ସ୍ତ୍ରୀ ସହିତ ଝଗଡା କରୁଥିବା ବ୍ୟକ୍ତି କେବେ ବି ରହି ପାରିବେ ନାହିଁ ଖୁସିରେ, ଅଟକିଯାଏ ଆର୍ଥିକ ପ୍ରଗତି !

ସମସ୍ତ ବ୍ୟକ୍ତିଙ୍କ ମଧ୍ୟରେ କିଛି ଭଲ ଗୁଣ ଓ କିଛି ଖରାପ ଗୁଣ ଥାଏ । କିଛି ଲୋକମାନେ ନିଜର ଖରାପ ଅଭ୍ୟାସକୁ ସମୟ ସହିତ ବଦଳାଇ ଦିଅନ୍ତି, କିନ୍ତୁ କିଛି ଚାହିଁକରି ବି ବଦଳାଇ ପାରନ୍ତି ନାହିଁ । ଆପଣ ପ୍ରାୟତଃ କିଛି ଲୋକମାନଙ୍କୁ ନିଜ ପତ୍ନୀଙ୍କ ସହିତ ଝଗଡା କରୁଥିବାର ଦେଖିଥିବେ । ଏହିଭଳି ଲୋକମାନେ କେବେ ବି ଖୁସିରେ ରହି ପାରନ୍ତି ନାହିଁ ।

ମହିଳାମାନେ ହୋଇଥାନ୍ତି ଘରର ଲକ୍ଷ୍ମୀ :

ଯଦି ଆପଣଙ୍କ ଭିତରେ ବି ଏହିଭଳି ଅଭ୍ୟାସ ଅଛି ତେବେ ସମୟ ଥାଇ ଏହାକୁ ବଦଳାଇ ଦିଅନ୍ତୁ ନ ହେଲେ ଜୀବନରେ ଧନୀ ହେବାର ଇଚ୍ଛା ଆପଣଙ୍କର କେବେ ବି ପୁରା ହେବ ନାହିଁ । ଭାରତରେ ମହିଳାମାନଙ୍କୁ ଲକ୍ଷ୍ମୀ ବୋଲି କୁହାଯାଏ । ଗୋଟିଏ ମହିଳା ଘରକୁ ସ୍ଵର୍ଗ କରିପାରେ ଓ ନର୍କ ମଧ୍ୟ କରିପାରେ ।

ଏମିତି କୁହାଯାଏ କି ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ କରାଯାଏ ନାହିଁ ସେହି ଘରେ ଦରିଦ୍ରତା ଲାଗି ରହିଥାଏ । ଏହାର ଓଲଟା ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ, ତେବେ ସେହି ଘରେ ଧନର ଅସୁବିଧା ରୁହେ ନାହିଁ ।

ଯେଉଁଠି ଥାଏ ସୁଖ – ଶାନ୍ତି, ସେଠି ରହି ନଥାଏ ଧନର ଅସୁବିଧା :

ଗୋଟିଏ ପରିବାରର ଖୁସି ଦୁଇ ଜଣଙ୍କ ଉପରେ ହିଁ ନିର୍ଭର କରିଥାଏ । ଯଦି ସ୍ଵାମୀ ଓ ସ୍ତ୍ରୀ ଦୁଇ ଜଣ ହିଁ ପ୍ରୟାସ କରିବେ ତେବେ କେବେ ବି ନିରାସ ହେବେ ନାହିଁ ।କୁହାଯାଏ କି ଯେଉଁଠି ସୁଖ – ଶାନ୍ତି ରହିଥାଏ, ସେଠି କେବେ ବି ଧନ କମ ହୁଏ ନାହିଁ । ଜ୍ୟୋତିଷଙ୍କ ଅନୁସାରେ ଗୁରୁ ମହିଳାଙ୍କର ଏବଂ ଶୁକ୍ର ପୁରୁଷଙ୍କର ଜାତକରେ ସୁଖୀ ଦାମ୍ପତ୍ୟ ଜୀବନର କାରକ ହୋଇଥାଏ ।

ଶୁକ୍ର ରୋମାନ୍ସ ଓ ସମ୍ମୋହକତାର ପ୍ରତୀକ ହୋଇଥାଏ । ଯଦି କୌଣସି ପୁରୁଷର ଜାତକରେ ଶୁକ୍ର ଅଶୁଭ ଚାଲୁଛି ତେବେ ତାକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ନିଜ ଜାତକରେ ଶୁକ୍ରକୁ ସଠିକ କରିବାର ଉପାୟ :

·    ସବୁବେଳେ ନିଜ ଜୀବନସାଥୀକୁ ସମ୍ମାନ କରନ୍ତୁ ।

·    ସବୁଦିନ ନିଜର ଜନନାଙ୍ଗକୁ ଦହିରେ ଧୁଅନ୍ତୁ ।

·    କଂସାର କୌଣସି ପାତ୍ରରେ ୭ ଟି ପାରିବା ରଖି କୌଣସି ଧାର୍ମିକ ଜାଗାରେ ଦାନ କରନ୍ତୁ ।

·    ଭୁଲରେ ବି ସୂର୍ଯ୍ୟର ଉପସ୍ଥିତିରେ ଅର୍ଥାତ ଦିନରେ ଶାରୀରିକ ସମ୍ବନ୍ଧ କରନ୍ତୁ ନାହିଁ ।

·    ଯେଉଁଠି ବି ଶରୀରରେ ଅବାଞ୍ଛିତ ରୂପରେ ଚୁଟି ଉଠିଛି ତାହାକୁ ସଫା କରନ୍ତୁ । ଏହିଭଳି ଜାଗାରେ ଚୁଟି ରଖିବା ଅଶୁଭ ହୋଇଥାଏ ।