ଲଜ୍ୟାଜନକ କାମ, ଜଣେ ନାବାଳିକାକୁ ସହିତ ଦୁଷ୍କର୍ମ କଲେ ପୋଲିସ ବାବୁ, ଦୟାକରି ନ୍ୟାୟ ଦିଅନ୍ତୁ

ବର୍ତ୍ତମାନ ସମୟରେ ଓଡିଶାର ବାଲେଶ୍ଵର ଜିଲ୍ଲାରୁ ଏକ ଲଜ୍ୟାଜନକ ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ଏଠିକାର ଜଣେ ହୋମ ଗାର୍ଡ ଜଣେ ନାବାଳିକକୁ ଦୁଷ୍କର୍ମ କରିଛନ୍ତି । ଘରେ କାମ କରୁଥିବା ଜଣେ ଚାକରାଣୀକୁ ହୋମ ଗାର୍ଡ ଗର୍ଭବତ୍ତୀ କରିଛନ୍ତି ବୋଲି ଅଭିଯୋଗ କରାଯାଇଛି । ଯାହା ବର୍ତ୍ତମାନ ପୁରା ଜିଲ୍ଲାରେ ଚର୍ଚାର ବିଷୟ ହୋଇ ଯାଇଛି । ଏହି ଘଟଣା ବାଲେଶ୍ଵର ଜିଲ୍ଲାର ଅଙ୍ଗାରଗଡିଆ ଥାନା ଅଞ୍ଚଳରେ ଘଟିଛି ।

କିନ୍ତୁ ବର୍ତ୍ତମାନ ନାବାଳିକ ଦ୍ଵାରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି । ମିଳିଥିବା ସୂଚନା ଅନୁସାରେ ନୀଳଗିରି ସବଡିଭିଜନର ବ୍ରହ୍ମପୁର ଅଞ୍ଚଳର ଜଣେ ନାବାଳିକା ତିନି ବର୍ଷ ହେବ ଅଙ୍ଗାରଗଡିଆରେ ଥିବା ଜଣେ ହୋମ ଗାର୍ଡରେ କାମ କରୁଥିଲା ଓ ଏହା ମଧ୍ୟରେ ହୋମ ଗାର୍ଡ ନାବାଳିକ ସହ ଶାରୀରକ ସମ୍ବନ୍ଧ କରୁଥିଲା ।

ହୋମ ଗାର୍ଡ ସେହି ନାବାଳିକକୁ ତାହାର ଘରକୁ ବି ଛାଡୁ ନ ଥିଲେ । ଏହାର ପ୍ରତିବାଦ କରିଲେ ହୋମଗାର୍ଡ ନାବାଳିକକୁ ମାର ପିଟ କରୁଥିଲା ।କିନ୍ତୁ ଯେତେବେଳେ ୧୫ ଦିନ ତଳେ ନାବାଳିକାର ପିଇଶି ନାବାଳିକାକୁ ଦେଖା କରିବା ପାଇଁ ଯାଇଥିଲେ ତେବେ ନାବାଳିକା ନିଜର ପିଇଶି ସହ ନିଜ ଘରକୁ ଫେରି ଆସିଥିଲା ।

ନାବାଳିକ ନିଜ ସହ ହେଉଥିବା ଅତ୍ୟାଚାର ବିଷୟରେ ନିଜର ଘର ଲୋକଙ୍କୁ କହିଲା ଓ ଏହା ପରେ ନାବାଳିକାର ସମ୍ପର୍କୀୟମାନେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ପୋଲିସ ଏହି ଅଭିଯୋଗକୁ ଗ୍ରହଣ ନ କରି ଶିଳ୍ପାଞ୍ଚଳ ଥାନାକୁ ଯିବା ପାଇଁ କହିଥିଲେ । ଏହା ପରେ ନାବାଳିକର ସମ୍ପର୍କୀୟମାନେ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଲେ । ଏହା ସହିତ ବିଜେପି ନାରୀ ନେତ୍ରୀ ଏହି ମାମଲାରେ ହସ୍ତକ୍ଷେପ କରିବା ସହ ପୀଡ଼ିତା ନାବାଳିକକୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ବର୍ତ୍ତମାନ ସମୟରେ ଶିଳ୍ପାଞ୍ଚଳ ଏହି ମାମଲାକୁ ଯାଞ୍ଚ କରୁଛନ୍ତି । ଏହା ସହିତ ନାବାଳିକାର ଡାକ୍ତରୀ ପରୀକ୍ଷା କରାଯାଇଛି ଓ ପୋଲିସ ରିପୋର୍ଟର ଅପେକ୍ଷା କରିଛନ୍ତି । ବର୍ତ୍ତମାନ ସମସ୍ତେ ସମସ୍ତେ ଚାହିଁ ବସିଛନ୍ତି କି ଶିଲ୍ପାଞ୍ଚଳ ପୋଲିସ ସେହି ହୋମ ଗାର୍ଡ ବିରୁଦ୍ଧରେ କଣ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରୁଛନ୍ତି ।

ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।