ଋଷିଆ – ୟୁକ୍ରେନ ଯୁଦ୍ଧରେ ଦିନକୁ କେତେ ଟଙ୍କା ଖର୍ଚ୍ଚ କରୁଛି ଋଷ, ଜାଣିଲେ ଆପଣଙ୍କ ହୋସ ଉଡିଯିବ !

ୟୁକ୍ରେନ ଏବଂ ଋଷିଆ ମହାଯୁଦ୍ଧ ଉପରେ ସାରା ବିଶ୍ଵର ନଜର ରହିଥିବା ବେଳେ ଏବେବି ଥମିନାହିଁ ଯୁଦ୍ଧ ପରିସ୍ଥିତି । ୟୁକ୍ରେନକୁ ଚାରିପଟୁ ଆ-କ୍ର-ମ-ଣ ଜାରି ରଖିଛି ଋଷ । ଋଷର ମିଶାଇଲ ମାଡରେ ୟୁକ୍ରେନ ଧ୍ଵସ୍ତ-ବିଧ୍ଵସ୍ତ ହେଉଥିବା ବେଳେ ଋଷ ମଧ୍ୟ ଯୁଦ୍ଧ ପାଇଁ ପାଣି ଭଳି ଟଙ୍କା ବୁହାଇ ଚାଲିଛି । ପ୍ରତିଦିନ ଯୁଦ୍ଧ ପାଇଁ ଋଷର ମଧ୍ୟ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି । ଏହି ଯୁଦ୍ଧରେ ଦିନକୁ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଆଉ ପୂର୍ବ ନିର୍ଦ୍ଧାରିତ ପ୍ଳାନ ଅନୁସାରେ ଯୁଦ୍ଧ ଚାଲୁ ନଥିବାରୁ ଋଷ ରାଷ୍ଟ୍ରପତି ପୁଟିନ ମଧ୍ୟ ଚିନ୍ତାରେ ପଡି ଯାଇଛନ୍ତି ।

ଖରାପ ରଣନୀତି, କ୍ରେମଲିନର ଅତି ଆତ୍ମ ବିଶ୍ବାସ ଏବଂ ରାଷ୍ଟ୍ର ସୁରକ୍ଷା ପାଇଁ ୟୁକ୍ରେନର ସାହସିକତାର ଲଢେଇ ଋଷର ଯୋଜନାକୁ ବିଫଳ କରୁଥିବା କାରଣରୁ ପୁଟିନ ଏବେ ଚିନ୍ତାରେ । ୟୁକ୍ରେନ ରାଜଧାନୀ କିଭକୁ ଅକ୍ତିଆର କରିବା ଋଷ ପ୍ରାଣାମୂର୍ଚ୍ଛା ଉଦ୍ୟମ କରୁଛି । ହେଲେ ସେମାନଙ୍କୁ ବାଧା ଦେଉଛନ୍ତି ୟୁକ୍ରେନ ସୈନ୍ୟ । ପୁଟିନ ଯୁଦ୍ଧ ଶେଷ କରିବାକୁ ଚେଷ୍ଟା କରୁଥିବା ବେଳେ ଯୁଦ୍ଧ ଶେଷ ହେବାର ନାଁ ନେଉନି ।

ଏବେ ସ୍ଥିତି ଏମିତି ହେଲାଣି ଯେ ଋଷର ପୁଞ୍ଜି ଏବଂ ଅସ୍ତ୍ରଶସ୍ତ୍ର ଧୀରେ ଧୀରେ ଶେଷ ହେବାରେ ଲାଗିଛି । ତେଣୁ ଏହାକୁ ସହଜରେ ବରଦାସ୍ତ କରିପାରୁ ନାହାନ୍ତି ଋଷିଆ ରାଷ୍ଟ୍ରପତି । ଏମିତିକି ୟୁକ୍ରେନ ସହ ଯୁଦ୍ଧ ଘୋଷଣା ପରେ ଅନେକ ରାଷ୍ଟ୍ର ଏବେ ଋଷିଆ ବିରୋଧରେ ଥିବା ବେଳେ ଋଷିଆ ସମୁଦ୍ରରେ ଆମେରିକୀୟ ଯୁଦ୍ଧ ଜାହାଜ ଲୁଚିଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି ।

ସେପଟେ ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରିବ ବୋଲି ଘୋଷଣା କରିବା ପରେ ପୁଟିନଙ୍କ ଚିନ୍ତା ଆହୁରି ବଢିଯାଇଛି । ତେଣୁ ଅଯଥାରେ ଦେଶର ସାମରିକ ଶକ୍ତିକୁ ଖର୍ଚ୍ଚ କରିବାକୁ ଚାହୁଁ ନାହାନ୍ତି ପୁଟିନ । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଯଦି ୟୁକ୍ରେନ ଆଉ ୧୦ଦିନ ଯାଏଁ କିଭକୁ ନିଜ ନିୟନ୍ତ୍ରଣରେ ରଖିପାରେ ତେବେ ପୁଟିନ ୟୁକ୍ରେନ ସହ ଆଲୋଚନା କରିବାକୁ ବାଧ୍ୟ ହେବେ । କାରଣ ଋଷ ଏବେ ଯେମିତି ଭାବେ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ସେମିତି କଲେ ସେମିତି କଲେ ରକେଟ ବି ଶେଷ ହୋଇଯିବ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ଋଷ ସୈନ୍ୟଙ୍କୁ ଯେପ୍ରକାର ଭାବେ ୟୁକ୍ରେନ ସୈନ୍ୟ ଜବାବ ଦେଉଛନ୍ତି ଏହିଭଳି ସ୍ଥିତିରେ କିଭ ଅକ୍ତିଆର କରିବା ଋଷିଆ ପାଇଁ ଏତେ ସହଜ ନୁହେଁ । ସେ ଯାହାବି ହେଉ ଋଷିଆର ଅସ୍ତ୍ରଶସ୍ତ୍ର ସରୁଥିବାରୁ ଏବେ ଚିନ୍ତାରେ ପୁଟିନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।