Health Tips- ଏହି ପତ୍ରର ଉପଚାର ପ୍ରୟୋଗ କରି ଦେଖନ୍ତୁ ମାତ୍ର 15 ଦିନରେ କମିଯିବ ମୋଟାପଣ, ଡାଇବେଟିସ, ଆଣ୍ଠୁଗଣ୍ଠି ବିନ୍ଧା, ଦାନ୍ତ ବିନ୍ଧା, ଥଣ୍ଡା କାଶ

ଆଜି ଆମେ ଆପଣଙ୍କୁ ଏମିତି ଏକ ଚମତ୍କାରୀ ପତ୍ର ବିଷୟରେ କହିବୁ ଯାହା ଆପଣଙ୍କ ଶରୀରରୁ ଏତେ ପ୍ରକାର ରୋଗ ଭଲ କରିଥାଏ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଚମତ୍କାରୀ ପତ୍ର ହେଉଛି ତେଜପତ୍ର । ଯାହା ଆମ ରୋଷେଇ ଘରୁ ସହଜରେ ମିଳିଯାଏ । ଏହା ଆମ ଖଦିର ସ୍ଵାଦ ବଢାଇବା ସହ ଆମକୁ ଅନେକ ପ୍ରକାର ରୋଗରୁ ବଞ୍ଚାଇଥାଏ । ତେଜ ପତ୍ର ବିଭିନ୍ନ ପ୍ରକାର ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ ।

ଦାନ୍ତରେ କଷ୍ଟ ହେଉ, ଡାଇବେଟିସ କିମ୍ବା ଭୁଲିଯିବା ଭଳି ରୋଗ ତଥା ଆଲଜାଇମରକୁ ତେଜପତ୍ର ଭଲ କରିବାରେ ସାହାଯ୍ୟ କରିଥାଏ । ତମାଲ ଗଛର ପତ୍ର ସଂପୂର୍ଣ୍ଣ ସବୁଜ ଅଟେ । ଏହାକୁ ଖରାରେ ଶୁଖାଇ ତେଜପତ୍ର ବନା ଯାଇଥାଏ । ଏହା ବିଭିନ୍ନ ପ୍ରକାର ରୋଗ ପାଇଁ ଏକ ଚମତ୍କାରୀ ଆୟୁର୍ବେଦିକ ଔଷଧ ଭାବେ କାର୍ଯ୍ୟ କରିଥାଏ । ଯେଉଁମାନେ ନିଜ ଓଜନ କମ୍ କରିବାକୁ ଯାଉଛନ୍ତି ସେମାନେ ପ୍ରତିଦିନ ସକାଳୁ ତେଜପତ୍ର ପାଣି ପିଇବା ଆବଶ୍ୟକ ।

ପ୍ରଥମେ ଏକ ପାତ୍ରରେ ଏକ ଗ୍ଳାସ ପାଣି ନିଅନ୍ତୁ ଓ ସେଥିରେ ୩-୪ଟି ତେଜପତ୍ର ପକାନ୍ତୁ । ପତ୍ରକୁ ପାଣିରେ ପକାଇବା ପୂର୍ବରୁ ଭଲଭାବେ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ ଏହି ପତ୍ରକୁ ଏକ ଗ୍ଳାସ ପାଣିରେ ରାତିସାର ଭିଯାଇ ମଧ୍ୟ ରଖିପାରିବେ । ଆପଣ ଏହି ତେଜପତ୍ର ପାଣିକୁଆ ଗ୍ଯାସରେ ବସେଇ ଭଲ ଭାବେ ଫୁଟାନ୍ତୁ ।

ଗରମ ଗରମ ଏହି ତେଜପତ୍ର ପାଣିକୁ ସେବନ କରିବା ଦ୍ଵାରା ଶରୀର ଚର୍ବି ଶୀଘ୍ର ତରଳିଥାଏ । ଏହା ଓଜନ କମ୍ କରିବା ସହ ଜଏଣ୍ଟ ପେନ୍ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା କିମ୍ବା ମାଂସପେଶୀରେ ହେଉଥିବା କଷ୍ଟ ସବୁକୁ ଏହା ଭଲ କରିଥାଏ । ଆପଣ ଏହି ପାଣିକୁ କେବଳ ୧୫ ଦିନ ପିଅନ୍ତୁ ଦେଖିବେ ଆପଣଙ୍କ ଓଜନ କମିବାକୁ ଲାଗିବ । ଯେଉଁମାନଙ୍କୁ ଭୁଲିବା ରୋଗ ଅଛି ବା ସ୍ମରଣ ଶକ୍ତିର ଅଭାବ ହେଉଛି ସେମାନଙ୍କ ପାଇଁ ତେଜପତ୍ର ଚୂର୍ଣ୍ଣ ଖୁବ ଉପାଦେୟ ଅଟେ ।

ଏଥିପାଇଁ ଏକ ଚାମୁଚ ତେଜପତ୍ର ଚୂର୍ଣ୍ଣକୁ ଆପଣ ଦହି, ଘୋଳଦହି କିମ୍ବା ପାଣିରେ ମିଶାଇ ପିଇ ପାରିବେ । ତେଜପତ୍ର ବନ୍ଧ୍ୟାଦୋଷ ଦୂର କରିବାରେ ମଧ୍ୟ ଚମତ୍କାରୀ ଔଷଧ ଭାବେ କାର୍ଯ୍ୟ କରିଥାଏ । ମାର୍କେଟରେ ତେଜପତ୍ରର ତେଲ ମଧ୍ୟ ମିଳେ । ଏହାକୁ ଯଦି ଆପଣ ଆଣ୍ଠୁଗଣ୍ଠିରେ ମାଲିସ କରିବେ ତେବେ ଆରାମ ମିଳିଥାଏ ।

ଥଣ୍ଡା କାଶ ଭଲ କରିବାରେ ମଧ୍ୟ ତେଜପତ୍ର ବହୁତ ଅଧିକ ଲାଭଦାୟକ ଅଟେ । ୧୦-୧୫ଟି ତେଜପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଓ ତା’ପରେ ଏହାକୁ ଚଲେଇ ଦିଅନ୍ତୁ । ଏହି ଗୁଣ୍ଡକୁ ଆପଣ ଡବାରେ ଷ୍ଟୋର କରି ରଖନ୍ତୁ । ପ୍ରତିଦିନ ଅଧା ଚାମୁଚ କିମ୍ବା ଏକ ଚାମୁଚ ଏହି ତେଜପତ୍ର ଗୁଣ୍ଡ ସେବନ କରନ୍ତୁ ।

ଯେଉଁମାନଙ୍କ ଦାନ୍ତ ସଫା କରିବାକୁ ଆବଶ୍ୟକ ରହିଛି କିମ୍ବା ବିନ୍ଧା ହେଉଛି ସେମାନେ ଏହି ଚୂର୍ଣ୍ଣରେ ଦାନ୍ତ ସଫା କରନ୍ତୁ । ଏହା ଦାନ୍ତ ପାଇଁ ମଧ୍ୟ ଏକ ଘରୋଇ ଔଷଧ ଭାବେ କାର୍ଯ୍ୟ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।