ବାପା ବଞ୍ଚି ଯାଆନ୍ତୁ ସେଥିପାଇଁ ଘଣ୍ଟା ଘଣ୍ଟା ସାଲାଇନ ଧରି ଛିଡା ହୋଇଥିଲା ଏହି ଛୋଟ ଝିଅଟି, ଭାଇରାଲ ହେଉଛି ବାପା – ଝିଅଙ୍କର ଫଟୋ – ଦେଖନ୍ତୁ ପୁରା ଘଟଣା

ଆମ ଦେଶରେ ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବାର କଣ ଅବସ୍ଥା ଅଛି ଏହା କାହା ପାଖରେ ଅଛପା ନାହିଁ । ପ୍ରାୟତଃ ଆମକୁ ଏହିଭଳି ଖବର ଶୁଣିବାକୁ କିମ୍ବା ପଢିବାକୁ ମିଳିଥାଏ ଯେଉଁଥିରେ ଦେଶର ସ୍ୱାସ୍ଥ୍ୟ ସେବାର ସତ୍ୟତା ସାମନାକୁ ଆସିଥାଏ । ଏମିତି ହିଁ ଏକ ଫଟୋ ବର୍ତ୍ତମାନ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି । ଏହି ଫଟୋରେ ଏକ ଛୋଟ ଝିଅ ନିଜର ପିତାର ଜୀବନ ବଞ୍ଚାଇବା ପାଇଁ ସାଲାଇନ ଷ୍ଟାଣ୍ଡ ହୋଇ ଛିଡା ହୋଇଥିବାର ନଜର ଆସୁଛି । ରିପୋର୍ଟ ଅନୁସାରେ ସେ ସାଲାଇନ ବୋତଲକୁ ଧରି ଘଣ୍ଟା ଘଣ୍ଟା ଛିଡା ହୋଇଥିଲା । ଯାହାଦ୍ୱାରା ତା ବାପା ଶରୀରର ଭିତରକୁ ସାଲାଇନ ଠିକ ବାହାରେ ଯାଇ ପାରିବ ।

ଭାଇରାଲ ଫଟୋରେ ଝିଅକୁ ମିଳିଲା ପପୁଲୈରିଟୀ

ପ୍ରାୟତଃ ଆପଣ ଶୁଣିଥିବେ କି ଲୋକମାନଙ୍କୁ ପୁଅର ଇଚ୍ଛା ଅଧିକ ଥାଏ କିନ୍ତୁ ମାତା ପିତା ପାଇଁ ଯାହା ଝିଅମାନେ କରି ପାରିବେ ତାହା ପୁଅ ମାନେ କେବେ ବି କରି ପାରିବେ ନାହିଁ । ଏହି କଥାକୁ ପ୍ରମାଣିତ କରିଛି ମହାରଷ୍ଟ୍ରର ଏକ ୭ ବର୍ଷର ଝିଅ, ଯିଏ ହସ୍ପିଟାଲର ଭର୍ତ୍ତି ହୋଇଥିବା ନିଜ ପିତାଙ୍କ ପାଇଁ କିଛି ଏମିତି କରିଦେଲା କି ତାହାର ଭାଇରାଲ ଫଟୋରେ ଲୋକମାନେ ନିଜର ଅଲଗା ଅଲଗା ପ୍ରତିକ୍ରିୟା ଦେଉଛନ୍ତି ।

ସୋସିୟାଲ ମିଡିୟାରେ ଭାଇରାଲ ହେଉଛି ଏହି ଫଟୋ

ଡାକ୍ତର ଏକନାଥଙ୍କର ଝିଅକୁ ସାଲାଇନ ଧରାଇ ଦେଲେ ଏବଂ ସାଲାଇନ ଷ୍ଟାଣ୍ଡ ଆଣିବାକୁ ଚାଲିଗଲେ । ମିଡିୟା ରିପୋର୍ଟ ଅନୁସାରେ, ପିତାର ଜୀବନ ବଞ୍ଚାଇବା ପାଇଁ ଝିଅଟି ୨ ଘଣ୍ଟା ସାଲାଇନ ବୋତଲ ଧରି ଛିଡା ହୋଇଥିଲା । କହିଦେଉଛୁ ଯେ ଗତ ବର୍ଷ ମେ ମାସରେ ହୋଇଥିବା ଏହି ଘଟଣାର ଫଟୋ ବର୍ତ୍ତମାନ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି ।

ଏହି ହସ୍ପିଟାଲ ମରାଠାବାଡାର ସବୁଠୁ ବଡ ୧୨୦୦ ବେଡ ଥିବା ସରକାରୀ ହସପିଟାଲ ଅଟେ । ଯେଉଁଠି ଔରଂଗାବାଦ ସହିତ ଆଖପାଖର ୮ ଟି ଜିଲ୍ଲାର ରୋଗୀ ଚିକିସ୍ଛା ପାଇଁ ଆସିଥାନ୍ତି ।

ହସ୍ପିଟାଲ ରଖିଲା ନିଜ ପକ୍ଷ

ଔରଂଗାବାଦର ଏକନାଥ ଗବଳୀଙ୍କୁ ମେ ମାସର ୫ ତାରିଖରେ ଘାଟୀର ହସ୍ପିଟାଲରେ ଏଡମିଟ କରାଗଲା ଏବଂ ଅପରେସନ ପରେ ତାଙ୍କୁ ୱାର୍ଡରେ ସିଫ୍ଟ କରାଗଲା କିନ୍ତୁ ସେଠି ସାଲାଇନ ଷ୍ଟାଣ୍ଡ ନଥିଲା । ଯେତେବେଳ ଏହି ଫଟୋ ଉପରେ ବିବାଦ ବଢିଲା ତେବେ ହସ୍ପିଟାଲର ଡିନ ଡା. କାନନ ୟେଲିକର ଏହାର ଯାଞ୍ଚ କରାଇଲେ । ଏହା ପରେ ସେ କହିଲେ କି ଯେଉଁ ସମୟରେ ଡାକ୍ତର ଷ୍ଟାଣ୍ଡ ଆଣିବାକୁ ଯାଇଥିଲେ ସେତେବେଳେ ଏକ NGO ସେହି ଝିଅର ବୋତଲ ଧରିଥିବା ଫଟୋ ଉଠାଇଥିଲେ ।

ଏବଂ ଡ୍ଯୁଟିରେ ଥିବା ଡାକ୍ତର ପ୍ରବୀଣ ଗାରବାରେ କହିଲେ କି ଷ୍ଟାଣ୍ଡ ଛୋଟ ଥିବାରୁ ସାଲାଇନ ଚଢାଇବାରେ ସମସ୍ୟା ଆସୁଥିଲା ସେଥିପାଇଁ ସେ କିଛି ସମୟ ପାଇଁ ଷ୍ଟାଣ୍ଡ ଆଣିବାକୁ ଯାଇଥିଲେ, କିନ୍ତୁ ଦୁଇ ଘଣ୍ଟା ନୁହେଁ ।

ଏହି ଘଟଣା ଉପରେ ଆପଣଙ୍କ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ଝିଅଟି ପାଇଁ ଶେୟାରଟିଏ କରିବେ ।