୭ ଦିନ ଭିତରେ ପ୍ରବାସୀ ମଜୁରୀଆଙ୍କୁ ଘରକୁ ପଠାଇବାର ଯୋଜନା ବନେଇବାକୁ ସରକାରଙ୍କୁ ଆଦେଶ ଦେଲେ ସୁପ୍ରୀମ କୋର୍ଟ, କହିଲେ…

ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବର୍ତ୍ତମାନ ସମଗ୍ର ବିଶ୍ବରେ ନିଜର କାୟା ବିସ୍ତାର କରି ସାରିଛି । ବର୍ତ୍ତମାନ ଏହି ମହାମାରୀରେ 2 ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ଚାଲି ଗଲାଣି । ଭାରତରେ ମଧ୍ୟ ଦିନକୁ ଦିନ କରୋନା ଭାଇରସର ମାମଲା ବଢିବାରେ ଲାଗିଛି । ଏଥିପାଇଁ ଭାରତ ପ୍ରଥମେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲା ଓ ପରେ ଏହାକୁ ବଢାଇ ଦିଆଯାଇ ୩ ମେ ପର୍ଯ୍ୟନ୍ତ କରି ଦିଆଯାଇଛି । କିନ୍ତୁ ଏହି ଲକଡାଉନ କାରଣରୁ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ଦିନ ମଜୁରିଆ ଓ ଗରିବ ଶ୍ରେଣୀର ଲୋକମାନେ ।

ଅନେକ ଲୋକ ରାଜ୍ୟ ବାହାରକୁ କାମ କରି ପେଟ ପୋଷିଥାନ୍ତି । କିନ୍ତୁ ଏହି ଲକଡାଉନ କାରଣରୁ ସେମାନଙ୍କର କାମ ବନ୍ଦ ହେବା ସହିତ ଘରକୁ ଆସିବାର ବାଟ ମଧ୍ୟ ବନ୍ଦ ହେଇ ଯାଇଛି । ଯାହା ଫଳରେ କିଛି ଲୋକ ଘରକୁ ଲୁଚି ପଳାଇ ଆସୁଥିବାର ଖବର ମଧ୍ୟ ଆସୁଛି । କିନ୍ତୁ ଏହା ମଧ୍ୟରେ ଖବର ଆସୁଛି କି ଏହି ପ୍ରବାସୀ ମଜୁରିଆଙ୍କୁ ଘରକୁ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଛି ସୁପ୍ରୀମ କୋର୍ଟ ।

ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି କି ଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ପ୍ରବାସି ମଜୁରୀଆଙ୍କୁ ତାଙ୍କ ଘରକୁ ପଠାଇବାର କଣ ଯୋଜନା ଅଛି । ଜଷ୍ଟିସ ଏନବି ରମନା, ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ବିଆର ଗବଇ ଙ୍କ ବୈଠକ ଗୃହ ମନ୍ତ୍ରାଳୟ କୁ ଏକ ସାପ୍ତାହରେ ସ୍ଥିତି ସ୍ପଷ୍ଟ କରିବାକୁ କହିଛନ୍ତି । ଆବେଦନକାରୀ ଜଗଦୀପ ଏସ ଛୋକର ଓ ଓକିଲ ଗୌରବ ଜୈନ ଆବେଦନ ଦାଖଲ କରି କୋର୍ଟ କୁ ଅନୁରୋଧ କରିଛନ୍ତି କି କରୋନା ଯାଞ୍ଚ ପରେ ପ୍ରବାସୀ ମଜୁରିଆଙ୍କୁ ତାଙ୍କ ନିଜ ରାଜ୍ୟକୁ ପଠାଇବାର ବନ୍ଦୋବସ୍ତ କରାଯାଉ ।

ଭିଡିଓ କନ୍ଫ୍ରେସିଙ୍ଗରେ ହେଇଥିବା ଶୁଣାଣି ରେ ଆବେଦନକାରରୀଙ୍କ ଓକିଲ ପଶାନ୍ତ ଭୂଷଣ କହିଲେ କି ପ୍ରବାସୀ ମଜୁରିଆଙ୍କ ମୌଳିକ ଅଧିକାରର ଉଲଂଘନ କରା ଯାଉଛି । ମିଡିଆ ରିପୋର୍ଟ କୁ ଦର୍ଶାଇ ସେ କହିଲେ କି 90% ପ୍ରବାସୀ ମଜୁରିଆଙ୍କୁ ରାସନ ଓ ଜରୁରୀ ସାମଗ୍ରୀ ମିଳି ପାରି ନାହିଁ । ଏହା ଉପରେ ସଲିସିଟର ଜେନେରାଲ ତୁଷାର ମେହତା କହିଲେ କି ସେହି ରିପୋର୍ଟ ଭୁଲ ଅଟେ । ସେ କହିଲେ କି କେନ୍ଦ୍ର ଏହି ମାମଲାରେ ଲାଗାତାର ରାଜ୍ଯମାନଙ୍କ ସହ ସମ୍ପର୍କରେ ଅଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।