ପିତାଙ୍କ ଅନ୍ତିମ ସଂସ୍କାର କରିବା ସମୟରେ ବହୁତ କାନ୍ଦିଲେ ରବି କିଶନ, କହିଲେ – ପିତାଙ୍କ ସହିତ ହିଁ ଶେଷ ହୋଇଗଲା ଦୁନିଆ

ଗତ ମଙ୍ଗଳବାର ଦିନ ଅଧିକ ରାତିରେ ଗୋରଖପୁରର ବିଜେପି ସାଂସଦ ରବି କିଶନଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି । ରବି କିଶନଙ୍କର ପିତାଙ୍କର ନାମ ଶ୍ୟାମ ନାରାୟଣ ଶୁକ୍ଳ ଅଟେ । ରବିଙ୍କ ପିତା ବାରାଣସୀରେ ଅନ୍ତିମ ନିଶ୍ଵାସ ନେଲେ । ରବି କିଶନଙ୍କ ପିତାଙ୍କ ବୟସ ୯୨ ବର୍ଷ ଥିଲା । ବୁଧବାର ଦିନ ଦ୍ଵିପହର ସମୟରେ ରବି କିଶନଙ୍କ ପିତାଙ୍କ ଅନ୍ତିମ ସଂସ୍କାର ମଣିକର୍ଣିକା ଘାଟ ଉପରେ କରାଯାଇଥିଲା ।

ଅନ୍ତିମ ସଂସ୍କାର ସମୟରେ ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନ ଲୁହ ଭରା ଆଖିରେ ନିଜର ପିତାଙ୍କୁ ଅନ୍ତିମ ବିଦାୟ ଦେଲେ । ପିତାଙ୍କୁ ଅନ୍ତିମ ବିଦାୟ ଦେଉଥିବା ସମୟରେ ରବି କିଶନ ବହୁତ ହିଁ ଭାବୁକ ବି ହୋଇଯାଇଥିଲେ । ରବି କିଶନଙ୍କ କହିବା ଅଟେ କି ମୋର ପିତା ମୋର ପୁରା ଦୁନିଆ ଥିଲେ, ଆଜି ସେ ମୋ ହାତ ଛାଡି ଚାଲି ଗଲେ । ମୋ ଜୀବନରେ କେହି ମୋର ଗୁରୁ ନ ଥିଲେ । ନା ହିଁ କେବେ ମୁଁ ଭଗବାନଙ୍କୁ ଦେଖିଛି । ଜୀବନର ସମସ୍ତ ଶିକ୍ଷା ମୁଁ ନିଜ ପିତାଙ୍କ ଠାରୁ ହିଁ ଶିଖିଛି ।

ରବି କିଶନ ଆଗକୁ କୁହନ୍ତି କି ମୋର ପିତା ମୋର ଭଲ ବନ୍ଧୁ ସହିତ ଭଲ ଗୁରୁ ଓ ଭଗବାନ ବି ଥିଲେ । ଆଜି ତାଙ୍କର ଦୁନିଆରୁ ବିଦାୟ ନେବା ପରେ ସେ ବହୁତ ଏକେଲା ହୋଇ ଯାଇଛନ୍ତି । ୩୧ ତାରିଖ ତ ସବୁ ବର୍ଷ ଆସିବ କିନ୍ତୁ ମୁଁ ନିଜ ଶବ୍ଦରେ ବୟାନ କରି ପାରିବି ନାହିଁ କି ମୁଁ କଣ ହରାଇଛି । କହିବାକୁ ଗଲେ ରବି କିଶନଙ୍କ ପିତା ଗତ ଦୁଇ ମାସ ହେବ ଅସୁସ୍ଥ ଚାଲୁ ଥିଲେ ଓ ତାଙ୍କର ମୁମ୍ବାଇରେ ଚିକିତ୍ସା ଚାଲୁଥିଲା ।

କିନ୍ତୁ ଯେତେବେଳେ ରବି କିଶନଙ୍କ ପିତାଙ୍କ ସ୍ୱାସ୍ଥ୍ୟରେ କିଛି ସୁଧାର ଆସିଲା ନାହିଁ ତେବେ ତାଙ୍କର ପିତା ବାରାଣସୀରେ ନିଜର ଦେହ ତ୍ୟାଗ କରିବେ ବୋଲି ନିଜର ଶେଷ ଇଚ୍ଛା କହିଲେ । ନିଜ ପିତାଙ୍କ ଇଚ୍ଛାର ମାନ ରଖି ୧୫ ଦିନ ପୂର୍ବେ ହିଁ ରବି କିଶନ ନିଜ ପିତାଙ୍କୁ ବାରାଣସୀ ନେଇ ଆସିଥିଲେ ।

ଅଧିକ ଅସୁସ୍ଥତା କାରଣରୁ ଗତ ମଙ୍ଗଳବାର ରାତି ୧୧ ସମୟରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଗଲା । ଆପଣଙ୍କୁ କହିଦେଉଛୁ କି ରବି କିଶନଙ୍କ ପିତା ଶିବଙ୍କ ଭକ୍ତ ଥିଲେ ସେଥିପାଇଁ ସେ ସେ ଅନ୍ତିମ ନିଶ୍ଵାସ ବାରାଣସୀରେ ନେବାକୁ ଚାହୁଁ ଥିଲେ । ରବି କିଶନଙ୍କ ପିତା ମୂଳ ରୂପରେ ଜୌନପୁର ଜିଲ୍ଲାର କେରାକତ ଗ୍ରାମର ନିବାସୀ ଥିଲେ । ତାଙ୍କର ଅନ୍ତିମ ସଂସ୍କାର ପୁରା ବିଧି ବିଧାନ ସହିତ ବୁଧବାର ଦିନ ବାରାଣସୀରେ କରାଗଲା ।

ଗୋରଖପୁର ସଦର ସାଂସଦ ରବି କିଶନ ନିଜ ଜୀବନରେ ନିଜ ପିତାଙ୍କୁ ହିଁ ନିଜର ଗୁରୁ ମାନୁଥିଲେ । ପିତାଙ୍କ ଦ୍ଵାରା କୁହାଯାଇଥିବା ରାସ୍ତାରେ ହିଁ ଆଗକୁ ବଢି ରବି କିଶନ ନିଜ ଜୀବନରେ ସଫଳତାର ଉଚ୍ଚତାକୁ ଯାଇ ପହଞ୍ଚିଥିଲେ ଓ ଏକ ନୂଆ ମୁକାମ ହାସଲ କରିଥିଲେ । ରବି କିଶନ ସାଂସଦ ସହିତ ଭୋଜପୁରୀ ଫିଲ୍ମରେ ବହୁତ ବଡ ଅଭିନେତା ବି ଅଟନ୍ତି ଓ ବଲୀଉଡ ଏବଂ ଅନ୍ୟ କେତେକ ଭାଷାରେ ବି ସେ ଫିଲ୍ମ କରିଛନ୍ତି ।