ଖୁସି ଖବର ! ମାତ୍ର 2 ଟଙ୍କା ଜମା କରି ପାଆନ୍ତୁ 36000 ଟଙ୍କାର ପେନସନ, ବାସ କରିବାକୁ ହେବ ଏହି କାମ

ଶ୍ରମିକଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ମାତ୍ର ଦୁଇ ଟଙ୍କା ଜମା କଲେ ମିଳୁଛି ୩୬ ହଜାର ତାଙ୍କର ପେନସନ । ଶ୍ରମିକଙ୍କ ହିତ ପାଇଁ ସରକାରଙ୍କ ଏହି ଯୋଜନାର ନାମ ହେଉଛି “ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା (PM-SYM)” । ଅସଂଗଠିତ କ୍ଷେତ୍ରରେ କାମ କରୁଥବା ଶ୍ରମିକଙ୍କ ପାଇଁ ଏହି ଯୋଜନା ଯୋଗାଇଦେବ ବେଶ୍ ଫାଇଦା । ରାସ୍ତାକଡା ଠେଲା ଗାଡିରେ ବିଭିନ୍ନ ସାମଗ୍ରୀ ବିକୁଥିବା ଦୋକାନୀ, ରିକ୍ସା ଚାଳକ, ନିର୍ମାଣ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରରେ ଜଡିତ ଲୋକମାନେ ନିଜ ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିବାରେ ଅନେକ ସାହାଯ୍ୟ କରିବ ।

ପିଏମ ଶ୍ରମଯୋଗୀ ମାନଧନ ଯୋଜନାରେ ଶ୍ରମିକଙ୍କୁ ପେନସନ ଗ୍ୟାରେଣ୍ଟି ଦେଉଛନ୍ତି ସରକାର । ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ପ୍ରତି ମାସରେ ମାତ୍ର ୫୫ ଟଙ୍କା ଜମା କରିବାକୁ ହେବ । ଯଦି ଜଣେ ୧୮ ବର୍ଷ ବୟସରୁ ଏହି ଯୋଜନାରେ ସାମିଲ ହୁଏ ତେବେ ପ୍ରତିଦିନ ଦୁଇ ଟଙ୍କା ଲେଖାଏଁ ସଞ୍ଚୟ କରି ବାର୍ଷିକ ୩୬ ହଜାର ଟଙ୍କାର ପେନସନ ପାଇପାରିବ । ୪୦ ବର୍ଷ ବୟସର ଜଣେ ବ୍ୟକ୍ତି ଏହି ସ୍କିମକୁ ଆରମ୍ଭ କରିବା ପାଇଁ ପ୍ରତି ମାସରେ ତାଙ୍କୁ ୨୦୦ ତାଙ୍କ ଜମା କରିବାକୁ ହେବ ।

ଆଉ ୬୦ ବର୍ଷ ହେବା ପରେ ପେନସନ ମିଳିବା ଆରମ୍ଭ ହୋଇଯିବ । ୬୦ ବର୍ଷ ପରେ ଆପଣଙ୍କୁ ୩୦୦୦ ଟଙ୍କା ମାସିକ ଅର୍ଥାତ ବାର୍ଷିକ ୩୬ ହଜାର ଟଙ୍କା ପେନସନ ମିଳିବ । ଏହି ସ୍କିମର ଫାଇଦା ଉଠାଇବା ପାଇଁ ଆପଣଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୪୦ ବର୍ଷରୁ କମ ହୋଇଥିବା ଆବଶ୍ୟକ ଅଟେ । ଏହି ଯୋଜନାରେ ପଞ୍ଜିକରଣ ପାଇଁ ଆପଣଙ୍କୁ ନିଜ ବ୍ଯାଙ୍କ ଖାତା, ଆଧାର କାର୍ଡ ଓ ମୋବାଇଲ ନମ୍ବର ଦରକାର ପଡିବ । ଏହାବ୍ୟତୀତ ବ୍ଯାଙ୍କ ଶାଖାର ଏକ ସହମତି ପତ୍ର ମଧ୍ୟ ଆପଣଙ୍କୁ ଦେବାକୁ ପଡିବ ।

ନିଜ ବ୍ଯାଙ୍କ ଜମା ଖାତା ଏବଂ ଆଧାର କାର୍ଡ ଧରି ଆପଣଙ୍କୁ କମନ୍ ସର୍ଭିସ ସେଣ୍ଟରରେ ପଞ୍ଜୀକରଣ କରିବାକୁ ହେବ । ଅନ୍ୟ କୌଣସି ସରକାରୀ ସ୍କିମର ଫାଇଦା ଉଠାଉ ନଥିବା ବ୍ୟକ୍ତି ହିଁ ଏହି ଯୋଜନାର ଲାଭ ଉଠାଇ ପାରିବ । ଏହାସହ ଏହି ଯୋଜନାରେ ଆବେଦନ କରୁଥିବା ବ୍ୟକ୍ତିଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ ଥିବା ଆବଶ୍ୟକ ।

ତେବେ ଏହି ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ଆପଣ ଟୋଲ ଫ୍ରି ନମ୍ବର- ୧୮୦୦ ୨୬୭୬ ୮୮୮ ରେ କଲ କରି ଅତିରିକ୍ତ ତଥ୍ୟ ଜାଣିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।