ସ୍ତ୍ରୀ ଆରାମରେ ଶୋଇ ପାରିବ ବୋଲି ୬ ଘଣ୍ଟା ଛିଡା ହୋଇ ରହିଲା ଏହି ବ୍ୟକ୍ତି, ଭାଇରାଲ ହୋଇଥିବା ଏହି ଫଟୋ ଦେଖି ଲୋକେ କହିଲେ…

ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ଏକ ଏମିତି ସମ୍ପର୍କ ହୋଇଥାଏ ଯେଉଁଥିରେ ଯଦି ବିଶ୍ଵାସ ଥିବ ତେବେ ତାହା ସବୁଦିନ ପାଇଁ ମଜବୁତ ହୋଇ ରହିଥିବ । ସମସ୍ତ ସ୍ଵାମୀ ଚାହାନ୍ତି କି ତାଙ୍କର ସ୍ତ୍ରୀ ତାଙ୍କର କେୟାର କରନ୍ତୁ ଓ ସମସ୍ତ ପତ୍ନୀ ବି ଏହିଭଳି ଚାହାନ୍ତି । ଏମିତି ବହୁତ କମ ହୋଇଥାଏ କିନ୍ତୁ ଏହିଭଳି ଏକ ଘଟଣା ଗତ କିଛି ଦିନ ହେବ ଚର୍ଚାରେ ଅଛି । ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ପତ୍ନୀ ଆରାମରେ ଶୋଇ ପାରିବ ବୋଲି ୬ ଘଣ୍ଟା ଛିଡା ହୋଇ ରହିଲା ଏହି ବ୍ୟକ୍ତି ଜଣକ ।

ସ୍ଵାମୀ ଛିଡା ହେଲା ୬ ଘଣ୍ଟା ଯାହା ଦ୍ଵାରା ସ୍ତ୍ରୀ ଆରାମରେ ଶୋଇ ପାରିବ

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ କୁହାଯାଉଛି କି ଫ୍ଲାଇଟରେ ଜଣେ ବ୍ୟକ୍ତି ୬ ଘଣ୍ଟା ଛିଡା ହୋଇ ଯାତ୍ରା କରିଲା କାରଣ ତାହାର ପତ୍ନୀ ତିନୋଟି ସିଟରେ ପୁରା ଗୋଡ ଲମ୍ବାଇ ଶୋଇ ପାରିବ । ଡେ ଲି ମେଲର ଏକ ରିପୋର୍ଟ ଅନୁସାର, ଆମେରିକାର ଇଣ୍ଡିୟାନାରେ ରହୁଥିବା କୋଚ କୋର୍ଟନୀ ଲୀ ଜନସନ ଏହି ଫଟୋକୁ ଶେୟାର କରିଛନ୍ତି ।

କିନ୍ତୁ ସମସ୍ୟା ହେଲା କି ବର୍ତ୍ତମାନ ଏହି ଫଟୋ ଉପରେ ବିଭିନ୍ନ ପ୍ରକାରର ପ୍ରଶ୍ନ କରାଯାଉଛି । ଏହି କଥାର କୌଣସି ପୁଷ୍ଟି କରାଯାଇ ନାହିଁ ଓ ନା ହିଁ ଜଣା ପଡିଛି କି ସେ ମହିଳା ଜଣକ କେଉଁ ଅବସ୍ଥାରେ ସିଟ ଉପରେ ଶୋଇଥିଲା । କିନ୍ତୁ ସୋସିଆଲ ମିଡିଆରେ ଏହି ଫଟୋକୁ କେତେକ ଲୋକମାନେ ପ୍ରେମର ଉଦାହରଣ ବୋଲି କହିଛନ୍ତି ତ କେତେକ ଏହାକୁ କୃରତା ସହିତ ଯୋଡି କରି କିଛି ବି କହୁଛନ୍ତି ।

ଜଣେ ଟ୍ୱିଟର ୟୁଜର ଲେଖିଲା କି ଯଦି ସେହି ବ୍ୟକ୍ତି ଫ୍ଲାଇଟର ମାଲିକ ନ ଥିଲା ତେବେ ଏହି ଫଟୋ ଫେକ ଅଟେ । ଅର୍ଥାତ ସେ କହିଲା କି ଫ୍ଲାଇଟର ନିୟମରେ ଏହିଭଳି ଯାତ୍ରା କରିବାକୁ ଅନୁମତି ଦିଆଯାଏ ନାହିଁ । ଏହା ଛଡା କେତେକ ଲୋକମାନେ ଏହି ଫଟୋର ସତ୍ୟତା ଉପରେ ବି ପ୍ରଶ୍ନ କରୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।