ପିଲା ବିକ୍ରି ରାକେଟର ହେଲା ପର୍ଦାଫାଶ: ପୁଅର ଦାମ 4 ଲକ୍ଷ, ଝିଅର ଦାମ 30 ହଜାର, ଏମିତି ଚଲାଉଥିଲେ ବିଜିନେସ, ପୁରା ଘଟଣା ଜାଣିଲେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ

ରାଉଳକେଲାରେ ଏକ ବଡ ଧରଣର ପିଲା ବିକ୍ରି ରାକେଟର ପର୍ଦାଫାଶ କରିଛି ରାଉଳକେଲା ପ୍ଳାଣ୍ଟ ସାଇଟ ପୋଲିସ । ଏହି ମାମଲାରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଛି । ଏହି ରାକେଟରେ କାମ କରୁଥିବା ଅପରାଧୀ ପ୍ରଥମେ ଗରିବ ଓ ନିରୀହ ଲୋକଙ୍କୁ ଟାର୍ଗେଟ କରି ଯୋଗାଯୋଗ କରୁଥିଲେ ଓ ସେମାନଙ୍କୁ ପିଲା ବିକ୍ରି କରିବା ପାଇଁ ଟଙ୍କାର ଲୋଭ ଦେଖାଉଥିଲେ ।

ଏହି କରୋନା ମହାମାରୀ ସମୟରେ ଆର୍ଥିକ ଅନଟନ ଓ ଦୁର୍ଦିନରେ ଥିବା ଲୋକ ପଇସା ଲୋଭରେ ନିଜ ଜନ୍ମ କଲା ପିଲାକୁ ବିକ୍ରି କରିବା ପାଇଁ ରାଜି ହୋଇ ଯାଉଥିଲେ । ତେବେ ଏହି ପିଲା ବିକ୍ରି ପାଇଁ ନିର୍ଦ୍ଦିଷ୍ଟ ଦର ମଧ୍ୟ ଧାର୍ଯ୍ୟ କରାଯାଇ ଥିଲା ।

ପୁଅ ପିଲାଙ୍କ ବିକ୍ରି ପାଇଁ ୩ ରୁ ୪ ଲକ୍ଷ ଟଙ୍କା ଓ ଝିଅଙ୍କ ପାଇଁ ୩୦ ରୁ ୪୦ ହଜାର ଟଙ୍କା ଥିଲା ବୋଲି ଖୁଲାସା କରିଛନ୍ତି ପୋଲିସ ଅଧିକାରୀ । ତେବେ ଏହି ରାକେଟର ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତ କିଛି ଦିନ ତଳେ ଏହି ଗ୍ୟାଙ୍ଗର ଦୁଇ ଜଣ ମେମ୍ବର ସଂଗୀତା ଓ ନୀତା ଟିମ୍ବର କଲୋନୀ ବଷ୍ନୋଦେବୀ ମନ୍ଦିର ପାଖେ ରହୁଥିବା ଜଣେ ମହିଳାଙ୍କୁ ତାଙ୍କ ନାତୁଣୀକୁ ବିକ୍ରି କରିବା ପାଇଁ ପ୍ରଲୋଭିତ କରିଥିଲେ । ସେମାନେ ଶିଶୁ କନ୍ୟା ପାଇଁ ତାଙ୍କୁ ୩୦ ରୁ ୪୦ ହଜାର ଟଙ୍କା ଦେବାକୁ କହିଥିଲେ

ଆଉ ଯଦି ଶିଶୁ ପୁତ୍ର ଅଛି ତେବେ ୩ ରୁ ୪ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ତେବେ ଯୋଜନା ଅନୁସାରେ ରାତି ୮ଟା ସମୟରେ ମହିଳା ଜଣକ ନିଜ ଦେଢ ବର୍ଷର ନାତୁଣୀକୁ ଧରି ମହାଦେବ ରୋଡସ୍ଥିତ ଇଦଗା ପଡିଆକୁ ଆସିଥିଲେ । ସେଠାରେ କିନ୍ତୁ ଡିଲ କରିଥିବା ଦୁଇ ଅଭିଯୁକ୍ତ ସଂଗୀତା ଓ ନୀତଙ୍କ ବଦଳରେ ଅନ୍ୟ ଦୁଇ ଅଭିଯୁକ୍ତ ସରିତା ଅଗ୍ରୱାଲ ଓ ସୀମା ଅଗ୍ରୱାଲ ଓ ଗ୍ୟାଙ୍ଗର କିଛି ପୁରୁଷ ସହଯୋଗୀ ଥିଲେ ।

ଏହା ଦେଖି ନାତୁଣୀକୁ ବିକ୍ରି କରି ଆସିଥିବା ମହିଳାଜଣଙ୍କ ବିରୋଧ କରିଥିଲେ ଓ ଡିଲ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଖୋଜିଥିଲେ । ତେବେ ସେଠାରେ ଥିବା ସଦସ୍ୟ ମାନେ ମହିଳାଙ୍କୁ ବୁଝାସୁଝା କରିବା ସହ ଡିଲ କରିଥିବା ସଦସ୍ୟ ହିଁ ତାଙ୍କୁ ପଠାଇଥିବା କଥା କହିଥିଲେ । ଫଳରେ ମହିଳା ଜଣକ ନିଜ ନାତୁଣୀକୁ ସେମାନଙ୍କୁ ଦେଇଥିଲେ। ମହିଳା ଜଣଙ୍କ ଟଙ୍କା ମାଗିବାରୁ ଜନତା ନିବାସ ଗଳିକୁ ଆସି ଟଙ୍କା ନେବାକୁ କହିଥିଲେ ।

କିନ୍ତୁ ପରେ ଟଙ୍କା ନ ଦେଇ ଅନ୍ତର୍ଧ୍ୟାନ ହୋଇ ଯାଇଥିଲେ । ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ମଧ୍ୟ ସେମାନଙ୍କ ପତା ନ ମିଳିବାରୁ, ପ୍ଳାଣ୍ଟ ସାଇଟ ଥାନାରେ ଯାଇ ଏତଲା ଦେଇଥିଲେ ମହିଳା । ତେବ ଏହି ମାମଲାର ଖୋଳତାଡ କରୁ କରୁ ପୋଲିସ ରାଉଳକେଲାର ଏହି ପିଲା ବିକ୍ରି ବା ଚାଲାଣ ରାକେଟକୁ ଠାବ କରିଛି ଓ ଏହାର ୭ ଜଣ ସଦସ୍ଯଙ୍କୁ ମଧ୍ୟ ଗିରଫ କରି ସାରିଛି । ତେବେ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଫେରାର ଅଛି । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।