ପସନ୍ଦ କରନ୍ତୁ ଗୋଟିଏ ଫୁଲ – ଜାଣନ୍ତୁ କିଛି ଚମତ୍କାର କଥା

ଏହି ଦୁନିଆରେ ପ୍ରତ୍ୟକ ବ୍ୟକ୍ତିଙ୍କ ବ୍ୟବହାର ଓ ସ୍ଵଭାବ ଭିନ୍ନ ଭିନ୍ନ ହୋଇଥାଏ । ଠିକ ସେହିଭଳି ପ୍ରତ୍ୟକ ବ୍ୟକ୍ତିଙ୍କର ପସନ୍ଦ ଓ ନା ପସନ୍ଦ ବି ଅଲଗା ଅଲଗା ହୋଇଥାଏ । ଯେମିତି କି କୌଣସି ବ୍ୟକ୍ତିକୁ ଶାନ୍ତି ଭଲ ଲାଗେ ତ ଅନ୍ୟ ପଟେ କେତେକ ଲୋକମାନେ ଅଶାନ୍ତି ଚାହାନ୍ତି । ସେହିଭଳି ସମସ୍ତ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ରଙ୍ଗ ପସନ୍ଦ ଲାଗେ । ଯେମିତି କି କାହାକୁ ନାଲି ଭଲ ଲାଗେ ତ କାହାକୁ ଧଳା ରଙ୍ଗ ଭଲ ଲାଗେ ।

ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ତିନୋଟି ରଙ୍ଗର ଫୁଲ ନେଇ ଆସିଛୁ ଓ ଆପଣଙ୍କୁ ସେହି ସମସ୍ତ ଫୁଲ ମଧ୍ୟରୁ ଗୋଟିଏ ଫୁଲ ବାଛିବାର ଅଛି । ରଙ୍ଗର ଆଧାରରେ ଏହା ଜଣା ପଡିଯିବ କି ଆପଣ କେଉଁଭଳି ବ୍ୟକ୍ତିତ୍ବ ଅଟନ୍ତି ।

ପ୍ରଥମ ଫୁଲ

ପ୍ରଥମ ଫୁଲର ରଙ୍ଗ ନୀଳ ଅଟେ ଓ ନୀଳ ରଙ୍ଗ ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଯଦି ଆପଣ ଏହି ରଙ୍ଗର ଫୁଲକୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ସବୁବେଳେ ଖୁସିରେ ରୁହନ୍ତି । ଆପଣ ସ୍ଵାଭିମାନ ବି ଅଟନ୍ତି । କିନ୍ତୁ ବେଳେ ବେଳେ ଆପଣ ସ୍ଵାର୍ଥୀ ବି ହୋଇ ଯାଆନ୍ତି । କାହାର ସାହାର୍ଯ୍ୟ ଓ ସହଯୋଗକୁ ଆପଣ ଅପେକ୍ଷା କରନ୍ତି ନାହିଁ । ପାର୍ଟନର ପ୍ରତି ସବୁବେଳେ ବିଶ୍ଵାସୀ ରହିଥାନ୍ତି । ଆପଣ ସଚ୍ଚୋଟ ଓ ଜିଦି ସ୍ଵଭାବର ଅଟନ୍ତି । ଆପଣ ସବୁବେଳେ ନିଜର କାମ ଉପରେ ଧ୍ୟାନ ରଖନ୍ତି । ଅନ୍ୟର କଥାରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ । ଆପଣ ଅଯଥା ଟଙ୍କା ଖର୍ଚ କରନ୍ତି ନାହିଁ । କିନ୍ତୁ ଆପଣ ହୃଦୟରେ ଭଲ ବ୍ୟକ୍ତି ଅଟନ୍ତି ।

ଦ୍ଵିତୀୟ ଫୁଲ

ଦ୍ଵିତୀୟ ଫୁଲର ରଙ୍ଗ ନାଲି ଅଟେ । ନାଲି ରଙ୍ଗର ଭଲ ପାଇବାର ପ୍ରତୀକ ଅଟେ । ଯଦି ଆପଣ ଏହି ଫୁଲକୁ ପସନ୍ଦ କରୁଛନ୍ତି ତେବେ ଆପଣ ସମସ୍ତଙ୍କ ସହିତ ଜଲ୍ଦି ମିଶି ଯାଆନ୍ତି । ଆପଣ ଅଳ୍ପ କ୍ରୋଧିତ ପ୍ରକୃତିର ବି ହୋଇଥାନ୍ତି । ଆପଣ ନିଜର ଜୀବନସାଥିଙ୍କ ପ୍ରତି ସଚ୍ଚୋଟ ରୁହନ୍ତି । ମିଛ ଆପଣଙ୍କୁ ପସନ୍ଦ ନୁହେଁ । ଆପଣ ଜଣେ ସରଲ ବ୍ୟକ୍ତି ଅଟନ୍ତି । ଆପଣ ଛୋଟ ଛୋଟ କଥାରେ ଭାବୁକ ହୋଇ ଯାଆନ୍ତୁ । ଆପଣ ରୋମାଣ୍ଟିକ ବି ଅଟନ୍ତି । ଆପଣମାନଙ୍କ ବୈବାହିକ ଜୀବନ ବହୁତ ଭଲରେ ବ୍ୟତିତ ହୋଇଥାଏ । ଆପଣ ପ୍ରାୟତଃ ଭଲ ଭଲ ଜିନିଷ କ୍ରୟ କରିବାକୁ ଇଚ୍ଛା ରଖନ୍ତି । ଆପଣମାନେ ସବୁବେଳେ ଭଲ ଖାଇବା, ପିନ୍ଧିବା ଓ ରହିବା ଉପରେ ଅଧିକ ଧ୍ୟାନ ଦିଅନ୍ତି ।

ତୃତୀୟ ଫୁଲ

ତୃତୀୟ ଫୁଲର ରଙ୍ଗ ହଳଦିଆ ଅଟେ । ଯଦି ଆପଣ ଏହି ରଙ୍ଗର ଫୁଲକୁ ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଭଲ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ସବୁବେଳେ ଖୁସିରେ ରୁହନ୍ତି ଓ ଅନ୍ୟମାନଙ୍କୁ ରଖନ୍ତି । ଆପଣ ଅନ୍ୟର ସାହାର୍ଯ୍ୟ ପାଇଁ ଆଗକୁ ଆସନ୍ତି । ଆପଣ ସମସ୍ତଙ୍କୁ ସାହାର୍ଯ୍ୟ କରନ୍ତି । ଆପଣ ସବୁବେଳେ ସମସ୍ତଙ୍କୁ ନିଜର ବନ୍ଧୁ କରି ନିଅନ୍ତି । ଆପଣ ଧାର୍ମିକ ପ୍ରକୂତିର ବି ଅଟନ୍ତି । ଆପଣ କାହା ବିଷୟରେ ବି ଖରାପ ଚିନ୍ତା କରନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।