ପ୍ରେମରେ ସବୁଠୁ ଅଧିକ ବିଶ୍ଵସ୍ତ ହୋଇଥାନ୍ତି ଏହି 3 ନାମର ଝିଅ (Astrology)

ମଣିଷ ଜୀବନରେ ସୁଖ ଓ  ଦୁଃଖ ଲାଗି ରହିଥାଏ । ଜ୍ଯୋତିଷ ଅନୁସାରେ ଗ୍ରହ ନକ୍ଷତ୍ରଙ୍କୁ ଏହାର କାରଣ ବୋଲି ମାନା ଯାଇଥାଏ । ମାନ୍ୟତା ରହିଛି କି ପ୍ରତ୍ଯେକ ଅକ୍ଷରଙ୍କ ସମ୍ବନ୍ଧ ଗ୍ରହ ନକ୍ଷତ୍ରଙ୍କ ସହ ରହିଛି । ତେଣୁ ନାମ ଅନୁସାରେ ମଧ୍ୟ ବ୍ୟକ୍ତିଙ୍କ ଜୀବନରେ ଏହାର ପ୍ରଭାବ ପଡିଥାଏ । ତେବେ ମାନାଯାଏ କି କିଛି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ପ୍ରେମରେ ସବୁଠୁ ଅଧିକ ବିଶ୍ଵସ୍ତ ହୋଇଥାନ୍ତି । ତେବେ ଚାଲନ୍ତୁ ଦେଖିବା ସେହି ନାମ ଗୁଡିକ ।

D ନାମର ଝିଅ

ଏହି ନାମରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । କିନ୍ତୁ ସ୍ବଭାବରେ ଏମାନେ ସାମାନ୍ଯ ଚଞ୍ଚଳ ହୋଇଥାନ୍ତି । ନିଜର ଚୁଲବୁଲି ଗୁଣ ଯୋଗୁଁ ଏମାନେ ସହଜରେ ଅନ୍ୟମାନଙ୍କ ହୃଦୟ ଜିତି ନେଇଥାନ୍ତି । ଏମାନେ ଯାହା ସହିତ ଥରେ ପ୍ରେମରେ ପଡନ୍ତି ସଂପୂର୍ଣ୍ଣ ବିଶ୍ବସ୍ତତାର ସହ ସମ୍ପର୍କ ନିଭାନ୍ତି ।

ଏହି ଝିଅମାନେ ପ୍ରେମରେ ଅତ୍ୟନ୍ତ ଭରସାଯୋଗ୍ୟ ହୋଇଥାନ୍ତି । ଏହାସହ ଏମାନେ ନିଜ ସାଥିଙ୍କ ପ୍ରତ୍ଯେକ ଛୋଟ ବଡ ଖୁସି ଓ ଆବଶ୍ୟକତାର ମଧ୍ୟ ଧ୍ୟାନ ରଖନ୍ତି । କିନ୍ତୁ ଭାବୁକ ସ୍ଵଭାବର ହୋଇଥିବାରୁ ଏମାନେ ନିଜ ସାଥିଙ୍କ ଠାରୁ ଅଲଗା ହେବାକୁ ବିଲକୁଲ ସହି ପାରନ୍ତି ନାହିଁ ଓ ନିଜକୁ ସମ୍ଭାଳିବାକୁ ଅନେକ ସମୟ ନିଅନ୍ତି ।

M ନାମର ଝିଅ

ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ଲଭ ମ୍ୟାରେଜରେ ସବୁଠୁ ଅଧିକ ବିଶ୍ବାସ ରଖନ୍ତି । ଏମାନେ ଶୀଘ୍ର ପ୍ରେମରେ ପଡି ଯାଆନ୍ତି ଓ ଲଭ ମ୍ୟାରେଜ କରିବାକୁ ପସନ୍ଦ କରନ୍ତି । ସ୍ବଭାବରେ ଶାନ୍ତ ଓ ଭାବୁକ ହୋଇଥିବାରୁ ଏମାନେ ନିଜ ମନକଥା ଶୀଘ୍ର କହିବା ପାଇଁ କୁଣ୍ଠାବୋଧ କରିଥାନ୍ତି ।

କିନ୍ତୁ ଥରେ କାହା ସହ ମିଶିଗଲେ ବହୁତ ବିଶ୍ବସ୍ତତାର ସହ ସମ୍ପର୍କ ନିଭାନ୍ତି ଓ ସାଥିଙ୍କ ଉପରେ ଆଖି ବୁଜି ବିଶ୍ବାସ କରନ୍ତି । କିନ୍ତୁ ଏମାନଙ୍କୁ ସବୁବେଳେ ବିଶ୍ଵସ୍ତ ପାର୍ଟନର ମିଳନ୍ତି ନାହିଁ । ସାଥିଙ୍କ ଠାରୁ ଧୋକା ମିଳିବା ଏମାନେ ବହୁତ ଦୁଃଖୀ ରୁହନ୍ତି ଓ ଏଥିପାଇଁ ସାରା ଜୀବନ ନିଜକୁ ହିଁ ଦାୟୀ ବୋଲି ଭାବନ୍ତି ।

A ନାମର ଝିଅ

ଯେଉଁ ଝିଅ ମାନଙ୍କ ନାମ ଇଂରାଜୀ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେମାନଙ୍କ ହୃଦୟ ବହୁତ ସଫା ହେବା ସହ ଏମାନେ ବହୁତ ମିଶାଣିଆ ଏବଂ ଖୁସିମିଜାଜ ସ୍ଵଭାବର ହୋଇଥାନ୍ତି । ଏମାନେ ପ୍ରେମରେ ପଡିଲେ ନିଜକୁ ସଂପୂର୍ଣ୍ଣ ଭାବେ ସାଥିଙ୍କ ପାଇଁ ସମର୍ପିତ କରି ଦିଅନ୍ତି । ଏହାସହ ଏମାନେ ସାଥିଙ୍କ ଖୁସି ତଥା ଛୋଟ ବଡ ସବୁ ଆବଶ୍ୟକତାର ଧ୍ୟାନ ରଖନ୍ତି ।

ସାଥୀଙ୍କୁ ବହୁତ ବେଶୀ ଭଲ ପାଇବା ହେତୁ ଏମାନେ ସେମିତି କିଛି କାମ କେବେ ବି କରନ୍ତି ନାହିଁ ଯାହାଦ୍ୱାରା ସାଥି ତାଙ୍କ ଉପରେ ନାରାଜ ହେବେ । ଏମାନେ ନିଜ ସମ୍ପର୍କକୁ ବଞ୍ଚେଇ ରଖିବା ପାଇଁ ସଂପୂର୍ଣ୍ଣ ବିଶ୍ବସ୍ତତାର ସହ ସାଥ୍ ନିଭାନ୍ତି ।

S ନାମର ଝିଅ

ଯେଉଁ ଝିଅ ମାନଙ୍କ ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସାଥିଙ୍କୁ ସହ ପ୍ରକୃତ ଏବଂ ସଚ୍ଚା ହୃଦୟର ସହ ପ୍ରେମ କରିଥାନ୍ତି । ଏହି ଝିଅମାନେ ସାରା ଜୀବନ ନିଜ ସାଥିଙ୍କ ସହ ବିଶ୍ଵସ୍ତ ରୁହନ୍ତି ଓ ନିଃସ୍ଵାର୍ଥପର ଭାବେ ତାଙ୍କ ସାଥ୍ ନିଭାଇଥାନ୍ତି । ଏମାନେ ସ୍ଵପ୍ନରେ ସୁଦ୍ଧା ନିଜ ସାଥିଙ୍କୁ ଧୋକା ଦେବା କଥା ଭାବି ପାରନ୍ତି ନାହିଁ ।

ଏହାସହ ଯେପରି ସାଥିଙ୍କ ଠାରୁ ତାଙ୍କୁ ଧୋକା ନମିଳେ ତେଣୁ ଜୀବନସାଥୀଙ୍କ ସବୁ କଥାରେ ରାଜି ହୁଅନ୍ତି ତଥା ତାଙ୍କ ତାଙ୍କ ଖୁସିକୁ ସମ୍ମାନ ଦିଅନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।