ହୋଇଯାଆନ୍ତୁ ସାବଧାନ- ପାଟି ଭିତରେ ନାଲି ଚିହ୍ନ କରୋନାର ନୂଆ ଲକ୍ଷଣ

ଥମୁନି କରୋନା ଭୂତାଣୁ ସାରା ବିଶ୍ୱରେ ଆକ୍ରାନ୍ତ ଙ୍କ ସଂଖ୍ୟା କୋଟିଏ ଉପରେ ପହଞ୍ଚି ଗଲାଣି । ସେହିପରି କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମିତ ଦେଶ ତାଲିକା ରେ ପ୍ରଥମ ରେ ରହିଛି ଆମେରିକା ଦ୍ଵିତୀୟ ରେ ରହିଛି ବ୍ରାଜିଲ ତୁର୍ତିୟ ରେ ରହିଛି ଭାରତ ଏବଂ ଚତୁର୍ଥ ରେ ରହିଛି ଋଷିଆ । ଭାରତରେ ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସମସ୍ତଙ୍କ ପାଖରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ମିଳୁଛି । ତେବେ ୬ ମାସ ବିତିଗଲାଣି କିନ୍ତୁ ଏହି ସଂକ୍ରମଣ କମିବାରେ ନାମ ଧରୁନି ।

ତେବେ ଜୁଲାଇ ମାସ କୁ ବେଶୀ ଗୁରୁତ୍ୱପୂର୍ଣ ଏଥିପାଇଁ ମନେ କରାଯାଉଛି ଯେହେତୁ ମୌସମି ପାଇଁ ଲୋକେ ଥଣ୍ଡା, କାଶ ଏହିଭଳି ରୋଗରେ ପଡିଥାନ୍ତି । ଏବେ କରୋନା ଆଉ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳିଛି । ଯାହାକି ରିସର୍ଚ୍ ରୁ ସ୍ପଷ୍ଟ ହୋଇଛି । ପାଟିରେ ଲାଲ୍ ରଙ୍ଗ ର ଅସ୍ପଷ୍ଟ ଦାଗ ମଧ୍ୟ କରୋନା ରୋଗର ଲକ୍ଷଣ ହୋଇପାରେ ବୋଲି କୁହାଯାଇଛି । ସ୍ପେନରେ କରାଯାଇଥିବା ଏକ ଅଧ୍ୟୟନ ରୁ ଏହା ଜଣା ପଡ଼ିଛି ।

ଅଧ୍ୟୟନ କାରିମାନେ ୨୧ ଜଣ ରୋଗୀଙ୍କୁ ନେଇ ପରୀକ୍ଷା କରିସାରିଛନ୍ତି । ଯେଉଁମାନଙ୍କ ଦେହରେ ଘା ହୋଇଥିଲା । ଏବେ ଏକ ଅଧ୍ୟୟନ ଅନୁସାରେ ଏକ ତୁର୍ତିୟାଂଶ ରୋଗୀ ଏନଥମ୍ ରେ ପୀଡ଼ିତ ହୋଇଥିବା ଜଣାପଡିଛି । ଏହି ରୋଗରେ ପାଟିରେ ଘା ହୋଇଯାଇଥାଏ । ଏହି ରୋଗ ପୂର୍ବରୁ ଇଟାଲୀୟ ରୋଗୀଙ୍କ ଠାରେ ମଧ୍ୟ ଦେଖାଯାଇଥିଲା ।

ରିସର୍ଚ୍ କରୁଥିବା ବିଶେଷଙ୍କ ମାନେ କହିଛନ୍ତି କି କରୋନା ରୋଗୀଙ୍କ ର ହାତ ଏବଂ ପାଦ ରେ ଘା ହୋଇଯାଇଥାଏ ତା ସହିତ ଏକ ତୁର୍ତୀୟାଂଶ ଲୋକଙ୍କ ପାଟିର ଉପରି ଭାଗରେ ଲାଲ୍ ଦାଗ ଦେଖାଯାଏ । ଅଧ୍ୟୟନ ଅନୁସାରେ ପ୍ରଥମ ଥର ଶରୀରରେ କରୋନା ଲକ୍ଷଣ ଦେଖାଗଲେ ଏହାର ପ୍ରାୟ ୧୨ ରୁ ୧୪ ଦିନ ପରେ ରୋଗୀର ପାଟିରେ ଦାଗ ଦେଖାଯାଇଥାଏ ।

ଅଧ୍ୟୟନ ଅନୁସାରେ ଡାକ୍ତର ମାନେ ମଧ୍ୟ ରୋଗୀଙ୍କ ପାଟି କୁ ଯାଞ୍ଜ କରିବା ଦରକାର କି ଏହି ଲକ୍ଷଣ ଗୁଡ଼ିକ ଅଛି କି ନାହିଁ । ଅନୁସନ୍ଧାନ କାରୀ କହିଛନ୍ତି କି ଅନେକ ଥର କରୋନା ରୋଗୀଙ୍କ ପାଟିରେ ନିରାପତ୍ତା କାରଣରୁ ମଧ୍ୟ ପରୀକ୍ଷଣ କରାଯାଇନଥାଏ । କାରଣ ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରନ୍ତି ।

କରୋନା ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଉଛି ଜର ହେବା, ଶୁଖିଲା କାଶ ହେବା, ଥକା ହେବା ତା ସହିତ ଶରୀରରେ ଯନ୍ତ୍ରଣା ଅନୁଭବ ହେବା, ନାକ ଯାମ୍ ହେବା, ମୁଣ୍ଡ ବିନ୍ଧା ହେବା, ଗଳାରେ ଯନ୍ତ୍ରଣା ଅନୁଭବ ହେବା ବାସ୍ନା ଏବଂ ସ୍ଵାଦ ଅନୁଭବ ନ ହେବା । ଚର୍ମ ରେ ଦାଗ ସୃଷ୍ଟି ହେବା ଆଙ୍ଗୁଠିର ରଙ୍ଗ ଗୁଡ଼ିକ ପରିବର୍ତ୍ତନ ହେବା ଏବଂ ଆଖି ଲାଲ୍ ଦେଖାଯିବା । ତେବେ ଆମ ସମସ୍ତଙ୍କୁ ସତର୍କ ରହିବା ପାଇଁ ପଡିବ ତାହାଲେ ଆମେ କରୋନା ଠୁ ମୁକ୍ତି ପାଇବା ।

ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।