ପିଲାମାନଙ୍କର ଏହି ନାମ ରଖିଲେ, ପଛରେ ପସ୍ତେଇବେ, ଜାଣନ୍ତୁ

ଆଜିକାଲି ହିନ୍ଦୁ ଧର୍ମରେ ଏହା ପ୍ରଚଳନ ବଢି ଗଲାଣି କି ସେମାନେ ନିଜ ପିଲାମାନଙ୍କର ନାମ କିଛି ଅଲଗା ହିଁ ରଖିବେ । ଏହି ପ୍ରଚଳନ କାରଣରୁ ସେ ନିଜର ଭାଷା ଛାଡି ଅରବୀ, ଉର୍ଦ୍ଦୁ, ଜର୍ମନ, ରଶିୟନ କିମ୍ବା ଇଂରାଜୀ ଭାଷାର ନାମ ବି ରଖି ଦେଉଛନ୍ତି । କିଛି ଲୋକମାନେ ନିଜ ପିଲାମାନଙ୍କର ନାମ ଇଶ୍ଵର, ଶିବ, ବିଷ୍ଣୁ, ମହାଦେବ, ସଦାଶିବ, ସଚ୍ଚିଦାନନ୍ଦ, ଓମ, ଗଣେଶ, ହରି ଇତ୍ୟାଦି ନାମ ରଖି ଦିଅନ୍ତି ।

ଏହା ଆପଣମାନେ ଭୁଲ କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି କେବେ ବି ନିଜ ପିଲାମାନଙ୍କର ନାମ କୌଣସି ଦେବା ଦେବୀଙ୍କ ନାମରେ ରଖିବା ଉଚିତ ନୁହେଁ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ପିଲାମାନଙ୍କର ଏହି ସବୁ ନାମ ରଖିବା ଦ୍ଵାରା କଣ ପ୍ରଭାବ ପଡିଥାଏ ସେହି ବିଷୟରେ ଚର୍ଚା କରିବୁ ।

ନାମ ଦ୍ଵାରା ସ୍ପଷ୍ଟ ପରିଚୟ

ଆପଣଙ୍କୁ କହିଦେଉଛୁ କି ଲୋକମାନଙ୍କୁ ନିଜ ପିଲାମାନଙ୍କର ନାମ ଟୋନୀ, ଲକୀ, ସ୍ୱୀଟୀ, ରାଜୁ, ଗୁଡ୍ଡୂ, ଗୋଲୁ, ପପୁ, ବାବୁ, ଚଂକୀ ଏହିଭଳି ବି ନାମ ରଖିବା ଉଚିତ ନୁହେଁ । କାରଣ ଧୀରେ ଧୀରେ ପିଲାମାନଙ୍କର ନାମ ତାହା ହିଁ ପଡିଯାଏ । ଯେଉଁ କାରଣରୁ ଏହାର ଖରାପ ପ୍ରଭାବ ପଡିଥାଏ । ସବୁବେଳେ ପିଲାମାନଙ୍କର ନାମ ତାହାର ପରିଚୟ ପାଇଁ ରଖିବା ଉଚିତ । ମନୋବୈଜ୍ଞାନିକ ଓ ଅକ୍ଷର ବିଜ୍ଞାନ ଅନୁସାରେ ପିଲାମାନଙ୍କ ନାମର ପ୍ରଭାବ ତାଙ୍କର ବ୍ୟକ୍ତିତ୍ଵ ଉପରେ ଗଭୀର ପ୍ରଭାବ ପକାଇଥାଏ ।

ପିଲାମାନଙ୍କର ନାମ ଗୋଟିଏ ହିଁ ହେବା ଦରକାର

ଆପଣମାନେ ଦେଖିଥିବେ କି କେତେକ ଲୋକମାନେ ନିଜ ପିଲାମାନଙ୍କର ନାମ ଦୁଇ କିମ୍ବା ତିନୋଟି ରଖି ଦିଅନ୍ତି । ଏହା କରିବା ଦ୍ଵାରା ପିଲାମାନଙ୍କର ଭବିଷ୍ୟତ ଉପରେ ଖରାପ ପ୍ରଭାବ ପଡିଥାଏ । କହିବାକୁ ଗଲେ ପିଲାମାନଙ୍କର ଏକ ଏମିତି ନାମ ରଖିବା ଉଚିତ ଯାହା ଦ୍ଵାରା ସେ ଘରେ ଓ ବାହାରେ ଗୋଟିଏ ନାମ ଦ୍ଵାରା ହିଁ ପରିଚିତ ହେବେ ।

ଆପଣଙ୍କୁ କହିଦେଉଛୁ କି ବିବାହ ପରେ ଶଶୁର ଘର ଲୋକମାନେ ଝିଅର ନାମ ବଦଳାଇ ଦିଅନ୍ତି । କିନ୍ତୁ ଏହା ଭୁଲ ଅଟେ । ଏହା ଦ୍ଵାରା ଝିଅର ମାନସିକତା ଉପରେ ଖରାପ ପ୍ରଭାବ ପଡିଥାଏ ।

ନାମକରଣର ସଂସ୍କାର କରନ୍ତୁ

ନାମକରଣର ସଂସ୍କାର କରିବା ବହୁତ ଆବଶ୍ୟକ ଅଟେ । ନାମକରଣ କରୁଥିବା ସମୟରେ ପିଲାର ନାମ ସଂସ୍କୃତ କିମ୍ବା ହିନ୍ଦୀ ଶବ୍ଦ କିମ୍ବା ନିଜ ଭାଷା ଅନୁସାରେ ହିଁ ରଖିବା ଉଚିତ । ଯଦି ଆପଣ ନିଜ ଭାଷା ଛାଡି ବିଦେଶୀ ଭାଷାର ନାମ ରଖୁଛନ୍ତି ତେବେ ଏହା ପିଲାର ଭବିଷ୍ୟତକୁ ଖରାପ କରିଦିଏ ।

ନାମକରଣ କରିବା ସମୟରେ ସାବଧାନୀ

ଆପଣ ନିଜ ପିଲାର ନାମକରଣ କରିବା ସମୟରେ କୌଣସି ପଣ୍ଡିତ କିମ୍ବା ଧର୍ମ ଗ୍ରନ୍ଥର ସାହାରା ନେବା ଉଚିତ । ସବୁବେଳେ ନାମ ଏହିଭଳି ରଖିବା ଉଚିତ ଯାହା ଉପରେ ତାଙ୍କୁ ଗର୍ବ ହେବ । ପିଲାମାନଙ୍କର ନାମର ଅକ୍ଷରର ସଂଖ୍ୟା ଦୁଇ କିମ୍ବା ତିନି କିମ୍ବା ଚାରି ହେବା ଦରକାର ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।