାଇଁ ବହୁତ ଥର ବିବାଦ ସୃଷ୍ଟି ହେଉଥିଲା । ବିବାଦକୁ ଡରି ଲୋକମାନେ ସେହି ଯୁଗଳଙ୍କୁ ପାଟି କରିବା ବନ୍ଦ କରିଦେଲେ ଯାହା ଫଳରେ ସେମାନଙ୍କର ଏହି ବିଶୃଙ୍ଖଳା ବଢିବାକୁ ଲାଗିଲା ।

ଏହା ମଧ୍ୟରେ ଦିନେ ଖରାବେଳ ସମୟରେ ସାମାଜିକ କାର୍ଯ୍ୟକର୍ତ୍ତା ମନିଷ ପାପଡବାର ଓ ପୁନମ ଚାଗଡେ ଆଦି ଲୋକମାନେ ଯୁଗଳ ପ୍ରେମୀଙ୍କ ଏହି ଖରାପ କାମ ବିଷୟରେ ପୋଲିସ ଦାମିନୀ ପଥକଙ୍କୁ ସୂଚନା ଦେଇଥିଲେ । ସୁଚାଙ୍କା ମିଳିବାର ୧୦ ମିନିଟ ପରେ ମହିଳା ପୋଲିସ ଓ ଅନ୍ୟମାନେ ସେହି ସ୍ଥାନରେ ପହଞ୍ଚିଥିଲେ । ସେମାନଙ୍କୁ କଡା ଚେତାବନୀ ଦେଇଥିଲେ ଓ ଆଉ ଥରେ ଧରା ପଡିଲେ ତାଙ୍କ ଗାଡିକୁ ଜବତ କରାଯିବ ଓ ତାଙ୍କ ମାତାପିତାଙ୍କୁ ସୂଚନା ଦିଆଯିବାର ଚେତାବନୀ ଦେଇଥିଲେ । ଯାହା ଦ୍ଵାରା ସେଠିକାର ଲୋକମାନେ ଶାନ୍ତିରେ ରହି ପାରିଲେ ।