ମୃତ ବା ପିତୃ ପୁରୁଷଙ୍କ ଫଟୋ – ଘରେ କେଉଁ ଜାଗାରେ ଲଗାଇଲେ ହୋଇଥାଏ ଧନ ବୃଦ୍ଧି, ଜାଣନ୍ତୁ

ପ୍ରାୟତଃ ଲୋକମାନଙ୍କର ଘରେ ପିତୃ ପୁରୁଷଙ୍କର ଫଟୋ ରହିଥାଏ । ଏମିତି କୁହାଯାଏ କି ପିତୃ ପୁରୁଷଙ୍କର ଫଟୋକୁ ଗୃହରେ ଲଗାଇବା ଦ୍ଵାରା କିମ୍ବା ପିତୃ ପୁରୁଷଙ୍କ ପ୍ରତି ସମ୍ମାନ ଭାବନା ରଖିବା ଦ୍ଵାରା ଗୃହର ଉନ୍ନତି ହୋଇଥାଏ ଏବଂ ଧନ ସମ୍ପତିରେ କେବେ ବି ଅସୁବିଧା ଆସି ନ ଥାଏ । ଏହା ଦ୍ଵାରା ଗୃହର ବ୍ୟକ୍ତିମାନଙ୍କୁ ବହୁତ ପ୍ରକାରର ଲାଭ ମିଳିଥାଏ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ ।

କିନ୍ତୁ ଯଦି ପିତୃ ପୁରୁଷଙ୍କର ଫଟୋ ଅଲଗା ଜାଗାରେ ରଖାଯାଏ ଏହା ଦ୍ଵାରା ଆପଣଙ୍କୁ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ ପିତୃ ପୁରୁଷଙ୍କର ଫଟୋ ଲଗାଇବା ଉଚିତ ଅଟେ ଓ କେଉଁ ସ୍ଥାନରେ ଲଗାଇବା ଉଚିତ ନୁହେଁ । ସର୍ବ ପ୍ରଥମେ ଜାଣି ନିଅନ୍ତୁ କି ଘରର ମନ୍ଦିର କିମ୍ବା ଘରର ଯେଉଁ ସ୍ଥାନରେ ଆପଣ ପୂଜା ପାଠ କରୁଛନ୍ତି ସେହି ସ୍ଥାନରେ ପିତୃ ପୁରୁଷଙ୍କର ଫଟୋ କେବେ ବି ରଖନ୍ତୁ ନାହିଁ ।

ଠାକୁର ଘରେ ପିତୃ ପୁରୁଷଙ୍କର ଫଟୋ ରଖିବା ଅଶୁଭ ଅଟେ । ଏହାର ବହୁତ ହିଁ ନକରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ଘରର ଐଶାନ୍ୟ କୋଣ ମାନେ ଉତ୍ତର ପୂର୍ବ କୋଣରେ ଠାକୁର ଘର କରିବା ସବୁଠୁ ଉଚିତ ଅଟେ । ଯଦି ଆପଣ ଉତ୍ତର ପୂର୍ବ ଦିଗରେ ନିଜ ଘରର ମନ୍ଦିର କରିଛନ୍ତି ତେବେ ଆପଣ ନିଜର ପିତୃ ପୁରୁଷଙ୍କ ଫଟୋକୁ ପୂର୍ବ ଦିଗରେ ଲଗାନ୍ତୁ ।

ଯଦି ପୂଜା ପାଠର ସ୍ଥାନ ପୂର୍ବ ଦିଗରେ ଅଛି ତେବେ ଆପଣ ପିତୃ ପୁରୁଷଙ୍କର ଫଟୋ ଐଶାନ୍ୟ କୋଣରେ ଲଗାନ୍ତୁ । ଠାକୁର ଘରର ବିପରୀତ ଦିଗରେ ହିଁ ନିଜର ପିତୃ ପୁରୁଷଙ୍କର ଫଟୋ ଲଗାନ୍ତୁ । ଘରର ଯେ କୌଣସି ରୁମରେ ଯଦି ଆପଣ ପିତୃ ପୁରୁଷଙ୍କ ଫଟୋକୁ ଉତ୍ତର ଦିଗରେ ଲଗାଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ବହୁତ ଶୁଭ ଫଳ ମିଳିଥାଏ ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି କେବେ ବି ଘରର ନେତୃତ୍ତ୍ଵ କୋଣ ଅର୍ଥାତ ଦକ୍ଷିଣ ପଶ୍ଚିମ କୋଣରେ କେବେ ବି ପିତୃ ପୁରୁଷଙ୍କର ଫଟୋ ଲଗାନ୍ତୁ ନାହିଁ । ଯଦି ଆପଣ ଏହି ଦିଗରେ ଫଟୋ ଲଗାଇଛନ୍ତି ତେବେ ଆପଣଙ୍କ ଘରର ଉନ୍ନତି ହେବ ନାହିଁ । ଏହା ଛଡା ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ପିତୃ ପୁରୁଷଙ୍କର ଫଟୋ ଲଗାଇବା ଦ୍ଵାରା ଘର ପାଇଁ ଏହା ମଧ୍ୟ ଅଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କୁ ଧନହାନୀ ବି ହୋଇଥାଏ ।

ଏହା ଛଡା ଏହି କଥାର ଧ୍ୟାନ ରଖନ୍ତୁ କି ଘରର ମଝି ଭାଗରେ ଅର୍ଥାତ ବ୍ରହ୍ମ ସ୍ଥାନରେ ପିତୃ ପୁରୁଷଙ୍କର ଫଟୋକୁ କେବେ ବି ଲଗାଇବେ ନାହିଁ । ଏହିଭଳି କରିବା ଦ୍ଵାରା ଆପଣଙ୍କର ମାନ ସମ୍ମାନରେ ହାନି ପହଞ୍ଚିଥାଏ । ଆପଣଙ୍କୁ କହିଦେଉଛୁ କି ଘରର ଉତ୍ତର ଦିଗରେ ପିତୃ ପୁରୁଷଙ୍କର ଫଟୋ ଲଗାଇବା ସବୁଠୁ ଉତ୍ତମ ଅଟେ ।