ବର୍ତ୍ତମାନ ଆଉ ଫେରିବେ ନାହିଁ ଭରତ ଶର୍ମା, ସେନା କରିଦେଲେ ଦେଶର ପୁଅକୁ ସହିଦ ଘୋଷିତ, ଜାଣନ୍ତୁ କାହିଁକି

ପାଖପାଖି ୬ ମାସ ପୂର୍ବେ ଅରୁଣାଚଳ ପ୍ରଦେଶରେ ଭରତ ଶର୍ମା ଏକ କମାଣ୍ଡୋ ଟ୍ରେନିଙ୍ଗ ସମୟରେ ନଦୀ ମଧ୍ୟରେ ଲମ୍ଫ ପ୍ରଦାନ କରିଲେ । ଏହା ପରେ ସେ ନଦୀ ମଧ୍ୟରେ କେଉଁଠି ହଜି ଗଲେ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ଭରତ ଶର୍ମାଙ୍କ ବିଷୟରେ କୌଣସି ଠିକଣା ଜଣା ନ ଥିଲା । ଶେଷରେ ନିର୍ଦ୍ଧାରିତ ହୋଇଥିବା ଅବଧି ପୁରା ହେବା ପରେ ସେନା ୨୩ ବର୍ଷର ହଜିଯାଇଥିବା ଭରତ ଶର୍ମାଙ୍କୁ ମୃତ ଘୋଷିତ କରି ସହିଦର ସମ୍ମାନ ଦେଇଛନ୍ତି ।

ଅନ୍ୟ ପଟେ ୬ ମାସ ହେବ ପୁଅର ଫେରିବା ରାସ୍ତାକୁ ଚାହିଁ ବସିଥିବା ଭରତର ପରିବାର ଲୋକମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା ବି କରୁଥିଲେ । ସହିଦ ଭରତ ଶର୍ମାଙ୍କ ବନ୍ଧୁମାନଙ୍କର କହିବା ଅଟେ କି ସେ ପିଲାଦିନୁ ହିଁ ଦେଶସେବା କରିବା ପାଇଁ ନିଷ୍ପତି ନେଇ ସାରିଥିଲା । ସେ ସବୁବେଳେ କହୁଥିଲା କି ସେ କମାଣ୍ଡୋ ହୋଇ ଶତୃଙ୍କୁ ଶେଷ କରିବ ।

ମିଳିଥିବା ସୂଚନା ଅନୁସାରେ ଘରେ ପହଞ୍ଚିଥିବା ସେନାର ପ୍ରତିନିଧି ବର୍ତ୍ତମାନ ସହିଦ ଭରତ ଶର୍ମାଙ୍କୁ ସମ୍ମାନ ଦେବା ପାଇଁ ସବୁ ନିୟମ ଗୁଡିକୁ ପୁରା କରିବାରେ ଲାଗିଛନ୍ତି । ଅନ୍ୟ ପଟେ ସହିଦ ଭରତ ଶର୍ମାଙ୍କ ସାନ ଭାଇ ୟଶ ଶର୍ମା କହିଲେ କି ସେନାର ଅଫିସରମାନେ ଘରେ ପହଞ୍ଚିଛନ୍ତି । ସେମାନେ ଆମ ପରିବାର ଲୋକଙ୍କୁ ଭାଇ ବିଷୟରେ କହିଲେ ।

ଏହା ସହିତ ଭାଇ ସହ ଜଡିତ ସବୁ ଜିନିଷକୁ ପରିବାରକୁ ଦେଇଦେଲେ । ଆପଣଙ୍କୁ କହିଦେଉଛୁ କି ଭରତ ଶର୍ମାଙ୍କ ସାନ ଭାଇ ବର୍ତ୍ତମାନ ହିଁ ନିଜର କଲେଜ ପଢା ପୁରା କରିଛନ୍ତି । ତିନି ଭଉଣୀଙ୍କ ବିବାହ ହୋଇ ସାରିଛି ।