ପେଟ ମାଡି ଶୋଇବା ପଡିପାରେ ଭାରି, ଜାଣନ୍ତୁ ଏହାର କ୍ଷତି ବିଷୟରେ

ସବୁ ମଣିଷଙ୍କର ଶୋଇବା ଉପାୟ ଅଲଗା ଅଲଗା ହୋଇଥାଏ । ଯାହାଫଳରେ ତାଙ୍କୁ ଭଲ ନିଦ ହୋଇଥାଏ । ଏହି ଉପାୟ ମଧ୍ୟରୁ ଗୋଟେ ଥାଏ ପେଟ ମାଡି ଶୋଇବା । ଯଦି ଆପଣ ବି ଏହି ଉପାୟରେ ଶୋଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଭବିଷ୍ୟତରେ ବହୁତ ସମସ୍ୟା ସୃଷ୍ଟି କରିପାରେ । କାରଣ ପେଟ ମାଡି ଶୋଇବା ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ । ଏହାର ବଡ ସମସ୍ୟା ହେଉଛି ବ୍ଲଡ଼ ସର୍କୁଲେସନ ଠିକ ଭାବରେ ହୋଇନଥାଏ । ତେଣୁ ଆଜି ଆମେ ଆପଣମାନଙ୍କୁ ପେଟ ମାଡି ଶୋଇବା ଦ୍ଵାରା ହୋଇଥିବା ସମସ୍ୟା ବିଷୟରେ କହିବୁ, ଯଦି ଆପଣ ଏହି ଉପାୟରେ ଶୋଉଛନ୍ତି ତେବେ ଏହାକୁ ଶୀଘ୍ର ବଦଳାନ୍ତୁ ।

ମୁଣ୍ଡ ବିନ୍ଧା

ଯଦି ଆପଣ ପେଟ ମାଡି ଶୋଇବେ ତେବେ ଆପଣଙ୍କର ସବୁବେଳେ ମୁଣ୍ଡ ବିନ୍ଧା ହୋଇପାରେ । ଏହି ପୋଜିସନରେ ଶୋଇଲେ ଆମର ବେକ ମୋଡି ହୋଇଯାଇଥାଏ ଓ ଆମ ମୁଣ୍ଡ ପର୍ଯ୍ୟନ୍ତ ଠିକ ଭାବରେ ବ୍ଲଡ଼ ସପ୍ଲାଏ ହୋଇପାରେ ନାହିଁ । ଯାହାଫଳରେ ମୁଣ୍ଡ ଭାରି ଭାରି ଲାଗିଥାଏ ଓ ବିନ୍ଧି ଥାଏ ।

ହାଡରେ କଷ୍ଟ

ଠିକ ପୋଜିସନରେ ନ ଶୋଇଲେ ହାଡ ବିନ୍ଧା ହୋଇଥାଏ । ସାଧାରଣତଃ ପେଟ ମାଡି ଶୋଉଥିବା ଲୋକମାନଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ଆପଣ ଏହି ପୋଜିସନରେ ଶୋଉଛନ୍ତି ତେବେ ନିଜ ଅଭ୍ୟାସକୁ ବଦଳାନ୍ତୁ ।

ଚେହେରାରେ ପ୍ରଭାବ

ଯେତେବେଳେ ଆମେ ପେଟ ମାଡି ଶୋଇଥାଉ ସେତେବେଳେ ଆମ ସ୍କିନକୁ ଠିକ ଭାବରେ ଅକ୍ସିଜେନ ମିଳି ନଥାଏ ଓ ବେଡରେ ଥିବା ବ୍ୟାକ୍ଟେରିଆ ଆମ ଚେହେରା ସଂସ୍ପର୍ଶରେ ଆସିଥାନ୍ତି । ଯାହାଫଳରେ ଚେହେରାରେ ଦାଗ ଓ ବ୍ରଣ ଆସିଥାଏ ।

ପେଟର ସମସ୍ୟା

ପେଟ ମାଡି ଶୋଇଲେ ଖାଦ୍ୟ ଠିକ ଭାବରେ ହଜମ ହୋଇନଥାଏ । ଯାହାଫଳରେ ଗ୍ୟାସ ଆଦି ପେଟ ସମସ୍ୟା ହୋଇଥାଏ ତେଣୁ କେବେ ବି ପେଟ ମାଡି ଶୁଅନ୍ତୁ ନାହିଁ ।

ମେରୁଦଣ୍ଡ କଷ୍ଟ

ପେଟ ମାଡି ଶୋଇଲେ ମେରୁଦଣ୍ଡ ହାଡ ଠିକ ଭାବରେ ରହି ନଥାଏ । ଯାହାଫଳରେ ମେରୁଦଣ୍ଡ ସହ ଜଡିତ ବହୁତ ସମସ୍ୟା ହୋଇଥାଏ ।