Pintu Nanda ଙ୍କ ପରେ ପୁଣି ଜଣେ ଓଡିଆ ଅଭିନେତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର, କମେଡି ସହ ଖଳନାୟକ ଭୂମିକାରେ ମଧ୍ୟ ଲୋକଙ୍କ ମନୋରଞ୍ଜନ କରୁଥିଲେ !

ଓଡିଆ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବା ବେଳେ ସେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଏନକେ ଠାରୁ ସାହାଯ୍ୟ ପ୍ରାର୍ଥନା କରିଛନ୍ତି । ପିଣ୍ଟୁ ନନ୍ଦଙ୍କ ପେଟ ଫୁଲି ରହିବା ସହ ଅନେକ ଦିନ ଧରି ତାଙ୍କୁ ହଳଦିଆ ପରିସ୍ରା ହେଉଥିଲା । ଜଣ୍ଡିସ ରୋଗରେ ପୀଡିତ ଥିଲେ ମଧ୍ୟ ସେ ଠିକ ସମୟରେ ଜାଣି ପାରି ନଥିଲେ । ତେଣୁ ଏହା ଯୋଗୁଁ ତାଙ୍କ ଲିଭର ସଂପୂର୍ଣ୍ଣ ଖରାପ ହୋଇଯାଇଛି ।

ପିଣ୍ଟୁ ନନ୍ଦଙ୍କ ପରେ ଏବେ ଆଉ ଜଣେ ଓଡିଆ କଳାକାରଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ନଥିବା ଖବର ସାମ୍ନାକୁ ଆସିଛି । ଓଡିଆ କମେଡିଆନ ଏବଂ ଖଳନାୟକ ସ୍ଵାତ୍ବକି ମିଶ୍ରଙ୍କ ସ୍ୱାସ୍ଥ୍ୟ ଭଲ ନଥିବା କଥା ସାମ୍ନାକୁ ଆସିଛି । ସାତ୍ଵକି ମିଶ୍ରଙ୍କ ସ୍ୱାସ୍ଥ୍ୟ ଭଲ ନଥିବା କଥା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ତାଙ୍କର ସ୍ୱାସ୍ଥ୍ୟ ମଧ୍ୟ ଦୀର୍ଘ ଚାରି ବର୍ଷ ଧରି ଭଲ ନଥିଲା । ସେ ନିୟମିତ ଚିକିତ୍ସିତ ହୋଇ ଆସୁଥିବା ବେଳେ ନ୍କାତ ଅତୀତରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି ।

ଗୋଟିଏ ପଟେ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ ରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ପଟେ ସାତ୍ଵକି ମିଶ୍ର କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ଶୁଣିବାକୁ ମିଳୁଛି କି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସାତ୍ଵକିଙ୍କର ଅପରେସନ ଶେଷ ହୋଇଛି ।

ସେ ଉଭୟ କମେଡି ଏବଂ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ । ଅନେକ ଧାରାବାହିକ ଓ ସିନେମାରେ ଅଭିନୟ କରିଛନ୍ତି ସାତ୍ଵକି ମିଶ୍ର । ତାଙ୍କ ଅଭିନୟ ଯୋଗୁଁ ସେ ଘରେ ଘରେ ବେଶ ପରିଚିତ । ଏବେ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ବେଳେ ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି ।

ସୁସ୍ଥ ହେବା ସହ ଓଡିଆ ଦର୍ଶକଙ୍କୁ କ୍ୟାମେରା ଆଗରେ ହସାନ୍ତୁ ଓ କନ୍ଦାନ୍ତୁ ଏବଂ ପୁଣି ଥରେ ଅଭିନୟ ଜଗତକୁ ଫେରି ଆସନ୍ତୁ ବୋଲି ଆମର ପ୍ରାର୍ଥନା । ଆମେ ମଧ୍ୟ ଭଗବାନଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।