ପ୍ରତିଦିନ ସିଝା ବାଦାମ୍ ଖାଇଲେ ଯିବାକୁ ପଡିବ ନାହିଁ ଡାକ୍ତରଖାନା, ଦୂର କରିଥାଏ ଷାଠିଏ ପ୍ରକାରର ରୋଗକୁ

ଆମେ ଅନେକ ସମୟରେ ଟାଇମ୍ ପାସ୍ ପାଇଁ ସିଝା ବାଦାମ୍ କିଣି ଖାଇଥାଉ ସେ ସିନେମା ହଲ୍ ହେଉ କିମ୍ବା ଯାତ୍ରା ସମୟରେ । ଏହା ସହିତ ସିଝା ବାଦାମ୍ ଯେ କେବଳ ଟାଇମ୍ ପାସ୍ ପାଇଁ ଖିଆଯାଏ ତାହା ନୁହଁ ଏଥିରେ ଆମକୁ ଅନେକ ପ୍ରକାରର ରୋଗ ନାଶକ ତତ୍ତ୍ୱ ମଧ୍ୟ ମିଳିଥାଏ । ୬୦ ଟି ବଡ ରୋଗରୁ ଆମଠାରୁ ଦୂରେଇ ରଖିବାରେ ସହାୟକ ହୁଏ ଏହି ସିଝା ବାଦାମ୍ । ଏହା ସତ ଯେ ସିଝା ବାଦାମ୍ ଏକ ସଂପୂର୍ଣ୍ଣ ଆହାରର କାମ କରିଥାଏ ।

ଗବେଷକଙ୍କ ମତରେ ୧୦୦ ଗ୍ରାମ୍ ସିଝା ବାଦାମରେ ୨୮୦ କ୍ୟାଲୋରୀ ଥାଏ । ପୌଷ୍ଟିକ ଆହାରରେ ସମ୍ପୁର୍ଣ୍ଣ ରୁପରେ ଭରପୁର ଥିବା ଏହି ତତ୍ତ୍ୱ ଭାଜି ଖାଇବା ଅପେକ୍ଷା ସିଝାରେ ଖାଇଲେ ଏହାର କ୍ୟାଲୋରୀ ୪ ଗୁଣ ବଢିଯାଇଥାଏ । ସିଝା ବାଦାମ୍ ଖାଇବା ଦ୍ୱାରା ଆମ ଶରୀରକୁ ଫୁର୍ତ୍ତି ମିଳିଥାଏ । ଯଦି ଆପଣ ନିଜ ଓଜନକୁ କମ୍ କରିବାକୁ ଚାହାନ୍ତି ତେବେ ଆହାରରେ ସିଝା ବାଦାମ୍ ନିଶ୍ଚୟ ସାମିଲ କରନ୍ତୁ ।

ହୃଦୟରୋଗ, ଡାଇବେଟିସ୍ , କୋଷ୍ଠକାଠିନ୍ୟ, ମୋତିଆବିନ୍ଦୁ , ଛୋଟ ପିଲାଙ୍କ ମସ୍ତିଷ୍କର ବିକାଶ ମଧ୍ୟ ହୋଇଥାଏ । ଏଥିରେ ଅଧିକ ଫାଇବର ମଧ୍ୟ ଥାଏ ଯାହା ଖାଇବା ଦ୍ୱାରା ଖାଦ୍ୟ ମଧ୍ୟ ଜଲଦି ହଜମ ହୋଇଥାଏ ଏବଂ ଏଥିରେ ଅନ୍ତନଳୀ ବି ସଫା ହୋଇଥାଏ । ଏହାସହ ଶରୀରର ମେଟାବଲିଜିମ୍ ମଧ୍ୟ ଭଲ ହୋଇଯାଏ । ଯାହାଦ୍ୱାରା ଶରୀରରେ ଥିବା ଏଳ୍ସଟ୍ରା ଫ୍ୟାଟ୍ ମଧ୍ୟ ଦୂର ହୋଇଥାଏ ।

ଏହା ଏଥିପାଇଁ ଯେ ଏଥିରେ ଏମିନୋ ଏସିଡ୍ ଏବଂ ଅତ୍ୟଧିକ ପ୍ରୋଟିନ୍ ମଧ୍ୟ ମହଜୁତ୍ ଥାଏ । ସିଝା ବାଦାମ୍ ଜନ୍ମ ଦୋଷକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ । ମାଂପପେଶୀକୁ ଟାଣ କରିବା ସହ ବିଭିନ୍ନ ଅଙ୍ଗର ବିକାଶ ମଧ୍ୟ କରିଥାଏ । ଏହା ଶରୀରରେ ଲାଲ୍ ରକ୍ତକଣିକା, ଫୋଲେଟ୍ ଏବଂ ଫୋଲିକ୍ ଏସିଡ୍ ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରିଥାଏ । ଏଥିରେ କ୍ୟାନସର ଉପସମର ତତ୍ତ୍ୱ ମଧ୍ୟ ମିଳିଥାଏ ।