ପୋଲିସ ରେ ଭର୍ତ୍ତି ହେବା ପାଇଁ ଝିଅ ଲଗାଇଥିଲା ରେସ, ହେଲା ସଫଳ କିନ୍ତୁ ବାହାରେ ଠିଆ ହୋଇଥିବା ପିତାଙ୍କୁ ମିଳିଲା ଦୁଃଖଦ ଖବର

ସବୁ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ରହିଥାଏ । ଏହି ବ୍ୟବସ୍ଥା ସବୁ ଦେଶରେ ରହିଛି । ପୋଲିସରେ ଭର୍ତି ହେବା ପାଇଁ ଉଭୟ ଯୁବକ ଓ ଯୁବତୀ ବହୁତ ପ୍ରୟାସ କରିଥାନ୍ତି । ହେଲେ ପୋଲିସରେ ଭର୍ତି ହେବା ପାଇଁ କେତୋଟି ଫିଜିକାଲ ଏକ୍ଜାମ ରହିଥାଏ, ସେହି ଏକ୍ଜାମରେ କେତେଜଣ ସଫଳ ହୋଇଥାନ୍ତି ଓ କେତେଜଣ ବିଫଳ ମଧ୍ୟ ହୋଇଥାନ୍ତି । କିନ୍ତୁ କେତେଜଣ ଏହି ପରୀକ୍ଷାରେ ଜୀବନ ହରାଇଥାନ୍ତି । ଏହିପରି ଏକ ଘଟଣା ବିଷୟରେ ଆସନ୍ତୁ ଜାଣିବା ।

ପୋଲିସରେ ଭର୍ତି ହେବା ପାଇଁ ଶାରୀରିକ ଦକ୍ଷତା ପରୀକ୍ଷା ଦେବାକୁ ଆସିଥିଲେ ବାଗପତ ର କାଜଲପୁର ସୁନ୍ଦର ନଗରର ଅଂଶିକା ସିଂହ । ଏକମାତ୍ର ଝିଅ ଅଂଶିକାଙ୍କର ପିତା ରାମବିର ବରେଲୀ ପହଞ୍ଚିଥିଲେ । ଝିଅ ପିଏସି ମଇଦାନ ରେ ଦୌଡୁଥିଲେ ଓ ପିତା ସେହି ସ୍ଥାନରେ ଠିଆ ହୋଇ ଝିଅର ସଫଳତା ପାଇଁ ପାର୍ଥନା କରୁଥିଲେ । ଏଠାରେ ତାଙ୍କୁ ୧୪ ମିନିଟ ମଧ୍ୟରେ ୨.ରାଉଣ୍ଡ ସହିତ ୪ କିମି ର ଦୌଡ ପୂରଣ କରିବାର ଥିଲା । କିନ୍ତୁ ଅଂଶିକା ୧୩ ମିନିଟ ଓ କିଛି ସେକେଣ୍ଡ ମଧ୍ୟରେ ଦୌଡକୁ ପୂରଣ କରିଥିଲେ । ହେଲେ ସେହି ସମୟରେ ସେ ବେହୋସ ଅବସ୍ଥାରେ ଟ୍ରାକରେ ପଡିଯାଇଥିଲେ ।

ସୂଚନା ମିଳିବା ପରେ ଏସିପି ଗ୍ରାମୀଣ ସଂସାର ସିଂହ, ଏସିପି ସିଟି, ପିଏସି କମାଣ୍ଡେଣ୍ଟ ବିକାଶ କୁମାର ବୈଦ୍ଧ, କମଲେସ ବାହାଦୁରଙ୍କ ସହିତ ଅନ୍ୟ ଅଧିକାରୀମାନେ ସେହି ସ୍ଥାନରେ ପହଞ୍ଚି ଥିଲେ । ରାମବୀର ଏହା ବିଷୟରେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ଓ ସମସ୍ତେ ଅଂଶିକାଙ୍କୁ ନେଇ ହସ୍ପିଟାଲ ରେ ପହଞ୍ଚିଲେ । ଶେଷରେ ଅଂଶିକାଙ୍କର ମୃତ୍ୟୁ ହୋଇଥିବାର ଜଣା ପଡିଲା ।

ଅଂଶିକାଙ୍କର ଶବକୁ ଧରି ତାଙ୍କ ପିତା ରାମବିର ବହୁତ କାନ୍ଦିଥିଲେ । ଜିଲ୍ଲା ହସ୍ପିଟାଲର ପୂର୍ବ ହୃଦ ରୋଗ ବିଶେଷଜ୍ଞ ଡାକ୍ତର ବିପି ଭରଦ୍ଵାଜଙ୍କ ଦ୍ଵାରା ଜଣା ପଡିଲା କି ଅଂଶିକାଙ୍କ ମୃତ୍ୟୁ କାର୍ଡିଆକ ଆରେଷ୍ଟ କାରଣରୁ ହୋଇଛି ।