ପ୍ଲେନରେ ଯିବା ସମୟରେ ବୟଫ୍ରେଣ୍ଡ ସହ ହେଲା ଝଗଡ଼ା, ଝିଅ ଭାଙ୍ଗିଦେଲା ପ୍ଲେନ ଝରକା କାଚ ତାପରେ..

ପ୍ଲେନରେ ଅନେକ ଲୋକ ଯାତ୍ରା କରିଥାନ୍ତି । କିନ୍ତୁ ଏଭଳି କିଛି ସାଧାରଣ ତୃଟି ଯଦି ଆପଣ କରନ୍ତି ତେବେ ସମ୍ପୂର୍ଣ୍ଣ ବିମାନ କ୍ରାସ ହେବାର ସମ୍ଭାବନା ଥାଏ । ତେବେ ଏଭଳି ଏକ ଆଶ୍ଚଯ୍ୟ ଜନକ ଖବର ଆସିଛି ଚାଇନାରୁ । ଗୋଟିଏ ଝିଅ ନିଜ ବୟଫ୍ରେଣ୍ଡ ସହ କଳି କରି ବିମାନ ର ଝରକା କାଚ କୁ ହାତରେ ପିଟି ପିଟି ଭାଙ୍ଗିଦେଲା । ଆଉ ତା ପରେ ଯାହା ହେଲା ତାହା ସଭିଙ୍କୁ ଆଶ୍ଚଯ୍ୟ କରିଛି ।

 

ଆପଣ ପ୍ରାୟତ ଏକ ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ ଝଗଡା ଦେଖିଥିବେ ନିଶ୍ଚୟ । କିନ୍ତୁ ଏହି ଏରୋପ୍ଲେନ ରେ ଚାଇନାର ଯାତ୍ରୀଙ୍କ ଦ୍ୱାରା ଏମିତି ଘଟଣା ଘଟିଲା ଯାହା ଦ୍ୱାରା କି ପ୍ଲେନ କୁ ଇମରଜେନସି ଲ୍ୟାଣ୍ଡ କରିବାକୁ ପଡିଲା । ବାସ୍ତବରେ, ଏକ ପ୍ରେମିକ ନିଜ ଗାର୍ଲଫ୍ରେଣ୍ଡ ସହ ଯାତ୍ରା କରୁଥିଲା । କୌଣସି କାରଣ ପାଇଁ ଦୁହିଁଙ୍କ ମଧ୍ୟରେ ଲଢେ଼ଇ ହୋଇଥିଲା ।

ଯାତ୍ରା କରିବା ସମୟରେ, ଝିଅ ଟି କ୍ରୋଧ ରେ ଫ୍ଲାଇଟ୍ ୱିଣ୍ଡୋର ଝରକା କାଚ ଭାଙ୍ଗି ଦେଇଥିଲା । ସେ ସମସ୍ତ କ୍ରୋଧକୁ ସେହି ଝରକା ଉପରେ ସୁଝି ଥିଲା । ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ବିମାନ ଅବତରଣ କରିଥିଲା । ଏହି ଘଟଣା ଗତ ମାସରେ ଘଟିଛି ଏବଂ ଏହି ଖବର ଚୀନ ରୁ ଆସିଛି, ଯାହାର ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣା ଚାଇନାର ଘରୋଇ ଲୁଙ୍ଗ ଏୟାରଲାଇନ୍ସର ଅଟେ । ଗତ ମେ 25 ରେ, ଜଣେ ଝିଅ ବିମାନ ଯୋଗେ ଯାତ୍ରା କରୁଥିବା ସମୟରେ ରାଗି ଯାଇ ନିଜ ମାନସିକ ଭାରସ୍ୟମ ହରାଇଲା । 25 ବର୍ଷୀୟା ମହିଳା ରାଗିଯାଇ କାଚ ଝରକା ଭାଙ୍ଗିଥିଲେ । କୁହାଯାଏ ଯେ ଝିଅଟି ବିଫଳ ସମ୍ପର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ​​ଏବଂ ସେଥିପାଇଁ ସେ ଏପରି କରିଥିଲେ । ଚାଇନାର ସୋସିଆଲ ମିଡିଆ ପ୍ଲାଟଫର୍ମ ୱାଇବୋରେ ଭାଇରାଲ ଫଟୋ ଅନୁଯାୟୀ ଝିଅଟି କାନ୍ଦୁଥିବା ଦେଖିବାକୁ ମିଳିଛି । ତା’ପରେ ସେ ଝରକା କୁ ନିଜ ହାତ ଦ୍ୱାରା ପିଟିବା ଆରମ୍ଭ କଲା । କ୍ୟାବିନ ରେ ଏବଂ ଅନ୍ୟ ସଦସ୍ୟମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହାପୂର୍ବରୁ ସେ ୱିଣ୍ଡୋର ପ୍ରଥମ ଭାଗ ଭାଙ୍ଗିଦେଇଥିଲେ ।

ଜେଙ୍ଗଜୋ ପୋଲିସର ସୂଚନାନୁସାରେ,ଝିଅର ପ୍ରେମିକା ତାଙ୍କୁ ବିଶ୍ୱାସଘାତକତା କରିଥିଲା, ଯାହା ଦ୍ଵାରା ସେ ରାଗି ଯାଇଥିଲା । ତେଣୁ ଲି ବିମାନରେ ଯିବା ପୂର୍ବରୁ ମଦ୍ୟପାନ କରିଥିଲେ । ସେ ଏପରି ମଦ୍ୟପାନ ଏବଂ କ୍ରୋଧରେ ଏଭଳି କାର୍ଯ୍ୟ କରିଛନ୍ତି । ଏହି ବିମାନଟି ପୂର୍ବ ଚୀନ୍‌ର ଉପକୂଳବର୍ତ୍ତୀ ସହର ୟାନଚେଙ୍ଗରୁ ଜିନିଙ୍ଗ ଅଭିମୁଖେ ଯାତ୍ରା କରିବାକୁ ଥିଲା ।

କିନ୍ତୁ ଫ୍ଲାଇଟ ଝରକା ଭାଙ୍ଗିବା ପରେ ପାଇଲଟଙ୍କୁ ହେନାନ ପ୍ରଦେଶର ରାଜଧାନୀ ଜେଙ୍ଗଜୋରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା । ନାବାଳିକାକୁ ବର୍ତ୍ତମାନ ରିମାଣ୍ଡରେ ରଖାଯାଇଛି । ଏଥିପାଇଁ ତାଙ୍କୁ 2 ବର୍ଷ ଜେଲ ସହ ଜୋରିମାନା ମଧ୍ୟ ଦେବାକୁ ପଡିପାରେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।