ପୋଦିନାପତ୍ର ର ଏହି ସବୁ ଚମତ୍କାରୀ ଲାଭ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ପୋଦିନାର ସୁଗନ୍ଧ ଓ ସ୍ଵାଦ ବିଷୟରେ ଆପଣ ସମସ୍ତେ ପରିଚିତ ଥିବେ । ପୋଦିନା ଖାଦ୍ୟରେ ସ୍ଵାଦ ବୃଦ୍ଧି କରିବାରେ ସାହାଯ୍ୟ କରେ । ପୋଦିନା ଚଟଣି ବହୁତ ସ୍ଵାଦ୍ଧିଷ୍ଟ ଅଟେ । ପୋଦିନାରେ ବହୁତ ସାରା ଔଷଧୀୟ ଗୁଣ ମଧ୍ୟ ରହିଛି । ପୋଦିନା ପତ୍ରରେ ଭିଟାମିନ ଏ, ବି, ସି, ଡି ଓ ଇ ରହିଛି । ଏହା ସହିତ ପୋଦିନାରେ କ୍ୟାଲସିୟମ, ଫସଫରସ ଓ ଆଇରନ ପ୍ରଚୁର ପରିମାଣରେ ରହିଛି । ପୋଦିନା ଏକ ଆନ୍ଟିବାୟୋଟିକର କାର୍ଯ୍ୟ ମଧ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ପୋଦିନାର ଗୁଣ ସମ୍ବନ୍ଧରେ ଜଣେଇବୁ ।

ଆପଣଙ୍କ ମୁହଁ ଯଦି ଅଏଲୀ ଅଟେ । ଆପଣ ପୋଦିନାର ଫେସିଆଲ କରିପାରିବେ । ଆସନ୍ତୁ ଜାଣିବା ପୋଦିନା ଫେସିଆଲ ତିଆରି କରିବାର ଉପାୟ ।

୨ଟି ବଡ ଚାମଚ ତାଜା ପୋଦିନା ଗୁଣ୍ଡ, ୨ ବଡ ଚାମଚ ଦହି ଓ ଏକ ବଡ ଚାମଚ ଓଟ୍ସ (Oats) ନେଇ ଏକ ମିଶ୍ରଣ ତିଆରି କରନ୍ତୁ । ଏହି ମିଶ୍ରଣକୁ ୧୦ ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ ଓ ତା’ ପରେ ମୁହଁ ଧୋଇ ଦିଅନ୍ତୁ । ପୋଦିନା ରସ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ । ପୋଦିନା ରସ ସହ ମୁଲତାନୀ ମାଟି ମିଶାଇ ଲଗାଇଲେ ମୁହଁର ସବୁ ଦାଗ ଦୂର ହୋଇଥାଏ । ଏହା କରିବା ଦ୍ଵାରା ମୁହଁ ଗ୍ଲୋ ମଧ୍ୟ କରେ । ମଦିରା ସହିତ ପୋଦିନାର ପତ୍ରକୁ ବାଟି ଲଗାଇଲେ ମୁହଁର ଦାଗ ଆଦି ଦୂର ହୁଏ ।

ପୋଦିନା ପତ୍ରର ବ୍ୟବହାର

ପୋଦିନା ପତ୍ରର ରସ ସହ ସମାନ ପରିମାଣର ଲେମ୍ବୁ ଓ ମହୁ ମିଶାଇ ଲଗାଇଲେ ପେଟର ସବୁ ରୋଗରୁ ଉପଶମ ମିଳେ ।

ପୋଦିନା ସହ ଗୋଲମରୀଚ ଗୁଣ୍ଡ ଓ କଳା ଲୁଣ ପକେଇ ଫୁଟାଇ ପିଇଲେ ଜର, କାଶ ଓ ଥଣ୍ଡା ରୋଗରୁ ମୁକ୍ତି ମିଳେ ।

ପୋଦିନାର ରସ କୌଣସି ଖଣ୍ଡିଆ ଉପରେ ଲଗାଇଲେ ଉପଶମ ମିଳେ । ପୋଦିନା ପତ୍ର ଦ୍ଵାରା ଚର୍ମ ରୋଗ ମଧ୍ୟ ଭଲ ହୋଇଥାଏ ।

ହାକୁଡି ଆସିବା ସମୟରେ ପୋଦିନାର ପ୍ରୟୋଗ କରିବା ଉଚିତ । ଏହା ଦ୍ଵାରା ହାକୁଡି ବନ୍ଦ ହୋଇଥାଏ ।

ଗର୍ଭବତି ମହିଳାମାନେ ପୋଦିନା ରସ ବ୍ୟବହାର କରିବା ଉଚିତ । ଏହା ଦ୍ଵାରା ତାଙ୍କୁ ପ୍ରସବ ସମୟରେ ଉପଶମ ମିଳେ ।