ପ୍ରତିଦିନ ସକାଳେ ଖାଲି ପେଟରେ ୪ଟି ଭିଜା ବାଦାମ ଖାଇବା ଦ୍ଵାରା ହେଲା କିଛି ଏମିତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ- Health Tips

ବନ୍ଧୁଗଣ ଆଜି ଆମେ ଜାଣିବା ବାଦାମ ଖାଇଲେ କଣ ହେବ? ଓ କିପରି ଏହାର ଫାଇଦା ଆମକୁ ମିଳିବ ସେ ବିଷୟରେ ଜାଣିବା । କେବେ ଖାଇବା କେତେ ଖାଇବା ଭିଜା ବାଦାମ ଖାଇବା କିମ୍ବା ଶୁଖିଲା ବାଦାମ ଖାଇବା । ବାଦାମ ର ଚୋପା ସହ ଖାଇବା ବା ସେମିତି ଖାଇବା । ଚାଲନ୍ତୁ ସେ ସମସ୍ତ ବିଷୟରେ ଆଲୋଚନା କରିବା ଓ ତାର ଫାଇଦା ସମ୍ପର୍କରେ ମଧ୍ୟ ଜାଣିନେବା । ତା ସହ ଆମ ଶରୀର କୁ ଏହାର ଅଧିକ ରୁ ଅଧିକ ଫାଇଦା କିପରି ମିଳିବ ସେ ବିଷୟରେ ମଧ୍ୟ ଜାଣିନେବା ।

ଆରମ୍ଭରେ ଚାରଟି କିମ୍ବା ପାଞ୍ଚଟି ବାଦାମରୁ ଅଧିକ ବାଦାମ କେବେବି ନିଅନ୍ତୁ ନାହିଁ । ଏହାକୁ ସଠିକ ଭାବରେ ସେବନ କରିବା ଆବଶ୍ୟକ ଅଟେ । ବାଦାମ କୁ ପାଣିରେ ପୁରା ରାତି ଯାକ ଭିଜେଇ ରଖିବା ।

ଚାରଟିରୁ ପାଞ୍ଚଟି ବାଦାମ କୁ ପୁରା ରାତି ଯାକ ଭିଜେଇ ରଖିବା ଓ ସକାଳେ ସେହି ବାଦାମ କୁ ଚୋପା କୁ ଛଡେଇ ଖାଇଦେବେ ।  ବାଦାମ ର ଚୋପା ରେ ଟାନିନ ନାମକ ଏକ ତତ୍ୱ ରହିଥାଏ । ଏହି ଟାନିନ ଆମ ପାଚନ ତତ୍ୱରେ ଅସୁବିଧା ହୋଇଥାଏ । ସେଥିପାଇଁ ଚୋପା ଛଡେଇ ବାଦାମକୁ ଚୋବାଇ ଖାଇବା ଉଚିତ । ଏହା ଦ୍ୱାରା ବାଦାମ ରେ ଥିବା ସମସ୍ତ ଭିଟାମିନ ଓ ଶକ୍ତିଶାଳୀ ପଦାର୍ଥ ଆମେ ପାଇଁ ପାରିଥାଉ । ବାଦାମ ରେ ଭରପୁର ମାତ୍ରା ରେ ଆଣ୍ଟିକ ଅକ୍ସାଇଡ଼ ରହିଥାଏ ।

ଫାଇବର ଥାଏ କାର୍ବୋ ହାଇଡ୍ରେଡ଼ ରହିଥାଏ । ହାଇ ପ୍ରୋଟିନ ରହିଥାଏ । କପର, ଜିଙ୍କ, ଭିଟାମିନ ଇ, ବାୟୋଟିନ ଓ ମାଗନେସିୟମ ରହିଥାଏ । ଏତେ ସବୁ ଗୁଣ ଏକ ବାଦାମ ରେ ରହିଥିବାରୁ ତାକୁ ଏକ ପୌଷ୍ଟିକ ଖାଦ୍ୟ କୁହାଯାଏ ଓ ଲୋକମାନେ ବାଦାମ ଖାଇବାକୁ ପରାମର୍ଶ ମଧ୍ୟ ଦେଇଥାନ୍ତି । ସେଥିପାଇଁ ଚାର ଟି ରୁ ପାଞ୍ଚ ଟି ବାଦାମ ପ୍ରତିଦିନ ଖାଇବା ଅଭ୍ୟାସ କରିବା ଉଚିତ । ଏହାଛଡା ଆମେ ବାଦାମ ଖାଇଲେ ଅନେକ ପ୍ରକାର ରୋଗ ରୁ ମୁକ୍ତି ମଧ୍ୟ ପାଇପାରିବା ।

ପ୍ରଥମେ ଆମେ ବାଦାମ କୁ ଖାଇଲେ ତାହା ଆମ ଶରୀର କୁ ଅମ୍ଳଜାନ ପ୍ରଦାନ କରିଥାଏ । ଶାରୀର ରୁ ବିଷାକ୍ତ ପଦାର୍ଥ କୁ ବାହାର କରିଥାଏ । ଏହା ସହ ଯେଉଁ ମାନଂକୁ ଉଚ୍ଚ ରକ୍ତଚାପ ଥିବ ସେମାନେ ଏହି ବାଦାମ କୁ ଖାଇଲେ ସେମାନଙ୍କ ରକ୍ତଚାପ କୁ ନିୟନ୍ତ୍ରଣ ମଧ୍ୟ କରିପାରିବେ । ହାଡ଼ରେ ହେଉଥିବା ଯନ୍ତ୍ରଣା ଓ ଆଣ୍ଠୁ ଗଣ୍ଠିରେ ହେଉଥିବା ଯନ୍ତ୍ରଣାକୁ ମଧ୍ୟ ଏହି ବାଦାମ ଖାଇବା ଦ୍ବାରା କମ ହୋଇ ଯାଇଥାଏ । ଏହା ଅଣ୍ଟା ରେ ଥିବା ଯନ୍ତ୍ରଣା କିମ୍ବା କାନ୍ଧରେ ଥିବା ଯନ୍ତ୍ରଣା ରୁ ମଧ୍ୟ ରାହାତ ମିଳିଥାଏ ।

କେବଳ ଏହି ଚାରି ରୁ ପାଞ୍ଚ ଟି ବାଦାମ ପ୍ରତିଦିନ ଖାଇବା ଦ୍ବାରା ଏହା ନିୟନ୍ତ୍ରଣ ରେ ରହିଥାଏ । ଏହି ବାଦାମ କୁ ଖାଇବା ଦ୍ଵାରା ଆମ କଲେସ୍ଟର ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ । ଯେଉଁ ମାନେ ହୃଦୟ ରୋଗୀ ଥାଆନ୍ତି ସେମାନେ ମଧ୍ୟ ଏହି ବାଦାମ ଖାଇବା ଆବଶ୍ୟକ । ଯେଉଁ ମାନେ ମଧୁମେହ ରୋଗୀ ଥାଆନ୍ତି ସେମାନେ ମଧ୍ୟ ଏହି ବାଦାମ କୁ ଖାଇବା ଉଚିତ । ବାଦାମ ଖାଇବା ଦ୍ୱାରା ଆମ ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ । ତ୍ୱଚା ରେ ଉଜ୍ବଳ ଆସିଥାଏ ଓ ଆମ କେଶ ମଧ୍ୟ ସୁସ୍ଥ ରହିଥାଏ । କେଶ ଜଡ ରୁ ମଜବୁତ ହୋଇଥାଏ ।

ବାଦାମ ଖାଇବା ସହ ଏକ ଗିଲାସ କ୍ଷୀର ପିଇଲେ ଏହା ଅଧିକ ଫାଇଦା ଦେଇଥାଏ । ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ ନୁହେଁ ସେମାନେ କେବଳ ପାଣି ସହ ଏହି ବାଦାମ କୁ ଖାଇ ପାରିବେ । ସକାଳେ ଉଠି ଜଳଖିଆ ପୂର୍ବରୁ ଭିଜା ଚାରଟି ବାଦାମ ଖାଇବା ଉଚିତ । ଯେଉଁ ମାନଂକୁ ପେଟ ଭିତରେ ପଥର ହୋଇଯାଇଥାଏ ସେମାନେ ଏହା ଖାଇବା ଉଚିତ ନୁହେଁ । ଯେଉଁ ମାନେ ଓଜନ କମ କରିବାକୁ ଚାହାନ୍ତି ସେମାନେ ମଧ୍ୟ କେବଳ ସକାଳେହିଁ ବାଦାମ ଖାଇବା ଉଚିତ । ବାଦାମ ଖାଇବା ଦ୍ୱାରା ଆମକୁ ବହୁତ ପ୍ରକାର ଫାଇଦା ମିଳିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।