ପାର୍ଟନରଙ୍କ ସହ ଝଗଡା ସମୟରେ ଏମିତି କରନ୍ତୁ ନିଜର ରାଗ ଉପରେ କଣ୍ଟ୍ରୋଲ

ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ସବୁଠୁ ମଜବୁତ ହୋଇଥାଏ । କିନ୍ତୁ ଏହି ସମ୍ପର୍କର ଡୋର ସବୁଠୁ କମଜୋର ବି ହୋଇଥାଏ । ଆଜିକାଲି ରିଲେଶନଶିପରେ ଅଳ୍ପ ଅଳ୍ପ କଥାରେ ବିବାଦ ହୋଇଯାଏ । କିନ୍ତୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଏହିଭଳି ହେବା କୌଣସି ନୂଆ କଥା ନୁହେଁ । କିନ୍ତୁ କେତେ ଥର ଝଗଡା ଏତେ ଅଧିକ ବଢିଯାଏ କି କିଛି ସମ୍ପର୍କ ଭାଙ୍ଗି ମଧ୍ୟ ଯାଏ । ବିବାହିତ ଜୀବନ ହେଉ କିମ୍ବା ବିବାହ ପୂର୍ବରୁ କେବେ ନା କେବେ ଏମିତି ସ୍ଥିତି ନିଶ୍ଚିତ ଆସିଥାଏ ଯେତେବେଳେ ଆପଣଙ୍କ ପାର୍ଟନର ସହ ଝଗଡା ଅଧିକ ବଢିଯାଏ ।

ଏହିଭଳି ସ୍ଥିତିରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଶାନ୍ତ ହୋଇ ଯିବା ଉଚିତ । ପ୍ରାୟତଃ ରିଲେଶନଶିପରେ ବିବାଦ କାରଣର ଦୁଇ ଜଣଙ୍କ ଗୋଟିଏ ସମୟରେ ରାଗିବା । ପରସ୍ପର ଉପରେ ବିଶ୍ଵାସ ନ କରିବା ଓ ନିଜର ଇଗୋକୁ ନିଜର ସମ୍ପର୍କ ମଧ୍ୟରେ ଆଣିବା । ଯଦି ଆପଣଙ୍କ ସମ୍ପର୍କ ମଧ୍ୟରେ ସମସ୍ୟା ଆସୁଛି ତେବେ ଆପଣଙ୍କୁ ସର୍ବେ ପ୍ରଥମେ ନିଜ ଉପରେ କାବୁ ରଖିବାର ଅଛି ।

କିନ୍ତୁ ଯଦି ଝଗଡା କରିବା ସମୟରେ ଆପଣ ଯଦି କିଛି କଥାର ଧ୍ୟାନ ରଖିବେ ତେବେ ଆପଣଙ୍କ ସମ୍ପର୍କ ଖରାପ ହେବ ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁ ଯାଉଛୁ । ଯାହା ଦ୍ଵାରା ଆପଣ ଓ ଆପଣଙ୍କ ପାର୍ଟନର ରାଗକୁ କଣ୍ଟ୍ରୋଲ କରି ପାରିବେ ।

ଏହି କଥାର ଧ୍ୟାନ ରଖନ୍ତୁ

ଯେତେବେଳେ ବି ଆପଣଙ୍କ ଦୁଇ ଜଣଙ୍କ ମଧ୍ୟରେ କୌଣସି ପ୍ରକାରର ଝଗଡା ହେଉଛି ତେବେ ସେହି ସମୟରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କ କଥାକୁ ଶାନ୍ତ ହୋଇ ଶୁଣିବା ଉଚିତ । ଯେତେବେଳେ ଆପଣଙ୍କ ପାର୍ଟନରଙ୍କ ରାଗ ଶାନ୍ତ ହୋଇଯିବ ତେବେ ଆପଣ ନିଜର କଥାକୁ ଆରାମରେ ତାଙ୍କୁ ବୁଝାଇ ଦିଅନ୍ତୁ ।

ପ୍ରାୟତଃ ବିବାଦର ବଡ କାରଣ ସନ୍ଦେହ ହୋଇଥାଏ । ତାହା କୌଣସି ବି ପ୍ରକାରର ହୋଇପାରେ । ଏମିତିରେ ଆପଣଙ୍କୁ ପରସ୍ପର ମଧ୍ୟରେ ବିଶ୍ଵାସ କରିବାର ଅଛି । ସର୍ବଦା ନିଜର ପାର୍ଟନର କଥା ଉପରେ ବିଶ୍ଵାସ କରନ୍ତୁ ।

ଝଗଡା ହେବା ପରେ କେବେ ବି ପରସ୍ପର ସହିତ କଥା ହେବ ବନ୍ଦ କରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଝଗଡା ଆହୁରି ବି ଲମ୍ବା ହୋଇଯାଏ । ଝଗଡା ସମାପ୍ତ ହୋଇଯିବା ପରେ ନିଜର ପାର୍ଟନର ସହ ଶାନ୍ତ ହୋଇ କଥାବାର୍ତ୍ତା କରନ୍ତୁ ଓ ନିଜ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂର କରିବାକୁ ଚେଷ୍ଟା କରନ୍ତୁ ।

ଯେତେବେଳେ ବି କୌଣସି କଥାକୁ ନେଇ ଝଗଡା ହେଉଥିବ ତେବେ ଘର ଲୋକମାନଙ୍କୁ ମଝିରେ ଆଣନ୍ତୁ ନାହିଁ । ଏହିଭଳି କରିବା କଥା ଆହୁରି ଅଧିକ ଖରାପ ହୋଇପାରେ । ନିଜ ଝଗଡାକୁ ନିଜ ମଧ୍ୟରେ ହିଁ ସୀମିତ ରଖନ୍ତୁ ।

ଯଦି ଆପଣ ନିଜର ବ୍ୟବହାର ସାମାନ୍ୟ ରଖୁଛନ୍ତି ତେବେ ଆପଣଙ୍କ ପାର୍ଟନରକୁ ନିଜ ଭୁଲ ବିଷୟରେ ଅନୁଭବ ହୋଇଯିବ ଓ ସେ ଭୁଲ ବି ମାଗି ନେବେ । ଏହା ସହିତ ଆପଣ ବି ତାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ ।

ଏମିତି ନ ହୋଇପାରେ କି ଝଗଡାରେ ସର୍ବଦା ଆପଣ ଠିକ ଥିବେ । ଯଦି ଆପଣ ଏମିତି ବୁଝଛନ୍ତି ତେବେ ଆପଣ ନିଜର ସମ୍ପର୍କକୁ ଭୁଲ ରାସ୍ତାରେ ନେଇ ଯାଉଛନ୍ତି । ଆପଣଙ୍କୁ ସର୍ବଦା ନିଜର କଥା ପ୍ରତି ସଚତନ ରହିବା ଉଚିତ ଓ ନିଜର ପାର୍ଟନରର କଥାକୁ ବି ବୁଝିବା ଦରକାର । ଏହା ଦ୍ଵାରା ଆପଣ ଭୁଲ ଠିକ ଜାଣି ପାରିବେ ।

ଯେତେବେଳେ ବି ଆପଣଙ୍କୁ ଲାଗିବ କି ଆପଣଙ୍କ କଥାବାର୍ତ୍ତା ଝଗଡା ଉପରକୁ ଯାଉଛି ତେବେ ଆପଣ ନିଜର ଧ୍ୟାନ ଅନ୍ୟ କାମ ଉପରେ ଲଗାନ୍ତୁ । ଗଭୀର ନିଶ୍ଵାସ ନିଅନ୍ତୁ ଓ ନିଜକୁ ରିଲାକ୍ସ କରନ୍ତୁ ।

କେବେ ବି ଝଗଡାରେ ନିଜର ପାର୍ଟନରକୁ ଗାଳି କିମ୍ବା ଅପଶବ୍ଦ କୁହନ୍ତୁ ନାହିଁ । ଏହା ଶାୟତ ଅପମାନଜନକ କଥା କୁହନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ସ୍ଥିତି ଆହୁରି ବି ଗମ୍ଭୀର ହୋଇପାରେ । ସେଥିପାଇଁ ନିଜର ବାଣୀ ଉପରେ ସଂଯମତା ରଖନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।