“ସେଣ୍ଟର ଟ୍ୟାକ୍ସ ନେଇ ବୁଲୁଛୁ, ରାଇଜ ଭାଟ ଖାଇ ଫୁଲୁଛୁ”- ପେଟ୍ରୋଲ ବୃଦ୍ଧିକୁ ନେଇ ମହିଳା ଜଣକ ଗାଇଲେ ଏମିତି ଗୀତ, ଶୁଣିଲେ ଆପଣ ନ ହସି ରହି ପାରିବେନି, ଦେଖନ୍ତୁ Video

ଭାରତରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତ୍ଯେକ ଦିନ ନୂଆ ରେକର୍ଡ ବନାଇବାରେ ଲାଗିଛି । ଅଏଲ ମାର୍କେଟିଙ୍ଗ କମ୍ପାନୀ ପ୍ରତ୍ଯେକ ଦିନ ତେଲ ଦରରେ ସଂଶୋଧନ କରିବାରେ ଲାଗିଛନ୍ତି । ଅଏଲ କମ୍ପାନୀ ମାନଙ୍କ ଦ୍ଵାରା ସଂଶୋଧିତ ତେଲ ଦର ରିଟେଲର୍ସ ମାନଙ୍କ ଦ୍ଵାରା ସକାଳ ୬ଟାରେ ଅପଡେଟ କରି ଦିଆଯାଉଛି । ଗତ କିଛି ଦିନ ଧରି ଲଗାତାର ତେଲ ଦରରେ ସଂଶୋଧନ କରାଯାଉଛି । ଏହା ଉପରେ ଅଏଲ ମାର୍କେଟିଙ୍ଗ କମ୍ପାନୀ ମାନେ କହୁଛନ୍ତି କି ତେଲ ଦର କମ୍ କରିବାରେ କେବଳ କେନ୍ଦ୍ର ସରକାର ହିଁ ସାହାଯ୍ୟ କରିପାରିବେ ।

କାରଣ ଏଥିରେ ତେଲର ମୂଳ ଦର ସହ ଅତିରିକ୍ତ ଟ୍ୟାକ୍ସ ସବୁ ସାମିଲ କରାଯାଉଛି । କେନ୍ଦ୍ର ସରକାରଙ୍କ ଠାରୁ ନେଇ ରାଜ୍ୟ ସରକାରଙ୍କ ତମାମ ପ୍ରକାରର ଟ୍ୟାକ୍ସ ଯୋଗୁଁ ତେଲ ଦର ଏତେ ଅଧିକ ବଢି ଯାଉଛି । ୨୦୧୯ ମସିହାରେ ଦେଶର ଆର୍ଥିକ ଗତିବିଧି ହ୍ରାସ ପାଇବାରୁ କେନ୍ଦ୍ର ସରକାର ରାଜସ୍ଵ ବଢାଇବା ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି କରିଥିଲେ । ଏହାପରେ କରୋନା ମହାମାରୀ ପରେ ମଧ୍ୟ ମାଗଣା ଟୀକା ଯୋଗାଇ ଦିଆଯାଉଛି ବୋଲି କହି ସରକାର ପେଟ୍ରୋଲ ଓ ଡିଜେଲ ଦର ବଢାଇବାରେ ଲାଗିଛନ୍ତି ।

ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢିବା ଯୋଗୁଁ ଦେଶବାସୀ ଅସନ୍ତୋଷ ପ୍ରକାଶ କରିବାରେ ଲାଗିଛନ୍ତି । କିନ୍ତୁ ଏହା କମିବାର ନାମ ନେଉନାହିଁ । ସରକାର ଏଥିପାଇଁ କିଛି ମଧ୍ୟ କରୁ ନାହାନ୍ତି । ପେଟ୍ରୋଲ ଦର ବୃଦ୍ଧିକୁ ସୋ-ସି-ଆ-ଲ ମି-ଡି-ଆ-ରେ ବିଭିନ୍ନ ମିମ୍ସ ଓ ଜୋକ୍ସ ମଧ୍ୟ ହେଉଛି । ଏହାରି ମଧ୍ୟ ଜଣେ ଓଡିଆ ଝିଅ ଏହା ଉପରେ ଏକ ଗୀତ ପ୍ରସ୍ତୁତ କରି ଗାଇଛନ୍ତି । ଯାହା ସମସ୍ତେ ଖୁବ ପସନ୍ଦ କରୁଛନ୍ତି ଓ ସୋ-ସି-ଆ-ଲ ମି-ଡି-ଆ-ରେ ମଧ୍ୟ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି ।

ପୁରୁଣା ଲୋକପ୍ରିୟ ଓଡିଆ ଗୀତ ‘କହନା ଏ ଫୁଲ କହନା’ ସ୍ଵରରେ ଏହି ଗୀତଟିକୁ ଗାଇଛନ୍ତି ଯୁବତୀ । ‘କହନା ପେଟ୍ରୋଲ କହନା, କହିଦେ କେତେ ତୁ ଏଇନା’ ଏହିପରି ଆରମ୍ଭ କରିଛନ୍ତି ଗୀତକୁ । ସେ ଗୀତ ମାଧ୍ୟମରେ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତା ଭୋଗୁଥିବା ଅସୁବିଧାକୁ ସୁନ୍ଦର ଭାବେ ବଖାଣିଛନ୍ତି ଓ ସରକାରଙ୍କ ଉପରେ ମଧ୍ୟ ତାଚ୍ଛଲ୍ୟ କରିଛନ୍ତି । ଆପଣଙ୍କୁ ଏହି ଗୀତଟି କେମତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।