ଯଦି ଅନ୍ୟ ରୁମରେ ଶୋଇଥାନ୍ତି ପିଲାମାନେ ତେବେ ହୋଇଥାଏ କ୍ଷତି, ଜାଣନ୍ତୁ କାହିଁକି ନିଜ ପାଖରେ ଶୁଆଇବା ଉଚିତ ?

ବିଦେଶରେ ଆପଣମାନେ ପ୍ରାୟତଃ ଦେଖିଥିବେ କି ଘରେ କେତେକ ପ୍ରକାରର ରୁମ ହୋଇଥାଏ ଏବଂ ପିଲା ଠାରୁ ବଡ ସମସ୍ତେ ନିଜ ନିଜ ରୁମରେ ଶୋଇଥାନ୍ତି । ଏହା ଦେଖି ଆମେ ଦେଶରର ଲୋକମାନେ ବି ବଡ ଘର ନେବାକୁ ଚାହାନ୍ତି । ଯୁବକମାନଙ୍କୁ ଯଦି ଆପଣ ଅଲଗା ରୁମ ଦେଉଛନ୍ତି ତେବେ ଠିକ ଅଛି, କିନ୍ତୁ ଛୋଟ ପିଲାମାନଙ୍କୁ ଯଦି ଆପଣ ନିଜ ପାଖରେ ଶୋଇବାକୁ ଦେଉଛନ୍ତି ତେବେ ଏହା ବହୁତ ଭଲ କାମ କରୁଛନ୍ତି ।

Image courtesy: Google

କିନ୍ତୁ ପ୍ରାୟତଃ ଲୋକମାନେ ଛୋଟ ପିଲାମାନଙ୍କୁ ବି ଅଲଗା ରୁମ ଦେବାକୁ ଚାହାନ୍ତି ଏବଂ ପିଲାମାନେ ବି ଏହା ଜିଦ କରିଥାନ୍ତି । କିନ୍ତୁ ଏହା ତାଙ୍କ ଶରୀରର ଏବଂ ମନ ଉପରେ ଖରାପ ପ୍ରଭାବ ପଡି ପାରେ । ଆପଣଙ୍କୁ କହିଦେଉଛୁ ଯେ ପିଲାମାନଙ୍କୁ ନିଜ ପାଖରେ ଶୁଆଇବା ଦ୍ଵାରା କଣ ଲାଭ ମିଳିଥାଏ ।

ସୁରକ୍ଷିତ ମନେ କରନ୍ତି

Image courtesy: Google

ଯଦି ପୁରା ଦିନ ଆପଣ ନିଜ ପିଲାଙ୍କ ସହିତ ଟାଇମ ନ ବିତାଇ ପାରନ୍ତି, କିନ୍ତୁ ଯେତେବେଳେ ଆପଣଙ୍କ ପାଖରେ ପିଲାମାନେ ରାତିରେ ଶୋଇଥାନ୍ତି ତେବେ ସେମାନେ ନିଜକୁ ସୁରକ୍ଷିତ ମନେ କରନ୍ତି । ପିଲାମାନେ ଦିନ ସାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ କରିଥାନ୍ତି । କିନ୍ତୁ ଆପଣଙ୍କ ପାଖରେ ନ ଶୋଇବା ଦ୍ଵାରା ଆପଣଙ୍କୁ ସେମାନେ କିଛି କହି ପାରନ୍ତି ନାହିଁ । ଯଦି ଆପଣ ନିଜ ପାଖରେ ପିଲାମାନଙ୍କୁ ଶୋଇବାକୁ ଦେଉଛନ୍ତି ତେବେ ସେ ଆପଣଙ୍କ ସହିତ ସମୟ ବିତାଇ ପାରନ୍ତି ଏବଂ ନିଜ ମନ କଥା ସବୁ କହିଥାନ୍ତି ।

ଶୋଇବା ଟାଇମ ଠିକ ଥାଏ

Image courtesy: Google

ଯେତେବେଳେ ପିଲାମାନେ ରୁମରେ ଏକୁଟିଆ ଶୋଇଥାନ୍ତି ସେତେବେଳେ ଆପଣ ତାଙ୍କ ଉପରେ ନଜର ରଖି ପାରନ୍ତି ନାହିଁ କି ସେ ଶୋଇଛନ୍ତି ନା ମୋବାଇଲରେ କଣ କରୁଛନ୍ତି କିମ୍ବା କୌଣସି କଥାରେ ଚିନ୍ତିତ ଅଛନ୍ତି । କିନ୍ତୁ ଯେତେବେଳେ ପିଲାମାନେ ଆପଣଙ୍କ ସହିତ ଶୋଇଥାନ୍ତି ସେତେବେଳେ ସେମାନେ ସଠିକ ସମୟରେ ଶୋଇଯାନ୍ତି ।

ଭାବନାତ୍ମକତା ରେ ପାଖାପାଖି

Image courtesy: Google

ପିଲାମାନେ କୋମଳ ମନର ହୋଇଥାନ୍ତି । ଯଦି ପିଲାବେଳୁ ହିଁ ମାତା ପିତାଙ୍କ ପାଖାପାଖି ରୁହନ୍ତି ନାହିଁ ତେବେ ସେମାନେ ବଡ ହେଲେ ଦୂରେଇ ଯାଆନ୍ତି । ଯେତେବେଳ ପିଲାମାନେ ଆପଣଙ୍କ ପାଖରେ ଶୋଇଥାନ୍ତି ସେତେବେଳେ ସେ ନିଜ ମନର ସବୁ କଥା ବିଷୟରେ ଆପଣଙ୍କୁ କହିଥାନ୍ତି । ଏବଂ ଆପଣମାନେ ବି ନିଜ ପିଲାମାଙ୍କର ସବୁ ଗୁଣ ବିଷୟରେ ଜାଣି ପାରନ୍ତି । ସେଥିପାଇଁ ପିଲାମାନଙ୍କୁ ନିଜ ପାଖରେ ଶୁଆଇବା ଦରକାର ।

ସଂସ୍କାର

Image courtesy: Google

ପିଲାମାନେ ଯେତେବେଳେ ଆପଣଙ୍କ ପାଖରେ ସୋଇଥାନ୍ତି ତେବେ ଆପଣଙ୍କୁ ବି ସମୟ ମିଳେ ତାଙ୍କୁ କିଛି ଶିଖାଇବାରେ କିମ୍ବା ବୁଝାଇବାରେ । ଯେତେବେଳେ ସେମାନେ କିଛି ଭୁଲ କରିବେ ତେବେ ତାଙ୍କୁ ବୁଝାନ୍ତୁ ଏବଂ ଭଲ କରିଲେ ତାଙ୍କର ପ୍ରଶଂସା କରନ୍ତୁ । ଏହିସବୁ କଥା ରାତିରେ ଶୋଇବା ସମୟରେ ହିଁ କରିବା ବହୁତ ଭଲ ଅଟେ । ଭଲ ସଂସ୍କାର ଦେଲେ ପିଲାମାନେ ବଡ ହୋଇ ଏକ ଆଦର୍ଶ ମଣିଷ ହୋଇ ପାରିବେ । ଏହି ଲେଖାଟିକୁ ନେଇ ଆପଣଙ୍କ ମତାମତ କଣ ରହିଛି ନିଶ୍ଚୟ କମେଣ୍ଟ କରନ୍ତୁ । ଆର୍ଟିକିଲଟି ଭଲ ଲାଗିଲେ ଶେୟାର କରନ୍ତୁ ଓ ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।