ପୋଷ୍ଟ ଅଫିସରେ ୨୮୩୪ ପଦବୀ ପାଇଁ ନିଯୁକ୍ତି, ଦଶମ ପାସ କରିଥିଲେ କରି ପାରିବେ ଆପ୍ଳାଇ, ଜାଣନ୍ତୁ ଦରମା

ଭାରତୀୟ ଡାକ ବିଭାଗର ମଧ୍ୟପ୍ରଦେଶ ଡାକ ସର୍କଲରେ ଗ୍ରାମିଣ ଡାକ ସେବାର ନିଯୁକ୍ତି ପାଇଁ ଆବେଦନ କରିବା ପାଇଁ କୁହାଯାଇଛି । ଡାକ ବିଭାଗରେ ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ୨୮୩୪ ପଦବୀରେ ନିଯୁକ୍ତି କରାଯିବ । ଏହି ପଦବୀ ପାଇଁ ଦଶମ ପାସ କରିଥିବା ପାର୍ଥୀ ହିଁ ଆବେଦନ କରି ପାରିବେ । ଗ୍ରାମୀଣ ଡାକ ସେବାର ଏହି ନିଯୁକ୍ତି ଅଧୀନରେ ଶାଖା ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ଶାଖା ପୋଷ୍ଟମାଷ୍ଟର, ଡାକ ସେବକ ପଦବୀ ପୂରଣ ହେବ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୭ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ଆବେଦନ କରି ପାରିବେ ।

ପଦବୀ ସଂଖ୍ୟା

EWS-୨୯୨

OBC-୨୯୬

PWD-A-୩୩

PWD-B-୩୦

PWD-C-୨୯

PWD-DE-୨୧

SC-୪୨୮

ST – ୫୬୬

UR – ୧୧୩୯

ଶିକ୍ଷାଗତ ଯୋଗ୍ୟତା

ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀ ମାନଙ୍କୁ ମାନ୍ୟତା ପ୍ରାପ୍ତ ସ୍କୁଲ ଶିକ୍ଷା ବୋର୍ଡ ଦ୍ଵାରା ଦଶମ ପାସ କରିଥିବା ନିହାତି ଦରକାର ଅଟେ । ଏହା ସହିତ ୬୦ ଦିନର ବେଶିକ କମ୍ପ୍ୟୁଟର ଟ୍ରେନିଂ ସାର୍ଟିଫିକେଟ ଥିବା ଆବଶ୍ୟକ । ସେହିପରି ଯେଉଁ ପ୍ରାର୍ଥୀମାନେ ଦଶମ କିମ୍ବା ଦ୍ଵାଦଶ ଶ୍ରେଣୀରେ କମ୍ପୁଟର ବିଷୟରେ ପଢିଛନ୍ତି, ସେମାନଙ୍କ ପାଇଁ କମ୍ପ୍ୟୁଟର ବେସିକ ସୂଚନାର ସାର୍ଟିଫିକେଟ ଆବଶ୍ୟକତା ପଡିବ ନାହିଁ ।

ବୟସ ସୀମା

ମଧ୍ୟପ୍ରଦେଶ ଡାକ ସର୍କଲରେ ଗ୍ରାମୀଣ ଡାକ ସେବକ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ମାନଙ୍କର ବୟସ ସୀମା ୧୮ ବର୍ଷରୁ ୪୦ ବର୍ଷ ହେବା ଦରକାର । ଆରକ୍ଷିତ ବର୍ଗ ପ୍ରାର୍ଥୀ ମାନଙ୍କ ପାଇଁ ସର୍ବାଧିକ ନିୟମ ଅନୁସାରେ ସମୟ ସୀମାରେ କୋହଳମିଳିବ ।

କେମିତି ହେବ ଚୟନ ?

ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ପ୍ରାର୍ଥୀ ମାନଙ୍କୁ କୌଣସି ପରୀକ୍ଷା ଦେବା ପାଇଁ ପଡିବ ନାହିଁ କାରଣ ଅନଲାଇନ ଆବେଦନ ଆଧାରରେ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯିବ । ପ୍ରାର୍ଥୀ ମାନଙ୍କର ଚୟନ ଦଶମ ପ୍ରାପ୍ତ ମାର୍କର ଆଧାରରେ କରାଯିବ ।

ଦରମା ବିଷୟରେ ସୂଚନା

ଜିଡ଼ିଏସ ବିପିଏମ ପଦବୀରେ ଚୟନ କରାଯାଇ ଥିବା ପ୍ରାର୍ଥୀ ମାନଙ୍କୁ ୧୨,୦୦୦ ଟଙ୍କା ରୁ ୧୪,୫୦୦ ଟଙ୍କା ପ୍ରତି ମାସରେ ଦରମା ମିଳିବ । ଯେତେବେଳେ କି ଜିଡ଼ିଏସ ଏବିପିଏମ ଙ୍କ ପାଇଁ ୧୦,୦୦୦ ରୁ ୧୨,୦୦୦ ଟଙ୍କା ପ୍ରତି ମାସରେ ଦରମା ଦିଆଯିବ । ଏହି ପଦବୀ ପାଇଁ ଆବେଦନର ଶେଷ ତାରିଖ ୭ ଜୁଲାଇ ୨୦୨୦ ଅଟେ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।