ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ତାଙ୍କ ଲିଭର 80% ଖରାପ ହୋଇ ଯାଇଥିବା ବେଳେ ସେହି ଲିଭର କଢାଯାଇ ତା’ ସ୍ଥାନରେ ନୂଆ ଲିଭର ଲଗାଯିବ । ଆଉ ଏଥିପାଇଁ ଡୋନର ମଧ୍ୟ ପ୍ରସ୍ତୁତ ହୋଇ ସାରିଲେଣି । ହେଲେ ଏତିକି ବେଳେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି କି, ପିଣ୍ଟୁ ନନ୍ଦଙ୍କୁ ଲିଭର ଦେବା ଲୋକ ମୃ-ତ ନା ଜୀବିତ ? ଯଦି ଜୀବିତ ବ୍ୟକ୍ତି ତାଙ୍କୁ ଲିଭର ଦେବେ ତେବେ ଲିଭର ଡୋନେଟ କରିବା ପରେ ସେହି ବ୍ୟକ୍ତି ବଞ୍ଚିବେ ନା ମ-ରି-ଯି-ବେ ?
ପିଣ୍ଟୁଙ୍କୁ ଲିଭର ଦେବା ପରେ ଡୋନରଙ୍କ ଅବସ୍ଥା କଣ ହେବ ଆମେ ଆପଣଙ୍କୁ କହିବୁ । କହିରଖୁଛୁ ଯେ, ଲିଭର ଆମ ଶରୀରର ଏମିତି ଏକ ଚମତ୍କାରୀ ଯାହା ପାଖେ ନିଜକୁ ନିଜେ ଗଢିବାର କ୍ଷମତା ରହିଛି । ଆମ ଲିଭରର ପ୍ରକୃତି ଠିକ ଗୋଟେ ଝିଟିପିଟିର ଲାଞ୍ଜ ଭଳି । ଆପଣ ନିଶ୍ଚୟ ଦେଖିଥିବେ କି କୌଣସି ଝିଟିପିଟିର ଲାଞ୍ଜ ଛିଡିଗଲେ ବି ସେ ବଞ୍ଚିବାରେ ଓ କିଛିଦିନ ଭିତରେ ତା’ ଲାଞ୍ଜ ପୁଣି ଥରେ ନୂଆ ଭାବେ କଅଁଳି ଥାଏ । ଲିଭରରୁ ଖଣ୍ଡେ କଟା ହୋଇଗଲେ ମଧ୍ୟ ଏହା କିଛିଦିନ ପରେ ପୁଣି ଥରେ କଅଁଳି ଯାଏ ।
ଜଣେ ସୁସ୍ଥ ବ୍ୟକ୍ତିଙ୍କ ଲିଭର 65% କଟା ହୋଇଗଲେ ମଧ୍ୟ ସେ ବଞ୍ଚିପାରିବେ । ଡୋନରଙ୍କ ଲିଭରର ଯେଉଁ ଖଣ୍ଡଟି କଟା ହୋଇ ପିଣ୍ଟୁ ନନ୍ଦଙ୍କ ଶରୀରରେ ଲଗାଯିବ ତାହା ପୁଣି ଥରେ କଅଁଳି ଉଠି ପୁରା ହୋଇଯିବ । ତେବେ ଲିଭର ଡୋନେଟ କରୁଥିବା ବ୍ୟକ୍ତି ଜଣେ ବରେନ ଡେ-ଡ୍ ବ୍ୟକ୍ତି ହୋଇଥିବା ଆବଶ୍ୟକ କିମ୍ବା ନିଜର କୌଣସି ସମ୍ପର୍କୀୟ ହୋଇଥିଲେ ସଂପୂର୍ଣ୍ଣ ଜୀବିତ ବ୍ୟକ୍ତିଙ୍କ ଲିଭର ନିଆ ଯାଇପାରିବ । ସଂପୂର୍ଣ୍ଣ ମୃ-ତ ବ୍ୟକ୍ତିଙ୍କ ଲିଭର ଏହି କ୍ଷେତ୍ରରେ କାମ କରିବ ନାହିଁ ।
ଜଣେ ସୁସ୍ଥ ଲୋକ ଲିଭର ଦାନ କଲେ ତାଙ୍କର କୌଣସି କ୍ଷତି ହୁଏନାହିଁ । ଦୁଇରୁ ତିନି ମାସ ମଧ୍ୟରେ ଲିଭରଟି ପୂର୍ବାବସ୍ଥାକୁ ଫେରି ଆସେ । ବ୍ୟକ୍ତିଜଣକ ପୂର୍ବ ଭଳି ସୁସ୍ଥ ରହିଥାନ୍ତି କେବଳ ପେଟରେ ଏକ କଟା ଦାଗ ରହିଯାଏ । ଲିଭର ଦେଉଥିବା ବ୍ୟକ୍ତି ସମ୍ପର୍କୀୟ ହେବା ଜରୁରୀ । ଏମିତି ହେଲେ ପଛରେ ଲିଭର ଡୋନେଟ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଛି ବୋଲି ଡୋନର ଯେପରି ଅଭିଯୋଗ କରିପାରିବେନି ।
ଏଥିସହ ସମ୍ପର୍କୀୟ ଲିଭର ଦେଲେ ଟଙ୍କା ମଧ୍ୟ କମ୍ ଖର୍ଚ୍ଚ ହୁଏ । ତେବେ କେବଳ 18 ରୁ 55 ବର୍ଷ ବୟସର ବ୍ୟକ୍ତି ହିଁ ଲିଭର ଡୋନେଟ କରିପାରନ୍ତି । କାରଣ ଅଧିକ ବୟସ ହେଲେ ଲିଭର ନିଜକୁ ତିଆରି କରିବା ଶକ୍ତି କମିଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।