ପିତା ମାତାଙ୍କର ବିବାହରେ ୭ ମାସର ପୁଅ ହେଲା ବରଯାତ୍ରୀରେ ସାମିଲ, ଜାଣନ୍ତୁ ପୁରା ଘଟଣା

ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ପିତା ମାତାଙ୍କ ବିବାହରେ ୭ ମାସର ପୁଅ ବରଯାତ୍ରୀରେ ସାମିଲ ହୋଇଛି । ଏହି ଘଟଣାଟି ହେଉଛି ଛତପୁର ଜିଲ୍ଲାର ନୌଗାଁ ର ଅଟେ । ଯେଉଁଠି ଏକ ଦମ୍ପତ୍ତିଙ୍କ ବିବାହରେ ତାଙ୍କର ୭ ମାସର ପୁଅ ବିବାହର ସାକ୍ଷୀ ଥିଲା । ଆପଣ ମଧ୍ୟ ଏହି ଘଟଣା ବିଷୟରେ ଶୁଣିଲେ ବିଶ୍ଵାସ କରି ନ ପାରନ୍ତି । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ନୌଗାଁ ସ୍ଥିତ କୁମ୍ହାର ଟୋଲିରେ ରହୁଥିବା କରନ ଅହରିବାରଙ୍କୁ ତାଙ୍କ ପଡୋଶୀରେ ରହୁଥିବା ନେହା କାଶ୍ୟପଙ୍କ ସହିତ ପ୍ରେମ ହୋଇଯାଇଥିଲା । ଦୁଇଜଣ ବିବାହ ପାଇଁ ପ୍ରସ୍ତୁତ ହୋଇଥିଲେ । ହେଲେ ଦୁଇଜଣଙ୍କ ଜାତି ଅଲଗା ହୋଇଥିବାରୁ ପରିଜନମାନେ ଏହି ସମ୍ପର୍କ ପାଇଁ ପ୍ରସ୍ତୁତ ନଥିଲେ । ଏହାପରେ ଏହି ଦୁଇଜଣ ପ୍ରେମୀଯୁଗଳ ଗାଁ ଛାଡି ଫେରାର ହୋଇଯିବାର ନିଷ୍ପତ୍ତି ନେଇଥିଲେ । କରନ ଓ ନେହା ଗାଁ ଛାଡି ଦିଲ୍ଲୀରେ ସ୍ଥିତ ଏକ ଆର୍ଯ୍ୟ ସମାଜରେ ବିବାହ କରିଥିଲେ ।

ବିବାହ ପରେ ସେମାନଙ୍କର ଏକ ପୁଅ ଜନ୍ମ ହେଲା । ସେ ତାଙ୍କ ପୁଅର ନାମ ଶିବାଂଶ ରଖିଥିଲେ, ତାଙ୍କ ପୁଅ ବର୍ତ୍ତମାନ ୭ ମାସର ହୋଇଛି । ହେଲେ ବିବାହ ପରେ କରନ ଓ ନେହା କେବେ ଗାଁକୁ ଆସିନଥିଲେ । କାରଣ ପରିବାର ଲୋକ ଏହି ବିବାହକୁ ସମର୍ଥନ କରୁନଥିଲେ । ହେଲେ ଦୁଇ ବର୍ଷ ପରେ ତାଙ୍କର ବରଯାତ୍ରୀ ସେହି ଗାଁରୁ ବାହାରିଲା ଓ ଧୁମ ଧାମରେ ତାଙ୍କର ବିବାହ ହୋଇଥିଲା ।

କରନଙ୍କ ମା’ଙ୍କର ବହୁତ ଇଛା ଥିଲା କି, ତାଙ୍କ ପୁଅର ବିବାହ ଗାଁରେ ଧୁମ ଧାମରେ ହେଉ । ହେଲେ ଏହା ହୋଇ ପାରିନଥିଲା । ଦୁଇ ବର୍ଷ ଗଲା ପରେ ଦୁଇଜଣଙ୍କ ପରିବାର ମଧ୍ୟରେ ସବୁ ସାମାନ୍ୟ ହୋଇଯାଇଥିଲା । ଏହା ପରେ ଗାଁରେ ପୁଣି ଥରେ ସେମାନଙ୍କର ବିବାହ କରାଯାଇଥିଲା । ଦୁଇ ପରିବାର ଏହି ବିବାହ ପାଇଁ ବହୁତ ଖୁସି ଥିଲେ ।

ଏମାନଙ୍କ ବିବାହରେ ତାଙ୍କର ୭ ମାସର ପୁଅ ମଧ୍ୟ ସାମିଲ ହୋଇଥିଲା । ଏମାନଙ୍କ ବିବାହର ଚର୍ଚା ସୋସିଆଲ ମିଡିଆରେ ମଧ୍ୟ ହେଉଛି । ଲୋକମାନେ ଏମାନଙ୍କ ଜୀବନ ବିଷୟରେ ଜାଣି ବହୁତ ଖୁସି ହେଉଛନ୍ତି ଓ ଏମାନଙ୍କୁ ଆଶୀର୍ବାଦ ମଧ୍ୟ କରୁଛନ୍ତି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।