ରୋଗରେ ପଡିଥିବା ପିତା ହାତରେ ବିଦା ହେବାକୁ ଚାହୁଁଥିଲା ଝିଅ, ବିବାହର ଦିନ ହୋଇଗଲା ଅଘଟଣ, ରେସେପ୍ସନ ବି ହେଲା କିନ୍ତୁ…

କୁହାଯାଏ କି ମା ନିଜ ପିଲାଙ୍କୁ ସବୁଠୁ ଅଧିକ ଭଲ ପାଇଥାଏ ଓ କିଛି ବି ହେଇଯାଉ ନିଜ ପିଲାଙ୍କୁ କଷ୍ଟରେ ଦେଖିପାରେ ନାହିଁ । କିନ୍ତୁ ଗୋଟିଏ ପିତାର ବି ଭଲ ପାଇବାର କୌଣସି ସୀମା ନଥାଏ । ଗୋଟିଏ ପିତା ତା ଭଲପାଇବାକୁ ପିଲାଙ୍କୁ ଦେଖାଏ ନାହିଁ ସତ କିନ୍ତୁ ସେ ତାଙ୍କୁ ସବୁଠୁ ଅଧିକ ଭଲ ପାଇଥାଏ । ଗୋଟିଏ ପିତା ଦିନ ରାତି ପରିଶ୍ରମ କରିଥାଏ ଯାହା ଦ୍ଵାରା ସେ ତାର ପରିବାରକୁ ସୁଖ ଶାନ୍ତିର ଜୀବନ ଦେଇ ପାରିବ । ଯେଉଁଠି ଗୋଟିଏ ମା’ ତାର ଭଲପାଇବା ଦେଖାଇପାରେ ସେଇଠି ପିତା ତାର ଭଲ ପାଇବା ଦେଖାଇପାରେ ନାହିଁ । କିନ୍ତୁ ନିଜ ଝିଅକୁ ଭଲ ପାଇବାରେ ପିତା କେବେ ବି ସଙ୍କୋଚ କରେ ନାହିଁ ।

ଝିଅମାନେ ବାପାଙ୍କର ପ୍ରିୟ ହୋଇଥାନ୍ତି । ଗୋଟିଏ ବାପା ତାର ଝିଅକୁ ହୃଦୟରେ ପଥର ରଖି ବିଦା କରିଥାଏ । ପ୍ରତ୍ୟେକ ଝିଅ ବିବାହ ପରେ ନିଜ ପିତାଙ୍କ ହାତରେ ବିଦା ହେବାକୁ ଚାହାଁନ୍ତି । ଏମିତି ହିଁ କିଛି ସ୍ଵପ୍ନ ଦେଖୁଥିଲେ ଯୋଦ୍ଧପୁର ରେ ରହୁଥିବା ରିତୁ । ସେ ନିଜ ପିତାଙ୍କ ହାତରେ ବିଦା ହେବାକୁ ଚାହୁଁଥିଲା କିନ୍ତୁ ତାକୁ କଣ ଜଣାଥିଲା କି ତାର ଏହି ସ୍ଵପ୍ନ, ସ୍ଵପ୍ନରେ ହିଁ ରହିଯିବ । ରିତୁ ସହିତ ଯାହା ହେଲା ଆପଣ ସ୍ଵପ୍ନରେ ସୁଦ୍ଧା ଭାବି ନଥିବେ ।

ପିତାଙ୍କ ହାତରେ ବିଦା ହେବାକୁ ଚାହୁଁଥିଲା ଝିଅ

ଜଣାଇ ଦେଉଛୁ କି ରିତୁଙ୍କ ପିତା ସୁଭାଷ ଚନ୍ଦ୍ର କଟେବା ଦୁଇ ବର୍ଷରୁ ରୋଗଗ୍ରସ୍ତ ଥିଲେ । ତାଙ୍କୁ ବ୍ରେନଟ୍ୟୁମର ଥିଲା ଯାହାର ଚିକିଶ୍ଚା ଚାଲିଥିଲା । ଏହା ମଧ୍ୟରେ ସେ ତାଙ୍କ ଝିଅର ବିବାହ ଠିକ କରିଦେଲେ , ୨୨ ଜାନୁୟାରୀ କୁ ଝିଅର ବିବାହ ଥିଲା କିନ୍ତୁ ଏଥି ମଧ୍ୟରେ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ତାଙ୍କୁ ହସ୍ପିଟାଲ ରେ ଆଡମିଟ କରିବାକୁ ପଡିଲା । ସେ ନିଜ ଝିଅର ବିବାହ ଦେଖିବାକୁ ଚାହୁଁଥିଲେ ସେଥିପାଇଁ ତାଙ୍କୁ ୨୧ ତାରିଖ ଦିନ ଝୁଂଝୁନୂଂ ବଖ୍ତାବାରପୁର ସ୍ଥିତ ଘରକୁ ଅଣାଗଲା । ବାପାଙ୍କୁ ଦେଖି ଝିଅ କାନ୍ଦିବାକୁ ଲାଗିଲା ଓ ଛାତିରେ ଜାବୁଡି ଧରି କହିଲା ପାପା ମୋତେ ଆପଣ ହିଁ ବିଦା କରିବେ । କିନ୍ତୁ ନିୟତି କୁ କିଛି ଅଲଗା ହିଁ କରିବାର ଥିଲା । ଯେଉଁ ଦିନ ରିତୁ ର ବିବାହ ଥିଲା ସେହି ଦିନ ତା ପିତାଙ୍କର ମୃତ୍ୟୁ ହୋଇଗଲା ।

ଜଣାଇ ଦେଉଛୁ କି ଘରେ ଏତେ ବଡ ଘଟଣା ହେଲା ପରେ ବି ବନ୍ଧୁମାନେ ଧୈର୍ଯ୍ୟ ରଖିବାକୁ କହିଲେ । ଘର ଲୋକ ଝିଅ ରିତୁ ଓ ତାର ଶାଶୁଘର ଲୋକଙ୍କୁ ତା ପିତାଙ୍କର ମୃତ୍ୟୁ ର ଖବର ଲୁଚାଇ ରଖିଲେ । ପ୍ରକୃତରେ ୨୫ ଜାନୁୟାରୀ କୁ ଶଶୁରଘର ଲୋକ ରିସିପ୍ସନ ରଖିଥିଲେ ଏଥିପାଇଁ ତାଙ୍କୁ ଏହି କଥା ଲୁଚାଯାଇଥିଲା । ଗୋଟିଏ ପକ୍ଷରେ ଯେଉଁଠି ପିତାଙ୍କ ଅନ୍ତିମ ସଂସ୍କାର ହେଉଥିଲା ସେଇଠି ଅନ୍ୟ ପକ୍ଷରେ ରିସିପ୍ସନ ର ଉତ୍ସବ ଚାଲିଥିଲା ।

୨୬ ଜାନୁୟାରୀ କୁ ଯେବେ ରିତୁ ପଗଫେରେ ପାଇଁ ନିଜ ବାପ ଘରକୁ ଯାଇଥିଲା ସେତେବେଳେ ସେ ଦେଖିଲା କି ପିତାଙ୍କ ଫୋଟୋରେ ମାଳ ଚଢିଛି । ଏହା ଦେଖି ତାର ହୃଦୟ ଫାଟିଗଲା ଓ ସେ ଜୋର ରେ କାନ୍ଦିବାକୁ ଲାଗିଲା । ରିତୁ ର କାନ୍ଦ ଶୁଣି ସମସ୍ତଙ୍କ ଆଖିରେ ଲୁହ ଆସିଗଲା । ଗୋଟିଏ ପିତା ନିଜ ଝିଅ କୁ ବିଦା କରିବାର ସ୍ଵପ୍ନ ନିଜ ହୃଦୟରେ ରଖି ଏହି ଦୁନିଆକୁ ଛାଡି ଚାଲିଗଲା ।

ବନ୍ଧୁଗଣ ଏ ଦୁନିଆରେ କେତେବେଳେ କାହାସାଙ୍ଗରେ କଣ ହୋଇଯିବ ତାହା କହିବା ଅସମ୍ଭବ, ସେଥିପାଇଁ ଯେତିକିଦିନ ଏହି ଧରାପୃଷ୍ଠରେ ଆମେ ଅଛୁ ଖୁସିରେ ବଞ୍ଚିବା ଓ ଅନ୍ୟକୁ ସାହାଯ୍ୟ କରିବାର ମନୋଭାବ ସବୁବେଳେ ରଖିବା । ମୃତ୍ୟୁପରେ ଆମର ଭଲ କର୍ମ ହିଁ ଆମର ପରିଚୟ ହୋଇ ରହିବ । ପସନ୍ଦ ଆସିଥିଲେ ସେୟାର ଓ ଲାଇକ କରିବାକୁ ଭୁଲିବେନି।