ପିଆଜ ରସୁଣ କୁ କାହିଁକି ଆଇଁଷ ବୋଲି କୁହାଯାଏ ?

ଆପଣମାନେ ଅନେକ ଥର ଶୁଣିଥିବେ କି ବ୍ରାହ୍ମଣମାନେ ରସୁଣ ପିଆଜ ଠାରୁ ଦୂରେଇ ରୁହନ୍ତି । ଆପଣମାନେ ଦେଖିଥିବେ କି କୌଣସି ଶୁଭ କାର୍ଯ୍ୟରେ ଆଇଂଷ ନ ଖାଇବା ସହ ପିଆଜ ରସୁଣ ମଧ୍ୟ ଖାଆନ୍ତି ନାହିଁ । କାହିଁକି ପିଆଜ ରସୁଣ ଖାଇବା ମନା, ପିଆଜ ରସୁଣ ଆଇଂଷ ହେଲା କିପରି ଏହା ପଛରେ ଏକ କାହାଣୀ ଅଛି ।

ଶାସ୍ତ୍ରରେ ଏହି କଥାର ପ୍ରକୃତ କାରଣ କୁହାଯାଇଛି । ଅନେକ ଯୁଗରୁ ଏହା ମାନ୍ୟତା ଅଛି ଏବଂ ଏହାକୁ ମୁଖ୍ୟ କାରଣ ବୋଲି ନିଆଯାଇଛି କି ପିଆଜ ରସୁଣକୁ କଣ ପାଇଁ ଆଇଂଷ ବୋଲି କୁହାଯାଏ ।

ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ଅମୃତ କଳସ ବାହାରିଥିଲା ତେବେ ବିଷ୍ଣୁ ଭଗବାନ ସମସ୍ତ ଦେବତାଙ୍କୁ ଅମର ହେବା ପାଇଁ ମୋହିନୀ ରୂପ ଧରି ଅମୃତ ବାଣ୍ଟିଥିଲେ । ସେହି ସମୟରେ ରାହୁ ନାମକ ରାକ୍ଷସ ତାଙ୍କ ମଧ୍ୟରେ ଆସି ବସିଥିଲା ଓ ଭୁଲ ବଶତଃ ସେ ଅମୃତ ପିଇ ଦେଇଥିଲା । ଯେମିତି ଦେବତାମାନଙ୍କୁ ଏହି କଥାର ଆଭାସ ମିଳିଲା ସେମାନେ ତୁରନ୍ତ ବିଷ୍ଣୁ ଭଗବାନଙ୍କୁ ଏହି ବିଷୟରେ ଶୁଣାଇଲେ ।

ତା’ପରେ ବିଷ୍ଣୁ ଭଗବାନ ସୁଦର୍ଶନ ଚକ୍ର ଦ୍ଵାରା ସେହି ରାକ୍ଷସର ମୁଣ୍ଡକୁ କାଟିଦେଲେ । ମୁଣ୍ଡରୁ ଶରୀର ଅଲଗା ହେବା ପରେ ତାର ପାଟି ଭିତରେ ଥିବା ଅମୃତରୁ କିଛି ବୁନ୍ଦା ଚାଲିଯାଇଥିଲା । ସେଥିପାଇଁ ରାକ୍ଷସର ମୁଣ୍ଡ ଅମର ହୋଇଗଲା ।

ଯେତେବେଳେ ବିଷ୍ଣୁ ରାକ୍ଷସ ଉପରେ ପ୍ରହାର କଲେ ତେବେ କିଛି ରକ୍ତର ବୁନ୍ଦା ତଳେ ପଡିଗଲା ଓ ସେହି ରକ୍ତରୁ ପିଆଜ ଓ ରସୁଣ ଜନ୍ମ ନେଇଥିଲେ । ଯେଉଁ କାରଣରୁ ଏହାକୁ ମୁହଁରେ ଲଗାଇଲେ ଦୁର୍ଗନ୍ଧ ଆସିଥାଏ ।

ରାକ୍ଷସ ମାନଙ୍କ ରକ୍ତରୁ ପିଆଜ ଓ ରସୁଣର ଉତ୍ପତ୍ତି ହୋଇଥିଲା ଯେଉଁ କାରଣରୁ ବ୍ରାହ୍ମଣ ମାନେ ଏହାର ସେବନ କରନ୍ତି ନାହିଁ କାରଣ ତାଙ୍କର ମାନିବା କଥା କି ପିଆଜ ଓ ରସୁଣରେ ରାକ୍ଷସଙ୍କର ବାସ ଅଛି । ଏହି କାରଣରୁ କୌଣସି ପୂଜା କିମ୍ବା ଶୁଭ କାମରେ ପିଆଜ ଓ ରସୁଣ ଖାଆନ୍ତି ନାହିଁ ଓ ଏହାକୁ ଆଇଂଷ ବୋଲି କୁହାଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏ ଅନେକ ନୂଆ ନୂଆ ପୋଷ୍ଟ ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।