ପିରିଅଡ୍ସ ଚେକ କରିବା ପାଇଁ ପ୍ରିନ୍ସିପାଲ ଖୋଲିଲେ ଝିଅମାନଙ୍କର ପୋଷାକ, ହେଲା ହଙ୍ଗାମା

ଗୁଜୁରାଟର ଭୁଜରେ ଥିବା ଗାର୍ଲ୍ସ କଲେଜରେ ୬୮ ଟି ଝିଅ ମାନଙ୍କର ପୋଷାକ ଖୋଲା ହେବାର ମାମଲା ସାମ୍ନାକୁ ଆସିଛି । ଖବର ଅନୁସାରେ ଏଠାରେ ଥିବା ହଷ୍ଟେଲ ବାହାରେ ସେନେଟାରୀ ପ୍ୟାଡ ମିଳିବାରୁ ଛାତ୍ରୀ ମାନଙ୍କ ପିରିଅଡ୍ସ ଚେକ କରିବା ପାଇଁ ଏହି କଲେଜର ପ୍ରିନ୍ସିପାଲ ଓ ମହିଳା ଵାର୍ଡନ ଝିଅ ମାନଙ୍କର ପୋଷାକ ଖୋଲିଦେଲେ । ଏହି ଘଟଣା ପରେ ଗୁଜୁରାଟ ପୋଲିସ ପ୍ରିନ୍ସିପାଲ ଓ ମହିଳା ଵାର୍ଡନଙ୍କ ବିରୁଦ୍ଧରେ FIR ଲେଖିଛନ୍ତି ।

ଖବର ଅନୁସାରେ ଗୁଜୁରାଟର ଭୁଜ ଜିଲ୍ଲାରେ ଶ୍ରୀ ସହଜାନନ୍ଦ ଗର୍ଲ୍ସ ଇନଷ୍ଟିଚ୍ୟୁଟରେ ଏହି ଘଟଣା ଘଟିଛି । ଏହା ଏକ ସ୍ଥାନୀୟ ମିଡିଆ ସଂସ୍ଥାନ ଦ୍ଵାରା ପ୍ରକାଶିତ ହୋଇଛି । ଏହି ମିଡିଆ ରିପୋର୍ଟ ଅନୁସାରେ ଏହି କଲେଜରେ ଯେଉଁ ଝିଅକୁ ପିରିୟଡ୍ସ ହୋଇଥିବ, ସେ ଅନ୍ୟ କାହା ସହିତ ହାତ ମିଶାଇ ପାରିବ ନାହିଁ । କାରଣ ଝିଅ ମାନଙ୍କୁ ଏହା କରିବା ପାଇଁ ଅନୁମତି ନାହିଁ । ଏହା ହେଉଛି ଏହି କଲେଜର ନିୟମ ।

ସ୍ଥାନୀୟ ମିଡିଆ ଉଜାଗର କଲା ଘଟଣା

ପ୍ରଥମେ କଲେଜର ଵାର୍ଡନକୁ ସେହି ସେନେଟାରୀ ପ୍ୟାଡ ମିଳିଥିଲା । ଏହା ପରେ ଵାର୍ଡନକୁ ସନ୍ଦେହ ହୋଇଥିଲା କି, ହଷ୍ଟେଲର କୌଣସି ଝିଅ ଏହି ପ୍ୟାଡକୁ ବ୍ୟବହାର କରି, ବାଥରୁମର ଖିଡିକି ମାଧ୍ୟମରେ ବାହାରକୁ ପକାଇ ଦେଇଛି । ଏହାର ଅନୁସନ୍ଧାନ ପାଇଁ ଵାର୍ଡନ ବାଥରୁମ ଭିତରେ ସବୁ ଝିଅ ମାନଙ୍କର ପୋଷାକ ଖୋଲି ଚେକିଙ୍ଗ କରିଥିଲେ ।

ଯାଞ୍ଚ ପାଇଁ ଏକ ସମିତି କରିଥିଲେ

ଏହି ମାମଲାରେ କଲେଜର ଡିନ୍ ଦର୍ଶନା ଢୋଲାକିୟା କହିଛନ୍ତି କି, ଏହି ମାମଲା ହଷ୍ଟେଲ ର ଅଟେ । ଏହା ସହିତ ୟୁନିଭର୍ସିଟି ଓ କଲେଜର କୌଣସି ସମ୍ପର୍କ ନାହିଁ । ଯାହା ହୋଇଛି ଝିଅ ମାନଙ୍କର ଅନୁମତିରେ ହୋଇଛି । ସେମାନଙ୍କୁ ଏଥି ପାଇଁ ବାଧ୍ୟ କରା ଯାଇ ନାହିଁ ।

ପିରିୟଡ୍ସ ପାଇଁ ବେସମେଣ୍ଟରେ ରୁହନ୍ତି ଛାତ୍ରୀ ମାନେ

ପିରିୟଡ୍ସକୁ ନେଇ ହଷ୍ଟେଲରେ ଏକ ଅଲଗା ପ୍ରକାରର ନିୟମ ରହିଛି । ଏହି ନିୟମ ଅନୁସାରେ ଯେଉଁ ଝିଅକୁ ପିରିୟଡ୍ସ ହେବ ସେ ହଷ୍ଟେଲରେ ରହି ପାରିବ ନାହିଁ । ସେହି ଝିଅ ପାଇଁ ହଷ୍ଟେଲର ବେସମେଣ୍ଟରେ ଏକ ଜାଗା ଦିଆଯିବ ଓ ସେମାନଙ୍କ ଖାଦ୍ୟ ପେୟ ପାଇଁ ମଧ୍ୟ ଅଲଗା ବାସନ ରହିଛି ।