ପିଲାକୁ ପାଞ୍ଚ ପାଳି ଧରି ଅଣ୍ଡା ଦେଉ ନଥିଲେ ଦିଦି, ପଚାରିବାରୁ ଫୋନ ଧରି ଯାହା ସ୍ବାଉ ହରକତ କଲେ ନା… ଦେଖନ୍ତୁ video

ଅଣ୍ଡା ଖାଇବାକୁ ଦେଲେନି କି ନଳକୂପରେ ହାତ ଚାପି ହୋଇ ଆଙ୍ଗୁଠି ଫାଟିଯିବା ପରେ ଡାକ୍ତରଖାନା ବି ନେଲେନି ସ୍କୁଲ ଦିଦି । ଏପରିକି ପିଲାର ଆଙ୍ଗୁଠି ଫାଟି ଯାଇଛି ବୋଲି ତା’ ଘରଲୋକ ସୁଦ୍ଧା ଜଣାଇଲେ ନାହିଁ । ଏନେଇ ପଚାରିବାରୁ ଦିଦି କହିଲେ, ପିଲାଟା ଦୁଷ୍ଟ ହେଉଛି ପାଠ ପଢୁନି ସେଥିପାଇଁ ତାକୁ ଡରାଇବାକୁ ଅଣ୍ଡା ଦେଲିନି । ଅନ୍ୟ ଲୋକଙ୍କ ଠାରୁ ପୁଅର ଖବର ପାଇ ମାଆ ଆସି ଦେଖେ ତ ପୁଅର ଅବସ୍ଥା ଏମିତି ।

ଦି’ ଅକ୍ଷର ପାଠ ପଢିବା ପାଇଁ ଆଉ ସାଙ୍ଗସାଥିଙ୍କ ସହ ଖେଳି ବୁଲି ଚାଲାଖ ହେବ ବୋଲି କୁନି ପିଲାକୁ ସ୍କୁଲକୁ ଛାଡିଛି ମାଆ । ପିଲାଙ୍କ ପୁଷ୍ଟି ସାଧନ ପାଇଁ ତାଙ୍କୁ ଅଣ୍ଡା ଦେବାକୁ ଯୋଜନା କରିଛନ୍ତି ସରକାର । ହେଲେ ପାଞ୍ଚ ଛଅ ପାଳି ହେଲା ପିଲାକୁ ଅଣ୍ଡା ନଦେଇ ଖାଲି ଡାଲି ପାଣି ଦେଉଛନ୍ତି ଦିଦି । ସବୁ ପିଲା ଅଣ୍ଡା ଖାଇବା ବେଳେ କୁନି ପିଲାଟି ମନ ଦୁଃଖରେ ଅନେଇ ବସୁଛି । ଏହା ହେଉଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଲକ୍ଷ୍ମୀନାରାୟଣପୁର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ଘଟଣା ।

କୁନି ପିଲାଟି ମାତ୍ର ଦ୍ଵିତୀୟ ଶ୍ରେଣୀର ଛାତ୍ର । ଅଭିଯୋଗ ଅନୁସାରେ ଦୀର୍ଘ ଦିନ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରମା ସବର ପିଲାଟିକୁ ଅଣ୍ଡା ନଦେଇ ଖାଲି ଭାତ ଆଉ ଡାଲି ପାଣି ଦେଇ ଆସୁଛନ୍ତି । ଏ ବାବଦରେ ଖବର ନେବା ପାଇଁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କଲା ବେଳକୁ ଚିହିଁଙ୍କି ଉଠୁଛନ୍ତି ଦିଦି । ଘଟଣା କଣ ହୋଇଛି ଏ ବାବଦରେ କହିବା ବଦଳରେ ଓଲଟି ସାମ୍ବାଦିକଙ୍କ ଫଟୋ ଉଠାଇ ରଖୁଛନ୍ତି ଦିଦି । ପରିଚୟ ପଚାରିଲେ ବି ଦିଦି ନକହି ଓଲଟା ତାଙ୍କ ନାଁରେ ଏସବୁ ମିଥ୍ୟା ଅଭିଯୋଗ ବୋଲି କହୁଛନ୍ତି ।

ପିଲାଟି ଖାଇସାରି ନଳକୂପରେ ହାତ ଧୋଉଥିବା ବେଳେ ତା’ ହାତ ଭୁଲବଶତଃ ଚାପି ହୋଇ ଯାଇଥିଲା । ସ୍କୁଲ ପକ୍ଷରୁ ପିଲାର ହାତ ସଫା କରି ବାନ୍ଧି କରି ସେମାନେ ଦେଇଥିଲେ । କିନ୍ତୁ ପିଲାର ମାଆଙ୍କ କହିବ ଅନୁଯାୟୀ, ପିଲାକୁ ଗତ ପାଞ୍ଚ ପାଳି ଧରି ଅଣ୍ଡା ନଦେଇ ରଖିଛନ୍ତି । ଯଦି ପିଲାଟି ପାଠ ଧରି ପାରୁନାହିଁ ତେବେ ତାକୁ ଭଲରେ ପଢେଇଲେ ସେ କେତେବେଳେ ବି ପାଠ ଧରିବ । ଅନ୍ୟ ପିଲା ଖାଉଛନ୍ତି ତାଙ୍କ ପିଲା ବସିକି ଦେଖୁଛି ଆଉ କାନ୍ଦୁଛି ।

ହାତ ଚାପି ହୋଇ ଏତେ ରକ୍ତ ବୋହିଗଲାଣି ପଛେ ତାଙ୍କୁ ଖବର ଦେଲେନାହିଁ । ଆଜି ଯଦି ତାଙ୍କ ପିଲା ଚେତାଶୁନ୍ୟ ହୋଇ ଯାଇଥାନ୍ତା ତେବେ କଣ ହୋଇଥାନ୍ତା କହି କାନ୍ଦି ପକାଇଛନ୍ତି ମା’ । ଦିଦି ମନଇଚ୍ଛା ପାଠ ପଢାଇବା ସହ ପିଲାଙ୍କୁ ଠିକରେ ଅଣ୍ଡା ଦିଅନ୍ତି ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।