69 ଟି ଶତକ କରିଥିବା ପ୍ରସିଦ୍ଧ ଖେଳାଳୀ ନିଜ ପୁଅକୁ ମାନିବାକୁ କଲେ ମନା, ସ୍ତ୍ରୀର ଥିଲା ଏହି ଖେଳାଳି ସହ ଖରାପ ସମ୍ବନ୍ଧ!

କ୍ରିକେଟର ପଡ଼ିଆରେ ଛକା ଏବଂ ଚୌକାର ବର୍ଷା କରୁଥିବା ତିଲକରତ୍ନେ ଦିଲସାନଙ୍କ ଜୀବନରେ ୨୦୦୮ ରେ ଗୋଟେ ଏମିତି ଝଡ଼ ଆସିଥିଲା, ଯାହାଦ୍ବାରା ତାଙ୍କୁ ବହୁତ ବଡ଼ ଝଟକା ଲାଗିଥିଲା । ଗୋଟିଏ ସେକେଣ୍ଡରେ ତାଙ୍କ ଜୀବନରେ ଏମିତି କିଛି ଘଟିଗଲା ଯାହା ତାଙ୍କ ସଂସାର କୁ ଭାଙ୍ଗିଦେଲା । ସତକଥା ହେଲା ୨୦୦୮ ମସିହାରେ ଦିଲସାନଙ୍କର ତାଙ୍କ ସ୍ତ୍ରୀ ନୀଲାକଙ୍କ ସାଙ୍ଗରେ ଛାଡ଼ପତ୍ର ହୋଇଯାଇଥିଲା । ଏହାର କାରଣ ବହୁତ ହିଁ ଚମକାଇଦେବା ଭଳି ଥିଲା ।

ସତକଥା ହେଲା ନୀଲାକ ଆଉ ଦିଲସାନଙ୍କ ମଝିରେ ପ୍ରାୟତଃ ସବୁ ବେଳେ ଝଗଡ଼ା ହୁଏ । ଯେଉଁ କାରଣରୁ ସେମାନେ ଦୁଇ ଜଣ କିଛି ସମୟ ପରେ ଅଲଗା ରହିବାକୁ ଲାଗିଲେ । ଏହି ସମୟରେ ଦିଲାସାନଙ୍କ ଟିମ୍ ରୁ ଜଣେ ଖେଳାଳୀ ଉପୁଲ ତରଙ୍ଗାଙ୍କ ସହିତ ତାଙ୍କ ସ୍ତ୍ରୀ ନୀଲାକ ନିକଟତ୍ତର ହେବାକୁ ଲାଗିଲେ । ସିଏ ନୀଲାକ୍ ଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଆସନ୍ତି । ଯେତେବେଳେ ଦିଲସାନ ଏ କଥା ବିଷୟରେ ଜାଣିବାକୁ ପାଇଲେ, ତାପରେ ଦିଲସାନ ତାଙ୍କ ସ୍ତ୍ରୀ ନୀଲାକ୍ ଙ୍କୁ ଛାଡପତ୍ର ଦେଇ ଦେଲେ ।

ଯେତେବେଳେ କି ଦିଲସାନଙ୍କ ଠାରୁ ଛାଡ଼ପତ୍ର ପାଇଲା ପରେ ନୀଲାକ୍ ଉପୁଲ ତରଙ୍ଗା ଙ୍କୁ ବିବାହ କରିି ନେଲେ, ଯିଏ ମଧ୍ୟ ଶ୍ରୀଲଙ୍କା ର ଅଧିନାୟକ ରହି ସାରି ଥିଲେ । ଦିଲସାନ ମଧ୍ୟ ଅଟକିଲେ ନାହିଁ ଏବଂ ୨୦୦୮ ରେ ସିଏ ବି ତାଙ୍କ ବାନ୍ଧବୀ ମଜୁଲାଙ୍କୁ ଦ୍ୱିତୀୟ ବିବାହ କରିି ନେଲେ ।

ଦିଲସାନ ତାଙ୍କ ପ୍ରଥମ ସ୍ତ୍ରୀ ଙ୍କ ପିଲା ମାନଙ୍କ ଉପରେ ବି ହକ୍ ଜମାଇଲେ ନାହିଁ । ଦିଲସାନ ତାଙ୍କ ସାଙ୍ଗ ଉପୁଲ ତରଙ୍ଗା ଏବଂ ତାଙ୍କ ସ୍ତ୍ରୀ ନୀଲାକ୍ ଙ୍କ ଠୁ ମିଳିଥିବା ଧୋକାରୁ ଏମିତି ଭାଙ୍ଗି ଯାଇଥିଲେ କି ସିଏ ତାଙ୍କ ପୁଅକୁ ବି ଆପଣାଇଲେ ନାହିଁ । ଏବେ ତାଙ୍କ ପୁଅ ଉପୁଲ ତରଙ୍ଗା ଓ ନୀଲାକ୍ ଙ୍କ ସାଙ୍ଗରେ ରହୁଛି । ଅନ୍ୟ ପଟେ ଦିଲସାନ ଙ୍କ ଦ୍ଵିତୀୟ ବିବାହରେ ତାଙ୍କର ଦୁଇଟି ପିଲା ହୋଇଛନ୍ତି ।

ତିଲକରତ୍ନେ ଦିଲସାନ ଙ୍କୁ ଶ୍ରୀଲଙ୍କାର ଶ୍ରେଷ୍ଠ ବ୍ୟାତ୍ସମ୍ୟାନ ବୋଲି ପ୍ରଶଂସା କରାଯାଏ । ଦିଲସାନ ୱାନେଡେ ମ୍ୟାଚରେ ଦଶ ହଜାରରୁ ବି ଅଧିକ ରନ୍ କରିଛନ୍ତି ଓ ଟେଷ୍ଟ ମ୍ୟାଚରେ ପୁଣି ପାଞ୍ଚ ହଜାର ରୁ ବି ଅଧିକ ରନ୍ କରିଛନ୍ତି । ଦିଲସାନ ପୁଣି ଟି ୨୦ କ୍ରିକେଟ ରେ ଏକ ଶତକ ସହିତ ୧୮୮୯ ରନ୍ ବନେଇଛନ୍ତି । ଦିଲସାନ ଶ୍ରୀଲଙ୍କାର ଏକମାତ୍ର ଏମିତି ବ୍ୟାତ୍ସମ୍ୟାନ ଯିଏ ତିନୋଟି ଯାକ ଫର୍ମାଟରେ ଶତକ ଲଗାଇଛନ୍ତି । ଦିଲସାନ ତାଙ୍କ କ୍ରିକେଟ ଜୀବନରେ ୬୯ ଟି ଶତକ କରିଛନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।